ଲିଫ୍ଟ ବାହାନାରେ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଦୁଷ୍କର୍ମକାରୀ କୋର୍ଟଚାଲାଣ
ବୈଶିଙ୍ଗା: ବାଲେଶ୍ୱର ଜିଲ୍ଲା ଅଧୀନ ରୁପ୍ସା ଥାନା ଇଲାକାର ଜନୈକା ବିବାହିତା ମହିଳାଙ୍କୁ ଲିଫ୍ଟ ଦେବାର ଆଳ ଦେଖାଇ ଜଙ୍ଗଲକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫକରି ରବିବାର କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛି ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳିଡାହି ଗ୍ରାମର ସ୍ୱର୍ଗତ କଟିନ ବେହେରାର ପୁଅ ବୀରେନ୍ଦ୍ର ବେହେରା (୩୬)। ପୀଡିତାଙ୍କ ଅଭିଯୋଗ ମୁତାବକ ସେ ଗତ ୧୩ ତାରିଖ ରାତି ୯ଟା ପାଖାପାଖି ସମୟରେ […]
ବୈଶିଙ୍ଗା: ବାଲେଶ୍ୱର ଜିଲ୍ଲା ଅଧୀନ ରୁପ୍ସା ଥାନା ଇଲାକାର ଜନୈକା ବିବାହିତା ମହିଳାଙ୍କୁ ଲିଫ୍ଟ ଦେବାର ଆଳ ଦେଖାଇ ଜଙ୍ଗଲକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫକରି ରବିବାର କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛି ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳିଡାହି ଗ୍ରାମର ସ୍ୱର୍ଗତ କଟିନ ବେହେରାର ପୁଅ ବୀରେନ୍ଦ୍ର ବେହେରା (୩୬)। ପୀଡିତାଙ୍କ ଅଭିଯୋଗ ମୁତାବକ ସେ ଗତ ୧୩ ତାରିଖ ରାତି ୯ଟା ପାଖାପାଖି ସମୟରେ ରୁପ୍ସା ଡାକ୍ତରଖାନା ଅଭିମୁଖେ ଯାଉଥିବା ବେଳେ ବଙ୍ଗାଳିଡାହି ମେଘନାଦ ଛକ ପାଖରେ ଅଭିଯୁକ୍ତ ବୀରେନ୍ଦ୍ର ପୀଡ଼ିତାଙ୍କୁ ଅଟକାଇ କୁଆଡେ ଯାଉଛବୋଲି ପଚାରିଥିଲେ । ଏହାପରେ ଲିଫ୍ଟରେ ନେଇ ରୁପ୍ସା ଡାକ୍ତରଖାନା ପାଖରେ ଛାଡ଼ିଦେବ ବୋଲି କହିଥିଲା ।ପୀଡ଼ିତାଙ୍କୁ ବାଇକରେ ବସାଇ ଅଭିଯୁକ୍ତ ବୀରେନ୍ଦ୍ର ରୁପ୍ସା ଡାକ୍ତରଖାନା ଯିବା ପରିବର୍ତ୍ତେ ପୂରୁଣିଆ ରାସ୍ତାରେ ନେଇ କ୍ଷିପ୍ରଗତିରେ ପଳାଇ ଯାଇଥିଲା । ଏହାପରେ କେଶୁରା -ରୁପ୍ସା ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଜଙ୍ଗଲକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପୀଡିତା ଚିତ୍କାର କରିଥିଲେ ସୁଦ୍ଧା ରାତିରେ କେହି ତାଙ୍କର ପାଟି ଶୁଣି ପାରିନଥିଲେ ।
ଦୁଷ୍କର୍ମର ଶିକାର ପୀଡିତା କୌଣସି ପ୍ରକାରେ ଅଭିଯୁକ୍ତ କବଳରୁ ଖସିଆସି ରାସ୍ତା ଉପରେ ଲୋକଙ୍କୁ ଅଟକାଇ ତାଙ୍କର ମୋବାଇଲରୁ ସ୍ୱାମୀଙ୍କୁ ଘଟଣା ବାବଦରେ ଜଣାଇଥିଲା । ଏନେଇ ପୀଡ଼ିତାଙ୍କ ଏତଲାମୂଳେ ବୈଶିଙ୍ଗା ପୁଲିସ ବିଭିନ୍ନ ଦଫାରେ ୩୮୩ ନମ୍ବରରେ ମାମଲା ରୁଜୁକରି ଅଭିଯୁକ୍ତ ବୀରେନ୍ଦ୍ରକୁ ଗିରଫ କରିବା ସହିତ ଏହି ଘଟଣାରେ ବ୍ୟବହୃତ (ଓଡି-୦୧ଏଲ-୦୧୧୫) ନମ୍ବର ବିଶିଷ୍ଟ ମୋଟର ସାଇକେଲକୁ ଜବତ କରିଛି ବୈଶିଙ୍ଗା ପୁଲିସ। ଅଭିଯୁକ୍ତର ସ୍ୱାସ୍ଥ୍ୟପରୀକ୍ଷାପରେ ବେତନଟୀ ଜେଏମଏଫସି କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହୋଇଥିଲା। ଅଭିଯୁକ୍ତ ବୀରେନ୍ଦ୍ରକୁ ବାରିପଦାସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏପଟେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସହିତ ବୟାନ ରେକର୍ଡ କରାଇଛି ବୈଶିଙ୍ଗା ପୁଲିସ ।