ସିଲେଇ କାରିଗରଙ୍କ ଗାଁ ଗୋବର୍ଦ୍ଧନପୁର: ୩୦୦ ପରିବାରର ସବୁ ଘରେ ସିଲେଇ ମେସିନ, ପିଲା ଠାରୁ ବୁଢ଼ା ଯାଏଁ ସଭିଏଁ କାରିଗର

The Sakala Picture
Published On

ବାଲେଶ୍ଵର: ଏମିତି ବି ଗାଁ ଅଛି ଯେଉଁଠି ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ସିଲେଇ କାମ ଜାଣିଛନ୍ତି। କାମଧନ୍ଦା ଓ ରୋଜଗାର କହିଲେ କେବଳ ଲୁଗା ସିଲେଇ। ରାତି ପାହିବା ଠାରୁ ବିଛଣାକୁ ଯିବା ଯାଏଁ ଦୈନନ୍ଦିନ ନିତ୍ୟକର୍ମକୁ ଛାଡିଦେଲେ ଆଉ ବାକି ସମୟ ତକ ହିଁ ସମସ୍ତେ ସେହି ସିଲେଇ କାମରେ ନିୟୋଜିତ ଥାନ୍ତି। ଏହିପରି ଏକ ଗାଁ ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ କୋଟସାହି ପଞ୍ଚାୟତ ଅଧିନସ୍ଥ ଗୋବର୍ଦ୍ଧନପୁର ଗାଁ। ଗାଁର […]

ବାଲେଶ୍ଵର: ଏମିତି ବି ଗାଁ ଅଛି ଯେଉଁଠି ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ସିଲେଇ କାମ ଜାଣିଛନ୍ତି। କାମଧନ୍ଦା ଓ ରୋଜଗାର କହିଲେ କେବଳ ଲୁଗା ସିଲେଇ। ରାତି ପାହିବା ଠାରୁ ବିଛଣାକୁ ଯିବା ଯାଏଁ ଦୈନନ୍ଦିନ ନିତ୍ୟକର୍ମକୁ ଛାଡିଦେଲେ ଆଉ ବାକି ସମୟ ତକ ହିଁ ସମସ୍ତେ ସେହି ସିଲେଇ କାମରେ ନିୟୋଜିତ ଥାନ୍ତି। ଏହିପରି ଏକ ଗାଁ ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ କୋଟସାହି ପଞ୍ଚାୟତ ଅଧିନସ୍ଥ ଗୋବର୍ଦ୍ଧନପୁର ଗାଁ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଗାଁର ମୋଟ ପରିବାର ୩୦୦ ପାଖାପାଖି ହୋଇଥିବା ବେଳେ ଲୋକସଂଖ୍ୟା ରୁ ୧୫୦୦ ରୁ ଉର୍ଦ୍ଧ ହେବ।ହେଲେ ଏହି ଗାଆଁଟି ସ୍ୱତନ୍ତ୍ରତା ହେଉଛି ଗାଁର ଆବାଳ ବୃଦ୍ଧ ବନିତା ସମସ୍ତେ ସିଲେଇ କାରିଗର। ପ୍ରତି ଘରେ ଘରେ ସିଲେଇ ମେସିନ ରହିଛି। କାହା ଘରେ ସର୍ବନିମ୍ନ ୪ଟି ତ ଆଉ କାହା ଘରେ ୧୦ ଟି। ସେହି ସବୁ ମେସିନ ସାହାଯ୍ୟରେ ବ୍ଲାଉଜ, ଶାୟା, ସ୍କୁଲ ଡ୍ରେସ୍, ପ୍ୟାଣ୍ଟ ସାର୍ଟ, ଚାନ୍ଦୁଆ, ଫ୍ରକ୍, ଚୁଡିଦାର, ମାସ୍କ ଏମିତି କେତେ କ’ଣ ତିଆରି ହୁଏ। କଟିଂ ଠାରୁ, ସିଲେଇ, ହାତ ସିଲେଇ, ଆଇରନ,ବୋତାମ ଲଗାଇବା ସବୁ କାମ ପରିବାରର ସଦସ୍ୟ ମାନେ ଭାଗବଣ୍ଟାରେ କରିଥାନ୍ତି। ଏଠାରୁ ସିଲେଇ ହୋଇଥିବା ଯେକୌଣସି ଲୁଗାର ଓଡ଼ିଶା ସମେତ ପଶ୍ଚିମବଙ୍ଗ ର ବିଭିନ୍ନ ଅଞ୍ଚଳରେ ବେଶ ସୁନାମ ରହିଛି। ଫଳରେ ବାଲେଶ୍ଵର, ବାଲିଆପାଳ, ଜଳେଶ୍ଵର, ସୋର, ଭଦ୍ରକ, ବାରିପଦା, ରାଇରଙ୍ଗପୁର, ଉଦଳା ସମେତ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କୁ ଯାଉଛି।
ଗୋବର୍ଦ୍ଧନପୁରରୁ ସିଲେଇ ହେଉଥିବା ଲୁଗାର ସବୁଠାରୁ ବଡ଼ ବଜାର ହେଉଛି ପଶ୍ଚିମବଙ୍ଗର ବେଲଦାର, ଦାନ୍ତୁନ, ସୁନାକଣିଆ, ଖଡ଼ଗପୁର ଓ କୋଲକାତା। ଉପରୋକ୍ତ ଅଞ୍ଚଳର ବେପାରୀ ମାନେ ଏଠାକୁ ଆସି କେତେବେଳେ ନିଜ ଅର୍ଡର ମୁତାବକ ଲୁଗା ନେଇଯାନ୍ତିତ ଆଉ କେତେବେଳେ କାରିଗର ମାନଙ୍କୁ ଫୋନରେ ଅର୍ଡର ମିଳିବା ପରେ ଏଠାରୁ ବିଭିନ୍ନ ଯାତ୍ରିବାହି ଗାଡ଼ି ସାହାଯ୍ୟରେ ପଠାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗାଆଁରେ ଜନ୍ମ ହେବାର ମାତ୍ର ୫/୭ ବର୍ଷ ବେଳକୁ ଛୋଟ ପିଲା ଟିଏ ମଧ୍ୟ ନିଜ ବାପାମାଙ୍କ କାମକୁ ଦେଖି ସିଲେଇ ଶିଖିଯାଉଛି। ଆଦୌ ସିଲେଇ କାମ ଜାଣି ନ ଥିବା ନୂଆ ବୋହୂଟିଏ ମଧ୍ୟ ଗାଁ କୁ ବୋହୁ ହୋଇ ଆସିବାର ମାତ୍ର କେଇ ମାସ ମଧ୍ୟରେ ସୁନ୍ଦର ଭାବେ ହାତ ସିଲେଇ କାମ କରି ପାରୁଛି। କହିବାକୁ ଗଲେ ସିଲେଇ ହିଁ ତମାମ ଗାଁର ଲୋକଙ୍କ ପାଇଁ ଏକମାତ୍ର ରୋଜଗାରର ମାଧ୍ୟମ। ଏସବୁ କୁ ଦୃଷ୍ଟିରେ ରଖି ମିଶନ ଶକ୍ତି ଅଧିନରେ ଥିବା ଗାଁର ୩୦ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସରକାରୀ ସ୍ତରରେ କିଛି କିଛି ସହାୟତା ପ୍ରଦାନ କରାଯାଉଛି। ଗାଁର ମା ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀ କୁ ଓଡିଶା ସରକାର ମାସ୍କ ତିଆରି କରିବା ପାଇଁ ଅନୁମତି ଦେଇଛନ୍ତି।ଏବେ ଏହିସବୁ ଗୋଷ୍ଠୀ ଗୁଡ଼ିକ କୋଟସାହି ପଞ୍ଚାୟତ ସମେତ ସ୍ଥାନିୟ ପାଇକସିଦା, ଚୁରମାରା, ଆରୁହା, ବାଇଗଣବାଡିଆ, ଗୋପିମୋହନପୁର ଆଦି ପଞ୍ଚାୟତର ୫୦ ରୁ ଉର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀକୁ ସିଲେଇ ପାଇଁ ବିନା ପାରିଶ୍ରମିକରେ ତାଲିମ ଦେଉଛନ୍ତି।

ଏସବୁ ସତ୍ତ୍ୱେ ଗାଁର ସିଲେଇ କାରିଗର ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଗାଁର ବିଶିଷ୍ଟ ସିଲେଇ କାରିଗର ରାଧାଶ୍ୟାମ ନାଥ, ମା ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କବିତା ନାଥ,ଶାନ୍ତିଲତା ନାଥ ପ୍ରମୁଖ ପ୍ରକାଶ କରିଛନ୍ତି କାରିଗରଙ୍କୁ ଆଧୁନିକ ଜ୍ଞାନ କୌଶଳରେ ତାଲିମ ଦେବାପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା କୁ ସେମାନେ ଦାବି କରିଛନ୍ତି। ସେହିପରି ଗାଁରେ ଏକ ସମିତି ପ୍ରତିଷ୍ଠା କରି ସମିତି ମାଧ୍ୟମରେ କାରିଗର ମାନଙ୍କୁ ଲୁଗା ସହ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଇବା,ଉନ୍ନତ ମାନର ମେସିନ ଯୋଗାଇବା, ବୈଦୁତିକ ମେସିନ ଯୋଗାଇବା, ଏଠାରୁ ପ୍ରସ୍ତୁତ ହେଉଥିବା ଲୁଗାକୁ ବିକ୍ରି ପାଇଁ କାରିଗର ମାନେ ଦୁର୍ଦ୍ଦଶା ଭୋଗୁଥିବାରୁ ଉପଯୁକ୍ତ ବଜାର ବ୍ୟବସ୍ଥା ସୃଷ୍ଟି କରିବାକୁ ଗାଁର କାରିଗର ମାନେ ଦାବି କରିଛନ୍ତି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର