ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ବାଲେଶ୍ୱର: ବିଳମ୍ବିତ ରାତିରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଗୋଲାପଲ ନିକଟରୁ ମିଳିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ଜଣଙ୍କ ଗୋଲାପଲ ଅଞ୍ଚଳର ରବି ସିଂ ବୋଲି ସୂଚନା ଦେଇଛି ପୋଲିସ । ଏକାଧିକବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା […]
ବାଲେଶ୍ୱର: ବିଳମ୍ବିତ ରାତିରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଗୋଲାପଲ ନିକଟରୁ ମିଳିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ଜଣଙ୍କ ଗୋଲାପଲ ଅଞ୍ଚଳର ରବି ସିଂ ବୋଲି ସୂଚନା ଦେଇଛି ପୋଲିସ । ଏକାଧିକବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା ପରେ ରକ୍ତ ଜୁଡୁବୁଡ଼ୁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଫେରାର୍ ହୋଇ ଯାଇଛନ୍ତି । ଘଟଣାସ୍ଥଳରେ କ୍ରାଇମ୍ ଡିଏସପିଙ୍କ ସହ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।