‘ସକାଳ’ର ପ୍ରଭାବ: ଅସହାୟ ପ୍ରକାଶକୁ ସହାୟତାର ହାତ ବଢ଼ାଇଲେ ଜଳେଶ୍ବର ବିଜେଡିର ଛାତ୍ର ଓ ଯୁବ ନେତା

The Sakala Picture
Published On

ଜଳେଶ୍ବର: ପାଠପଢା ଓ ଖେଳକୁଦ ବୟସରେ ଯନ୍ତ୍ରଣା ଅନୁଭବ କରୁଥିଲା ୧୩ ବର୍ଷର ପ୍ରକାଶ। ବେକ ପଛପଟରେ ଦିନକୁ ଦିନ ମାଂସ ବଢିବାକୁ ଲାଗିଲା। ବାପା ଦିନ ମଜୁରିଆ ହୋଇଥିବାରୁ ପୁଅକୁ ବଡ଼ ଡାକ୍ତର ଦେଖାଇବାକୁ ଅସମର୍ଥ। ପାଠ ପଢି ବଡ଼ ମଣିଷ ହେବାକୁ ଇଛା ଥିଲା ବେଳେ ନିଜକୁ ଭଲ କରିଦେବାକୁ ହାତ ଯୋଡି ସରକାରଙ୍କୁ ନିବେଦନ କରିଥିଲା ୧୩ ବର୍ଷର ପ୍ରକାଶ।ଏଭଳି ହୃଦୟସ୍ପର୍ଶ କାହାଣୀ ଦେଖିବାକୁ ମିଳିଥିଲା ଜଳେଶ୍ୱର ବ୍ଲକ ଉପାନ୍ତ ଅଂଚଳ ରାଇବଣିଆରୁ। […]

ଜଳେଶ୍ବର: ପାଠପଢା ଓ ଖେଳକୁଦ ବୟସରେ ଯନ୍ତ୍ରଣା ଅନୁଭବ କରୁଥିଲା ୧୩ ବର୍ଷର ପ୍ରକାଶ। ବେକ ପଛପଟରେ ଦିନକୁ ଦିନ ମାଂସ ବଢିବାକୁ ଲାଗିଲା। ବାପା ଦିନ ମଜୁରିଆ ହୋଇଥିବାରୁ ପୁଅକୁ ବଡ଼ ଡାକ୍ତର ଦେଖାଇବାକୁ ଅସମର୍ଥ। ପାଠ ପଢି ବଡ଼ ମଣିଷ ହେବାକୁ ଇଛା ଥିଲା ବେଳେ ନିଜକୁ ଭଲ କରିଦେବାକୁ ହାତ ଯୋଡି ସରକାରଙ୍କୁ ନିବେଦନ କରିଥିଲା ୧୩ ବର୍ଷର ପ୍ରକାଶ।ଏଭଳି ହୃଦୟସ୍ପର୍ଶ କାହାଣୀ ଦେଖିବାକୁ ମିଳିଥିଲା ଜଳେଶ୍ୱର ବ୍ଲକ ଉପାନ୍ତ ଅଂଚଳ ରାଇବଣିଆରୁ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ରାଇବଣିଆ ପଂଚାୟତ ରାଇବଣିଆ ଗଡ଼ସାହି ଅଞ୍ଚଳର କାଳିଚରଣ ବେହେରା ଦିନ ମଜୁରିଆ। ପର ଘରେ ମୂଲଲାଗି ପରିବାର ପ୍ରତିପୋଷଣ କରନ୍ତି। ନିଜ ଘର ଡିହ କହିଲେ ସରକାରୀ ଜାଗା। ପର ଘରେ ମୁଲଲାଗି ଯାହା ରୋଜଗାର କରନ୍ତି ପରିବାରର ୭ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି। କାଳିଚରଣଙ୍କ ପୁଅ ପ୍ରକାଶ ବେହେରା ବୟସ ଏବେ ୧୩ ,ଅଷ୍ଟମ ଶ୍ରେଣୀରେ ପାଠପଢେ। ଚାରି ବର୍ଷ ତଳେ ବେକ ପଛ ପାଖରେ ମାଂସ ଆପେ ଆପେ ବଢିବାକୁ ଲାଗିଲା। ପୁଅର ଖେଳ କୁଦ,ଶୋଆ ବସା ଓ ପାଠ ପଢ଼ାରେ କଷ୍ଟ ଅନୁଭବ ହେବାରୁ ତାକୁ କଟକ ହରିହର ଆଚାର୍ଯ୍ଯ ମେଡିକାଲକୁ ଚିକିତ୍ସା ପାଇଁ ନେଇ ଥିଲେ। ସେଠାରେ ଡାକ୍ତର ଚିକିତ୍ସା କରି ଅପରେଶନ ହେବ ବୋଲି କହିଥିଲେ। ଅପରେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ ହେବ। କାଳିଚରଣ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ଅପରେଶନ କରି ନ ପାରି ପୁଅକୁ ଘରକୁ ନେଇ ଆସିଲେ। ଧୀରେ ଧୀରେ ମାଂସ ବଢିବାକୁ ଲାଗିଛି।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ପ୍ରକାଶ କଷ୍ଟ ସହ୍ଯ କରି ନ ପାରି ସରକାରଙ୍କୁ ହାତ ଯୋଡି ନିବେଦନ କରିଥିଲା ହେ ସରକାର ମୋତେ ଭଲ କରିଦିଅ। ଭଲ ହୋଇଗଲେ ପାଠ ପଢି ବଡ଼ ମଣିଷ ହେବି। ଆଉ ଚାକିରୀ କରିବି। ତେବେ ପ୍ରକାଶର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ବେଳେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ରାଶବିହାରୀ ରଣା ପ୍ରଶାଶନିକ ସ୍ତରରେ ଆଲୋଚନା କରି ଖୁବ ଶୀଘ୍ର ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଖବର ଜୁଲାଇ ମାସ ୨୪ ତାରିଖ ଦିନ ଆମ ଖବରକାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ତେବେ ଆଜି ସକାଳ ସମୟରେ ଜଳେଶ୍ବର ବ୍ଲକ ବିଜୁ ଛାତ୍ର ସଭାପତି କାଳିଚରଣ ଦାସଙ୍କ ନେତୃତ୍ୱରେ ଜଳେଶ୍ବର ବିଜୁ ଛାତ୍ର ନଗର ସଭାପତି ସୁରଜ ଚୌରାସିଆ, ଜିଲ୍ଲା ବିଜୁ ଯୁବ ଉପସଭାପତି ରାସବିହାରୀ ରଣା,ବ୍ଲକ ବିଜୁ ଯୁବ ସଭାପତି ଚନ୍ଦନ କର,ବିଜୁ ଯୁବ ନଗର ସଭାପତି ଆନନ୍ଦ କର ପ୍ରମୁଖ ଆର୍ଥିକ ସହାୟତା ସହ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଛନ୍ତି।ସମ୍ପୂର୍ଣ ଭଲ ହେବା ପର୍ଯ୍ଯନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନେତା ମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

04 Aug 2021 By The Sakala

‘ସକାଳ’ର ପ୍ରଭାବ: ଅସହାୟ ପ୍ରକାଶକୁ ସହାୟତାର ହାତ ବଢ଼ାଇଲେ ଜଳେଶ୍ବର ବିଜେଡିର ଛାତ୍ର ଓ ଯୁବ ନେତା

ଜଳେଶ୍ବର: ପାଠପଢା ଓ ଖେଳକୁଦ ବୟସରେ ଯନ୍ତ୍ରଣା ଅନୁଭବ କରୁଥିଲା ୧୩ ବର୍ଷର ପ୍ରକାଶ। ବେକ ପଛପଟରେ ଦିନକୁ ଦିନ ମାଂସ ବଢିବାକୁ ଲାଗିଲା। ବାପା ଦିନ ମଜୁରିଆ ହୋଇଥିବାରୁ ପୁଅକୁ ବଡ଼ ଡାକ୍ତର ଦେଖାଇବାକୁ ଅସମର୍ଥ। ପାଠ ପଢି ବଡ଼ ମଣିଷ ହେବାକୁ ଇଛା ଥିଲା ବେଳେ ନିଜକୁ ଭଲ କରିଦେବାକୁ ହାତ ଯୋଡି ସରକାରଙ୍କୁ ନିବେଦନ କରିଥିଲା ୧୩ ବର୍ଷର ପ୍ରକାଶ।ଏଭଳି ହୃଦୟସ୍ପର୍ଶ କାହାଣୀ ଦେଖିବାକୁ ମିଳିଥିଲା ଜଳେଶ୍ୱର ବ୍ଲକ ଉପାନ୍ତ ଅଂଚଳ ରାଇବଣିଆରୁ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ରାଇବଣିଆ ପଂଚାୟତ ରାଇବଣିଆ ଗଡ଼ସାହି ଅଞ୍ଚଳର କାଳିଚରଣ ବେହେରା ଦିନ ମଜୁରିଆ। ପର ଘରେ ମୂଲଲାଗି ପରିବାର ପ୍ରତିପୋଷଣ କରନ୍ତି। ନିଜ ଘର ଡିହ କହିଲେ ସରକାରୀ ଜାଗା। ପର ଘରେ ମୁଲଲାଗି ଯାହା ରୋଜଗାର କରନ୍ତି ପରିବାରର ୭ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି। କାଳିଚରଣଙ୍କ ପୁଅ ପ୍ରକାଶ ବେହେରା ବୟସ ଏବେ ୧୩ ,ଅଷ୍ଟମ ଶ୍ରେଣୀରେ ପାଠପଢେ। ଚାରି ବର୍ଷ ତଳେ ବେକ ପଛ ପାଖରେ ମାଂସ ଆପେ ଆପେ ବଢିବାକୁ ଲାଗିଲା। ପୁଅର ଖେଳ କୁଦ,ଶୋଆ ବସା ଓ ପାଠ ପଢ଼ାରେ କଷ୍ଟ ଅନୁଭବ ହେବାରୁ ତାକୁ କଟକ ହରିହର ଆଚାର୍ଯ୍ଯ ମେଡିକାଲକୁ ଚିକିତ୍ସା ପାଇଁ ନେଇ ଥିଲେ। ସେଠାରେ ଡାକ୍ତର ଚିକିତ୍ସା କରି ଅପରେଶନ ହେବ ବୋଲି କହିଥିଲେ। ଅପରେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ ହେବ। କାଳିଚରଣ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ଅପରେଶନ କରି ନ ପାରି ପୁଅକୁ ଘରକୁ ନେଇ ଆସିଲେ। ଧୀରେ ଧୀରେ ମାଂସ ବଢିବାକୁ ଲାଗିଛି।

ପ୍ରକାଶ କଷ୍ଟ ସହ୍ଯ କରି ନ ପାରି ସରକାରଙ୍କୁ ହାତ ଯୋଡି ନିବେଦନ କରିଥିଲା ହେ ସରକାର ମୋତେ ଭଲ କରିଦିଅ। ଭଲ ହୋଇଗଲେ ପାଠ ପଢି ବଡ଼ ମଣିଷ ହେବି। ଆଉ ଚାକିରୀ କରିବି। ତେବେ ପ୍ରକାଶର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ବେଳେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ରାଶବିହାରୀ ରଣା ପ୍ରଶାଶନିକ ସ୍ତରରେ ଆଲୋଚନା କରି ଖୁବ ଶୀଘ୍ର ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଖବର ଜୁଲାଇ ମାସ ୨୪ ତାରିଖ ଦିନ ଆମ ଖବରକାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ତେବେ ଆଜି ସକାଳ ସମୟରେ ଜଳେଶ୍ବର ବ୍ଲକ ବିଜୁ ଛାତ୍ର ସଭାପତି କାଳିଚରଣ ଦାସଙ୍କ ନେତୃତ୍ୱରେ ଜଳେଶ୍ବର ବିଜୁ ଛାତ୍ର ନଗର ସଭାପତି ସୁରଜ ଚୌରାସିଆ, ଜିଲ୍ଲା ବିଜୁ ଯୁବ ଉପସଭାପତି ରାସବିହାରୀ ରଣା,ବ୍ଲକ ବିଜୁ ଯୁବ ସଭାପତି ଚନ୍ଦନ କର,ବିଜୁ ଯୁବ ନଗର ସଭାପତି ଆନନ୍ଦ କର ପ୍ରମୁଖ ଆର୍ଥିକ ସହାୟତା ସହ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଛନ୍ତି।ସମ୍ପୂର୍ଣ ଭଲ ହେବା ପର୍ଯ୍ଯନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନେତା ମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର