ବିପୁଳ ପରିମାଣରେ ମଦ ଜବତ: ୬ ଗିରଫ
ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରଯାଇଛି। ସୂଚନା ଅନୁଯାୟୀ, ବାଲେଶ୍ବର ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ଶତପଥୀ ଓ ଅବକାରୀ ଡେପୁଟି ସୁପେରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୋର ସମୟରେ ଭୋଗରାଇ ଓ ଜଳେଶ୍ବର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ବରେ ଏକ ୧୦ଜଣିଆ ଟିମ କମର୍କା ଥାନା ଓ ଭୋଗରାଇ […]
ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରଯାଇଛି।
ସୂଚନା ଅନୁଯାୟୀ, ବାଲେଶ୍ବର ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ଶତପଥୀ ଓ ଅବକାରୀ ଡେପୁଟି ସୁପେରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୋର ସମୟରେ ଭୋଗରାଇ ଓ ଜଳେଶ୍ବର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ବରେ ଏକ ୧୦ଜଣିଆ ଟିମ କମର୍କା ଥାନା ଓ ଭୋଗରାଇ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଶଶାଙ୍କ ଦାସ ବାଉଁଶବଣି, ନନୀ ଗୋପାଳ ପାତ୍ର, ଗୋଛିଦା ତେଘରି, ତ୍ରିଲୋଚନ ଘଡାଇ କୁଚିଲା ଡାଙ୍ଗର, କାହ୍ନୁ ହେମ୍ରମ ହଳଦୀ ମାଳ, ରାଧାଗୋବିନ୍ଦ ସିଂ କଲ୍ୟାଣପୁର, ବସନ୍ତ ସିଂ କଲ୍ୟାଣପୁର।






