ମୋନାଲିସାଙ୍କ ରଙ୍ଗ ତୁଳୀରେ ସଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

The Sakala Picture
Published On

ବାଲେଶ୍ଵର: ଚିତ୍ର କରିବା ତାଙ୍କର ନିଶା। ମାତ୍ର ତାଙ୍କୁ କେବେ ସେମିତି ସୁଯୋଗ ମିଳିନି କି ପ୍ରଶିଶିକ୍ଷା ମଧ୍ୟ ମିଳିନି। ସେଥିପାଇଁ ସେ କେତେବେଳେ ଝିଅଙ୍କ ହାତରେ ସୁନ୍ଦର ମେହେନ୍ଦୀ କରନ୍ତି ତ ପୁଣି କେତେବେଳେ ଚମତ୍କାର ମେକ୍ ଅପ୍ ଦେଇ ପ୍ରଶଂସା ସାଉଁଟାନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ। ମାତ୍ର ଏବେ ତାଙ୍କ ହାତର ତୂଳୀର ରଙ୍ଗ ମହାପ୍ରଭୁଙ୍କୁ ନୂଆ ରୂପ ଦେଉଛି। ରଥଯାତ୍ରା ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଙ୍ଗ […]

ବାଲେଶ୍ଵର: ଚିତ୍ର କରିବା ତାଙ୍କର ନିଶା। ମାତ୍ର ତାଙ୍କୁ କେବେ ସେମିତି ସୁଯୋଗ ମିଳିନି କି ପ୍ରଶିଶିକ୍ଷା ମଧ୍ୟ ମିଳିନି। ସେଥିପାଇଁ ସେ କେତେବେଳେ ଝିଅଙ୍କ ହାତରେ ସୁନ୍ଦର ମେହେନ୍ଦୀ କରନ୍ତି ତ ପୁଣି କେତେବେଳେ ଚମତ୍କାର ମେକ୍ ଅପ୍ ଦେଇ ପ୍ରଶଂସା ସାଉଁଟାନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ। ମାତ୍ର ଏବେ ତାଙ୍କ ହାତର ତୂଳୀର ରଙ୍ଗ ମହାପ୍ରଭୁଙ୍କୁ ନୂଆ ରୂପ ଦେଉଛି। ରଥଯାତ୍ରା ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଙ୍ଗ ତୂଳୀରେ ନୂଆକରି ଗଢୁଛନ୍ତି ମୋନାଲିସା।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ବାଲେଶ୍ବର ସହର ସୁଏଲପୁରରେ ରହୁଥିବା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ଓ ପଦ୍ମାବତୀ ସାହୁଙ୍କ ଝିଅ ମୋନାଲିସା। ମୋନାଲିସା ବଳାଙ୍ଗୀ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ମୋନାଲିସାଙ୍କ ଚିତ୍ର ପ୍ରତି ଏକ ଅହେତୁକ ଦୁର୍ବଳତା ରହିଛି। ସେଥିପାଇଁ ସାନବେଳେ ମାତ୍ର ଅଳ୍ପ କିଛି ଦିନ ଆର୍ଟ କ୍ଲାସ୍ ରେ ଭର୍ତ୍ତି ହୋଇଥିଲେ ସେ। ତାପରେ ତାଙ୍କୁ ଆଉ ଚିତ୍ର ପାଇଁ ସୁଯୋଗ ହିଁ ମିଳିନଥିଲା। ବର୍ତ୍ତମାନ ମୋନାଲିସାଙ୍କୁ ନିଜ ପ୍ରତିଭା ଦେଖେଇବାର ସୁଯୋଗ ମିଳିଛି। ସେଥିପାଇଁ ସେ ନିଜ ଘରର ଜଗନ୍ନାଥଙ୍କୁ ତୂଳୀରେ ରଙ୍ଗ କରିବା ଆରମ୍ଭ କରିଥିଲେ। ଯାହାକୁ ପୁରୁଣା ଓ ନୂଆ କରି ମୋନାଲିସାଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଗତବର୍ଷ ମୋନାଲିସା ପ୍ରଥମ ଥର ରଥଯାତ୍ରା ସମୟରେ ନିଜ ଘରର ଜଗନ୍ନାଥଙ୍କ ମୂର୍ତ୍ତିକୁ ରଙ୍ଗ ଦେଇ ଆକର୍ଷଣୀୟ କରିଥିଲେ ଯାହା ଅନ୍ୟମାନଙ୍କୁ ମଧ୍ୟ ବେଶ ଆକର୍ଷିତ କରିପାରିଥିଲା। ତେଣୁ ଚଳିତବର୍ଷ ରଥଯାତ୍ରା ପାଇଁ ମୋନାଲିସାଙ୍କ ନିକଟକୁ ଅନେକ ଜଗନ୍ନାଥଙ୍କ ମୂର୍ତ୍ତି ଆସିଛି ନୂଆ ରୂପ ଦେବା ପାଇଁ। ଯାହାକୁ ମୋନାଲିସା ବେଶ୍ ଶ୍ରଦ୍ଧା ଓ ଆଗ୍ରହର ସହ ରଙ୍ଗ ଦେଉଛନ୍ତି। ରଙ୍ଗ ତୂଳୀକୁ ଅତି ନିଖୁଣତାର ସହ ମୋନାଲିସା ଜଗନ୍ନାଥଙ୍କୁ ନୂଆ କରୁଛନ୍ତି। ସମୟ ନେଇ ସମସ୍ତଙ୍କ ଅର୍ଡର ଅନୁଯାୟୀ କାମ ଶେଷ କରୁଛନ୍ତି। ଯିଏ ଯାହା ଖୁସିରେ ତାଙ୍କୁ ଅର୍ଥ ମଧ୍ୟ ଦେଉଛନ୍ତି। ବଡଠୁ ଆରମ୍ଭ କରି ସାନ ପର୍ଯ୍ଯନ୍ତ ମହାପ୍ରଭୁଙ୍କ ମୂର୍ତ୍ତିକୁ ନିମଗ୍ନ ଭାବେ ଚିତ୍ର କରୁଛନ୍ତି ମୋନାଲିସା। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳୁଛି।

ଆହୁରି ପଢ଼ନ୍ତୁ: ମୋରମ ମାଫିଆଙ୍କ ଆତଙ୍କ: ଖଣି ଅଧିକାରୀଙ୍କୁ ଆକ୍ରମଣ ସହ ଦେଲେ ହତ୍ୟା ଧମକ

26 Jun 2022 By The Sakala

ମୋନାଲିସାଙ୍କ ରଙ୍ଗ ତୁଳୀରେ ସଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ବାଲେଶ୍ଵର: ଚିତ୍ର କରିବା ତାଙ୍କର ନିଶା। ମାତ୍ର ତାଙ୍କୁ କେବେ ସେମିତି ସୁଯୋଗ ମିଳିନି କି ପ୍ରଶିଶିକ୍ଷା ମଧ୍ୟ ମିଳିନି। ସେଥିପାଇଁ ସେ କେତେବେଳେ ଝିଅଙ୍କ ହାତରେ ସୁନ୍ଦର ମେହେନ୍ଦୀ କରନ୍ତି ତ ପୁଣି କେତେବେଳେ ଚମତ୍କାର ମେକ୍ ଅପ୍ ଦେଇ ପ୍ରଶଂସା ସାଉଁଟାନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ। ମାତ୍ର ଏବେ ତାଙ୍କ ହାତର ତୂଳୀର ରଙ୍ଗ ମହାପ୍ରଭୁଙ୍କୁ ନୂଆ ରୂପ ଦେଉଛି। ରଥଯାତ୍ରା ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଙ୍ଗ ତୂଳୀରେ ନୂଆକରି ଗଢୁଛନ୍ତି ମୋନାଲିସା।

ବାଲେଶ୍ବର ସହର ସୁଏଲପୁରରେ ରହୁଥିବା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ଓ ପଦ୍ମାବତୀ ସାହୁଙ୍କ ଝିଅ ମୋନାଲିସା। ମୋନାଲିସା ବଳାଙ୍ଗୀ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ମୋନାଲିସାଙ୍କ ଚିତ୍ର ପ୍ରତି ଏକ ଅହେତୁକ ଦୁର୍ବଳତା ରହିଛି। ସେଥିପାଇଁ ସାନବେଳେ ମାତ୍ର ଅଳ୍ପ କିଛି ଦିନ ଆର୍ଟ କ୍ଲାସ୍ ରେ ଭର୍ତ୍ତି ହୋଇଥିଲେ ସେ। ତାପରେ ତାଙ୍କୁ ଆଉ ଚିତ୍ର ପାଇଁ ସୁଯୋଗ ହିଁ ମିଳିନଥିଲା। ବର୍ତ୍ତମାନ ମୋନାଲିସାଙ୍କୁ ନିଜ ପ୍ରତିଭା ଦେଖେଇବାର ସୁଯୋଗ ମିଳିଛି। ସେଥିପାଇଁ ସେ ନିଜ ଘରର ଜଗନ୍ନାଥଙ୍କୁ ତୂଳୀରେ ରଙ୍ଗ କରିବା ଆରମ୍ଭ କରିଥିଲେ। ଯାହାକୁ ପୁରୁଣା ଓ ନୂଆ କରି ମୋନାଲିସାଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଗତବର୍ଷ ମୋନାଲିସା ପ୍ରଥମ ଥର ରଥଯାତ୍ରା ସମୟରେ ନିଜ ଘରର ଜଗନ୍ନାଥଙ୍କ ମୂର୍ତ୍ତିକୁ ରଙ୍ଗ ଦେଇ ଆକର୍ଷଣୀୟ କରିଥିଲେ ଯାହା ଅନ୍ୟମାନଙ୍କୁ ମଧ୍ୟ ବେଶ ଆକର୍ଷିତ କରିପାରିଥିଲା। ତେଣୁ ଚଳିତବର୍ଷ ରଥଯାତ୍ରା ପାଇଁ ମୋନାଲିସାଙ୍କ ନିକଟକୁ ଅନେକ ଜଗନ୍ନାଥଙ୍କ ମୂର୍ତ୍ତି ଆସିଛି ନୂଆ ରୂପ ଦେବା ପାଇଁ। ଯାହାକୁ ମୋନାଲିସା ବେଶ୍ ଶ୍ରଦ୍ଧା ଓ ଆଗ୍ରହର ସହ ରଙ୍ଗ ଦେଉଛନ୍ତି। ରଙ୍ଗ ତୂଳୀକୁ ଅତି ନିଖୁଣତାର ସହ ମୋନାଲିସା ଜଗନ୍ନାଥଙ୍କୁ ନୂଆ କରୁଛନ୍ତି। ସମୟ ନେଇ ସମସ୍ତଙ୍କ ଅର୍ଡର ଅନୁଯାୟୀ କାମ ଶେଷ କରୁଛନ୍ତି। ଯିଏ ଯାହା ଖୁସିରେ ତାଙ୍କୁ ଅର୍ଥ ମଧ୍ୟ ଦେଉଛନ୍ତି। ବଡଠୁ ଆରମ୍ଭ କରି ସାନ ପର୍ଯ୍ଯନ୍ତ ମହାପ୍ରଭୁଙ୍କ ମୂର୍ତ୍ତିକୁ ନିମଗ୍ନ ଭାବେ ଚିତ୍ର କରୁଛନ୍ତି ମୋନାଲିସା। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର