ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର, ବିକାଶର ସମୀକ୍ଷା କରିବେ 5T ସଚିବ

The Sakala Picture
Published On

ବାଲେଶ୍ୱର :  ଆଜି ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର । ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ। ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଯାଇଛନ୍ତି 5T ସଚିବ । ସକାଳ ୮ଟା ୩୫ମିନିଟରେ ବାଲେଶ୍ବରରେ ପହଞ୍ଚିବା ପରେ ଖଇରା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ପରିଦର୍ଶନ କରିବେ 5T ସଚିବ। ସେଠାରେ ଆମ ହସପିଟାଲରେ ଚାଲିଥିବା ବିକାଶ କାମର ଅନୁଧ୍ୟାନ କରିବେ। ସେଠାରୁ କୁପାରୀ […]

ବାଲେଶ୍ୱର :  ଆଜି ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର । ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ। ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଯାଇଛନ୍ତି 5T ସଚିବ । ସକାଳ ୮ଟା ୩୫ମିନିଟରେ ବାଲେଶ୍ବରରେ ପହଞ୍ଚିବା ପରେ ଖଇରା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ପରିଦର୍ଶନ କରିବେ 5T ସଚିବ। ସେଠାରେ ଆମ ହସପିଟାଲରେ ଚାଲିଥିବା ବିକାଶ କାମର ଅନୁଧ୍ୟାନ କରିବେ। ସେଠାରୁ କୁପାରୀ ପଞ୍ଚାୟତ ଗ୍ରାଉଣ୍ଡକୁ ଯାଇ ଜନସାଧାରଣ ଓ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

ପରେ ଜାମୁଝାଡ଼ି ନିକଟରେ ବାମ୍ବୋ ପ୍ରୋସେସିଂ ୟୁନିଟ ପରିଦର୍ଶନ ସହ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ସୋର ୟୁଏନ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସିଏଚସି ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ। ସେଠାରୁ ସନ୍ତରାଗଡ଼ିଆ ଯାଇ ସାଳନ୍ଦୀ କେନାଲ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ। ପରେ ବାହାନଗା ହାଇସ୍କୁଲ ପରିଦର୍ଶନ କରିବା ସହ ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ପ୍ରଦାନ କରିବେ। ଏହାପରେ ଦିନତମାମ ଏକାଧିକ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ।

ଆହୁରି ପଢ଼ନ୍ତୁ: ମାଛ ଧରିବାକୁ ଯାଇ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ ଘଟଣା: ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି ଦୂରରେ ସୁରକ୍ଷିତ ଥିବା ସୂଚନା

22 Jun 2023 By The Sakala

ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର, ବିକାଶର ସମୀକ୍ଷା କରିବେ 5T ସଚିବ

ବାଲେଶ୍ୱର :  ଆଜି ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର । ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ। ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଯାଇଛନ୍ତି 5T ସଚିବ । ସକାଳ ୮ଟା ୩୫ମିନିଟରେ ବାଲେଶ୍ବରରେ ପହଞ୍ଚିବା ପରେ ଖଇରା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ପରିଦର୍ଶନ କରିବେ 5T ସଚିବ। ସେଠାରେ ଆମ ହସପିଟାଲରେ ଚାଲିଥିବା ବିକାଶ କାମର ଅନୁଧ୍ୟାନ କରିବେ। ସେଠାରୁ କୁପାରୀ ପଞ୍ଚାୟତ ଗ୍ରାଉଣ୍ଡକୁ ଯାଇ ଜନସାଧାରଣ ଓ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବେ।

ପରେ ଜାମୁଝାଡ଼ି ନିକଟରେ ବାମ୍ବୋ ପ୍ରୋସେସିଂ ୟୁନିଟ ପରିଦର୍ଶନ ସହ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ସୋର ୟୁଏନ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସିଏଚସି ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ। ସେଠାରୁ ସନ୍ତରାଗଡ଼ିଆ ଯାଇ ସାଳନ୍ଦୀ କେନାଲ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ। ପରେ ବାହାନଗା ହାଇସ୍କୁଲ ପରିଦର୍ଶନ କରିବା ସହ ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ପ୍ରଦାନ କରିବେ। ଏହାପରେ ଦିନତମାମ ଏକାଧିକ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର