ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ: ମୃତ୍ୟୁ ପଛର କାରଣ ଥିଲା ନ୍ୟୁଡ୍‌ କଲ

The Sakala Picture
Published On

ସୋନପୁର: ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ଥିଲା ‘ନ୍ୟୁଡ୍‌ କଲ’ । କିଛି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ସୋନପୁର ପୋଲିସ । ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ । ବ୍ଲାକମେଲରଙ୍କ ମାୟାଜାଲରୁ ମୁକୁଳିବା ପାଇଁ ୨୬ ଲକ୍ଷ ଟଙ୍କା ଗଣିଥିଲେ ସେ । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ନଦୀକୁ ଡେଇଁ […]

ସୋନପୁର: ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ଥିଲା ‘ନ୍ୟୁଡ୍‌ କଲ’ । କିଛି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ସୋନପୁର ପୋଲିସ । ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ । ବ୍ଲାକମେଲରଙ୍କ ମାୟାଜାଲରୁ ମୁକୁଳିବା ପାଇଁ ୨୬ ଲକ୍ଷ ଟଙ୍କା ଗଣିଥିଲେ ସେ । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଦିବ୍ୟରଞ୍ଜନ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋନପୁର ପୋଲିସ ଗିରଫ କରିବା ପରେ ଆତ୍ମହତ୍ୟା ରହସ୍ୟ ଉପରୁ ହଟିଛି ପରଦା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସବିଶେଷ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବରଗଡ ଜିଲ୍ଲା ବରପାଲିରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଘଟଣା ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ତାହା ଉପରୁ ପରଦା ହଟାଇଛି ପୁଲିସ୍‌।ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ଏହାକୁ ଆଧାର କରି ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ କରି ବ୍ଲାକମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକଙ୍କୁ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

05 Dec 2022 By The Sakala

ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ: ମୃତ୍ୟୁ ପଛର କାରଣ ଥିଲା ନ୍ୟୁଡ୍‌ କଲ

ସୋନପୁର: ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ଥିଲା ‘ନ୍ୟୁଡ୍‌ କଲ’ । କିଛି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ସୋନପୁର ପୋଲିସ । ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ । ବ୍ଲାକମେଲରଙ୍କ ମାୟାଜାଲରୁ ମୁକୁଳିବା ପାଇଁ ୨୬ ଲକ୍ଷ ଟଙ୍କା ଗଣିଥିଲେ ସେ । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଦିବ୍ୟରଞ୍ଜନ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋନପୁର ପୋଲିସ ଗିରଫ କରିବା ପରେ ଆତ୍ମହତ୍ୟା ରହସ୍ୟ ଉପରୁ ହଟିଛି ପରଦା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସବିଶେଷ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା ।

ବରଗଡ ଜିଲ୍ଲା ବରପାଲିରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଘଟଣା ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ତାହା ଉପରୁ ପରଦା ହଟାଇଛି ପୁଲିସ୍‌।ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ଏହାକୁ ଆଧାର କରି ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ କରି ବ୍ଲାକମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକଙ୍କୁ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସପି ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/bank-manager-committed-suicide-due-to-nude-call-in-sonepur/article-17108
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର