ମା’ର ମୃତ୍ଯୁ ପରେ ବାପାକୁ ଜେଲ୍,  ନାତିକୁ ନେଇ ଅଜା ଓ ଜେଜେମା’ ମଧ୍ଯରେ ଟଣାଓଟରା

The Sakala Picture
Published On

ସିମୁଳିଆ: ମାର ମୃତ୍ୟୁ ପରେ ବାପା ଜେଲରେ, ନାତିକୁ ପାଇବାକୁ ଦୁଇ ପରିବାର ମଧ୍ୟରେ ଟଣା ଓଟରା ,ମାତ୍ର ନାତି ସାଇ ଏବେ ଶିଶୁ ମଙ୍ଗଳ ଅଧିନରେ, ଧର୍ମଦଣ୍ଡି କହିବ ସାଇ କାହାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ। ବିବରଣୀରୁ ପ୍ରକାଶ, ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ରାମକୃଷ୍ନପୁର ଗ୍ରାମର ସୁକୁମାର ଜେନାଙ୍କ ପୁଅ ପ୍ରଫୁଲ୍ଲ ସେହି ଥାନା ଅଞ୍ଚଳରେ କାଞ୍ଚପଡ଼ା ପଞ୍ଚାୟତ ଗୋପିବିନ୍ଧା ଗ୍ରାମର ଗୌରାଙ୍ଗ ଜେନାଙ୍କ ଝିଅ […]

ସିମୁଳିଆ: ମାର ମୃତ୍ୟୁ ପରେ ବାପା ଜେଲରେ, ନାତିକୁ ପାଇବାକୁ ଦୁଇ ପରିବାର ମଧ୍ୟରେ ଟଣା ଓଟରା ,ମାତ୍ର ନାତି ସାଇ ଏବେ ଶିଶୁ ମଙ୍ଗଳ ଅଧିନରେ, ଧର୍ମଦଣ୍ଡି କହିବ ସାଇ କାହାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବିବରଣୀରୁ ପ୍ରକାଶ, ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ରାମକୃଷ୍ନପୁର ଗ୍ରାମର ସୁକୁମାର ଜେନାଙ୍କ ପୁଅ ପ୍ରଫୁଲ୍ଲ ସେହି ଥାନା ଅଞ୍ଚଳରେ କାଞ୍ଚପଡ଼ା ପଞ୍ଚାୟତ ଗୋପିବିନ୍ଧା ଗ୍ରାମର ଗୌରାଙ୍ଗ ଜେନାଙ୍କ ଝିଅ ରୀନାରାଣୀଙ୍କୁ ୨୦୧୪ମସିହାରେ ପ୍ରେମବିବାହ କରିଥିଲେ। ମାତ୍ର ଏ ବିବାହ ରୀନାରାଣୀଙ୍କ ପରିବାର ଅରାଜି ଥିଲେ। ତାଙ୍କ ଔରସରୁ ୨୦୧୫ମସିହାରେ ପୁତ୍ର ସାଇରାମର ଜନ୍ମ। କୌଣସି କାରଣରୁ ରୀନାରାଣୀଙ୍କର ମୃତ୍ୟୁ ହୋଇଥିଲା। ରୀନାରାଣୀ ପରିବାର ପକ୍ଷରୁ ଅଭିଯୋଗକ୍ରମେ ପ୍ରଫୁଲ୍ଲକୁ ଜେଲ ହୋଇଗଲା। ଏଭଳି ଅବସ୍ଥାରେ ସାଇର ଲାଳନପାଳନ ଜେଜେବାପା ସୁକୁମାର ଓ ଜେଜେମାଆ ବାସନ୍ତୀ କରୁଥିଲେ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସେତେବେଳେ ସିମୁଳିଆ ପୁଲିସ ସାହାଯ୍ଯରେ ସାଇକୁ ତାଙ୍କ ଅଜା ଗୌରାଙ୍ଗ ନେଇଯାଇଥିଲେ। ଆଉ ନାତିକୁ ଦେଖିବା ପାଇ ଜେଜେମାଆ ଗଲେ ଗୈାରାଙ୍ଗର ପରିବାରକୁ ବିଭିନ୍ନ ଗାଳିଗୁଲଜ କରୁଥିବାର ଅଭିଯୋଗ କରିଥିଲେ। ଉଭୟପକ୍ଷ ମଧ୍ୟସ୍ଥିକୁ ହେଲେ ଫଲ କିଛି ମିଳି ନ ଥିଲା। ନାତିକୁ ପାଇବାକୁ ସେହିଦିନଠାରୁ ଆରମ୍ଭ ହୋଇଥିଲା ଜେଜେମାର ଅଭିଯାନ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ନାତିକୁ ପାଇବାକୁ ବାରଦୁଆର ହେବାକୁ ପଡ଼ିଥିଲା ଜେଜେମାଆ ବାସନ୍ତୀକୁ। ନାତିକୁ ପାଇବାକୁ ସିମୁଳିଆ ଥାନାଠାରୁ ଆରମ୍ଭକରି ବାଲେଶ୍ୱର ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଖଇରା ଚାଇଲଡ ଲାଇନ ପକ୍ଷରୁ ସିମୁଳିଆ ଥାନାରେ ଅବଗତ କରାଇ ସାଇରାମ ତାମିଲନାଡୁରେ ଥିବାର ସୂଚନା ମିଳିଥିଲା। ତାକୁ ଉଦ୍ଧାର କରାଯାଇ ଜେଜେମାକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ମାତ୍ର ତାହା ସୁବିଧା ହୋଇପାରି ନ ଥିଲା ନାତିକୁ ପାଇବାକୁ ବିଳମ୍ବ ହୋଇଥିଲା। ନାତିକୁ କେଉଁଆଡେ ଅର୍ନ୍ତଧ୍ୟାନ କରି ଦିଆଯାଇଥିଲା। ଏହି ଅଭିଯୋଗକ୍ରମେ ଦୀର୍ଘ ଦେଢବର୍ଷ ପରେ ଖଇରା ଚାଇଲଡ ଲାଇନକୁ ମିଳିଲା ବଡ ସଫଳତା, ଖବର ପାଇ ଖଇରା ଚାଇଲଡ ଲାଇନର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ ଲାଇନର ମୁଖ୍ୟ ତପସ୍ୱନୀ ରାଉତ, ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ଜ୍ୟୋତିପ୍ରକାଶ କର ବସ୍ତା ଥାନା ପୁଲିସ ସହଯାଗରେ ସାଇରାମ ବସ୍ତା ଥାନା ଅନ୍ତର୍ଗତ ପଞ୍ଚୁପଡ଼ା ଗ୍ରାମର ଶମ୍ଭୁନାଥଙ୍କ ପୃଷ୍ଠିଙ୍କ ଘରୁ ଉ଼ଦ୍ଧାର କରିଥିଲେ। ସାଇରାମକୁ ଉଦ୍ଧାର ପରେ ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ନାତି ସାଇରାମକୁ ନେବାକୁ ଅଜା ଗୈାରାଙ୍ଗ ଜେନାଙ୍କ ପରିବାର ଜିଦ ଧରୁଥିବାବେଳେ ଜେଜେମାଆ ସୁକାନ୍ତୀ ନାତିକୁ ପାଇବାକୁ ଆଖିରୁ ଲୁହ ସୁଖୁନି। ଶେଷରେ ଜିଲ୍ଲା ଶିଶୁମଙ୍ଗଳ ନିର୍ଦ୍ଧାରଣ କରିବ ସାଇରାମର ଶିକ୍ଷା,ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଯତ୍ନବାନ ହୋଇପାରିବ ନାତି ତାହାର ହୋଇପାରିବ।

04 Jun 2021 By The Sakala

ମା’ର ମୃତ୍ଯୁ ପରେ ବାପାକୁ ଜେଲ୍,  ନାତିକୁ ନେଇ ଅଜା ଓ ଜେଜେମା’ ମଧ୍ଯରେ ଟଣାଓଟରା

ସିମୁଳିଆ: ମାର ମୃତ୍ୟୁ ପରେ ବାପା ଜେଲରେ, ନାତିକୁ ପାଇବାକୁ ଦୁଇ ପରିବାର ମଧ୍ୟରେ ଟଣା ଓଟରା ,ମାତ୍ର ନାତି ସାଇ ଏବେ ଶିଶୁ ମଙ୍ଗଳ ଅଧିନରେ, ଧର୍ମଦଣ୍ଡି କହିବ ସାଇ କାହାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ।

ବିବରଣୀରୁ ପ୍ରକାଶ, ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ରାମକୃଷ୍ନପୁର ଗ୍ରାମର ସୁକୁମାର ଜେନାଙ୍କ ପୁଅ ପ୍ରଫୁଲ୍ଲ ସେହି ଥାନା ଅଞ୍ଚଳରେ କାଞ୍ଚପଡ଼ା ପଞ୍ଚାୟତ ଗୋପିବିନ୍ଧା ଗ୍ରାମର ଗୌରାଙ୍ଗ ଜେନାଙ୍କ ଝିଅ ରୀନାରାଣୀଙ୍କୁ ୨୦୧୪ମସିହାରେ ପ୍ରେମବିବାହ କରିଥିଲେ। ମାତ୍ର ଏ ବିବାହ ରୀନାରାଣୀଙ୍କ ପରିବାର ଅରାଜି ଥିଲେ। ତାଙ୍କ ଔରସରୁ ୨୦୧୫ମସିହାରେ ପୁତ୍ର ସାଇରାମର ଜନ୍ମ। କୌଣସି କାରଣରୁ ରୀନାରାଣୀଙ୍କର ମୃତ୍ୟୁ ହୋଇଥିଲା। ରୀନାରାଣୀ ପରିବାର ପକ୍ଷରୁ ଅଭିଯୋଗକ୍ରମେ ପ୍ରଫୁଲ୍ଲକୁ ଜେଲ ହୋଇଗଲା। ଏଭଳି ଅବସ୍ଥାରେ ସାଇର ଲାଳନପାଳନ ଜେଜେବାପା ସୁକୁମାର ଓ ଜେଜେମାଆ ବାସନ୍ତୀ କରୁଥିଲେ।

ସେତେବେଳେ ସିମୁଳିଆ ପୁଲିସ ସାହାଯ୍ଯରେ ସାଇକୁ ତାଙ୍କ ଅଜା ଗୌରାଙ୍ଗ ନେଇଯାଇଥିଲେ। ଆଉ ନାତିକୁ ଦେଖିବା ପାଇ ଜେଜେମାଆ ଗଲେ ଗୈାରାଙ୍ଗର ପରିବାରକୁ ବିଭିନ୍ନ ଗାଳିଗୁଲଜ କରୁଥିବାର ଅଭିଯୋଗ କରିଥିଲେ। ଉଭୟପକ୍ଷ ମଧ୍ୟସ୍ଥିକୁ ହେଲେ ଫଲ କିଛି ମିଳି ନ ଥିଲା। ନାତିକୁ ପାଇବାକୁ ସେହିଦିନଠାରୁ ଆରମ୍ଭ ହୋଇଥିଲା ଜେଜେମାର ଅଭିଯାନ।

ନାତିକୁ ପାଇବାକୁ ବାରଦୁଆର ହେବାକୁ ପଡ଼ିଥିଲା ଜେଜେମାଆ ବାସନ୍ତୀକୁ। ନାତିକୁ ପାଇବାକୁ ସିମୁଳିଆ ଥାନାଠାରୁ ଆରମ୍ଭକରି ବାଲେଶ୍ୱର ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଖଇରା ଚାଇଲଡ ଲାଇନ ପକ୍ଷରୁ ସିମୁଳିଆ ଥାନାରେ ଅବଗତ କରାଇ ସାଇରାମ ତାମିଲନାଡୁରେ ଥିବାର ସୂଚନା ମିଳିଥିଲା। ତାକୁ ଉଦ୍ଧାର କରାଯାଇ ଜେଜେମାକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ମାତ୍ର ତାହା ସୁବିଧା ହୋଇପାରି ନ ଥିଲା ନାତିକୁ ପାଇବାକୁ ବିଳମ୍ବ ହୋଇଥିଲା। ନାତିକୁ କେଉଁଆଡେ ଅର୍ନ୍ତଧ୍ୟାନ କରି ଦିଆଯାଇଥିଲା। ଏହି ଅଭିଯୋଗକ୍ରମେ ଦୀର୍ଘ ଦେଢବର୍ଷ ପରେ ଖଇରା ଚାଇଲଡ ଲାଇନକୁ ମିଳିଲା ବଡ ସଫଳତା, ଖବର ପାଇ ଖଇରା ଚାଇଲଡ ଲାଇନର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ ଲାଇନର ମୁଖ୍ୟ ତପସ୍ୱନୀ ରାଉତ, ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ଜ୍ୟୋତିପ୍ରକାଶ କର ବସ୍ତା ଥାନା ପୁଲିସ ସହଯାଗରେ ସାଇରାମ ବସ୍ତା ଥାନା ଅନ୍ତର୍ଗତ ପଞ୍ଚୁପଡ଼ା ଗ୍ରାମର ଶମ୍ଭୁନାଥଙ୍କ ପୃଷ୍ଠିଙ୍କ ଘରୁ ଉ଼ଦ୍ଧାର କରିଥିଲେ। ସାଇରାମକୁ ଉଦ୍ଧାର ପରେ ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ନାତି ସାଇରାମକୁ ନେବାକୁ ଅଜା ଗୈାରାଙ୍ଗ ଜେନାଙ୍କ ପରିବାର ଜିଦ ଧରୁଥିବାବେଳେ ଜେଜେମାଆ ସୁକାନ୍ତୀ ନାତିକୁ ପାଇବାକୁ ଆଖିରୁ ଲୁହ ସୁଖୁନି। ଶେଷରେ ଜିଲ୍ଲା ଶିଶୁମଙ୍ଗଳ ନିର୍ଦ୍ଧାରଣ କରିବ ସାଇରାମର ଶିକ୍ଷା,ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଯତ୍ନବାନ ହୋଇପାରିବ ନାତି ତାହାର ହୋଇପାରିବ।

https://www.thesakala.in/latest-odisha-news/balasore/quarrel-between-aja-and-jejema-over-her-grandson/article-2676
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର