ସ୍କୁଟି ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର, ସ୍କୁଟି ଚାଳକ ମୃତ

The Sakala Picture
Published On

ଭୋଗରାଇ: ସ୍କୁଟି ଉପରେ ମାଡ଼ିଗଲା ବେଆଇନ ତଥା ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାବାଡି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଝିଅ ସାରଥୀ ଭୂୟାଁ […]

ଭୋଗରାଇ: ସ୍କୁଟି ଉପରେ ମାଡ଼ିଗଲା ବେଆଇନ ତଥା ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାବାଡି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଝିଅ ସାରଥୀ ଭୂୟାଁ (୩୫)। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ପୁଲିସ ଖୋଜି ଖୋଜି ଏହାକୁ ଜବତ କରିବାରେ‌ ସଫଳ ହୋଇଛି। ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନା ମୁତାବକ, ସାରଥୀ ଦୀର୍ଘ ୧୫ ବର୍ଷ ହେଲା ବାପଘର ଖଡ଼ିକାବାଡି ଗାଁରେ ସ୍ଥାୟୀ ଭାବେ ମାନସିକ ବିକାରଗ୍ରସ୍ତ ପୁଅ ଚନ୍ଦନ ଭୂୟାଁ(୧୪) ସହିତ ବାସ କରନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ କୈାଣସି କାର୍ଯ୍ୟ ପାଇଁ ସେ ନିଜ ସ୍କୁଟି (ଓଆର-୦୧ଏଏନ-୯୧୯୬) କୁ ନିଜେ ଚଳାଇ ଦେଉଳା ହାଟକୁ ଯାଉଥିଲେ। ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ଠାରେ ପଛପଟୁ ଦ୍ରୃତଗତିରେ ଆସୁଥିବା ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ପଛରୁ ଧକ୍କା ଦେଇ ତାଙ୍କ ଉପରେ ମାଡ଼ି ଯାଇଥିଲା। ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ସାରଥୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଥିଲା। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ବାଇକ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଶବ ଜବତ କରି ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଅନ୍ୟପକ୍ଷରେ ଚମ୍ପଟ ମାରିଥିବା ନମ୍ବର ବିହୀନ ଟ୍ରାକ୍ଟରକୁ ପୁଲିସ ଟିମ ଖୋଜି ବାହାର କରିବା ସହିତ ଜବତ କରି ଥାନାକୁ ନେଇଥିଲା । ତେବେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଭୋଗରାଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

02 Apr 2023 By The Sakala

ସ୍କୁଟି ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର, ସ୍କୁଟି ଚାଳକ ମୃତ

ଭୋଗରାଇ: ସ୍କୁଟି ଉପରେ ମାଡ଼ିଗଲା ବେଆଇନ ତଥା ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାବାଡି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଝିଅ ସାରଥୀ ଭୂୟାଁ (୩୫)। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ପୁଲିସ ଖୋଜି ଖୋଜି ଏହାକୁ ଜବତ କରିବାରେ‌ ସଫଳ ହୋଇଛି। ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସାରଥୀ ଦୀର୍ଘ ୧୫ ବର୍ଷ ହେଲା ବାପଘର ଖଡ଼ିକାବାଡି ଗାଁରେ ସ୍ଥାୟୀ ଭାବେ ମାନସିକ ବିକାରଗ୍ରସ୍ତ ପୁଅ ଚନ୍ଦନ ଭୂୟାଁ(୧୪) ସହିତ ବାସ କରନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ କୈାଣସି କାର୍ଯ୍ୟ ପାଇଁ ସେ ନିଜ ସ୍କୁଟି (ଓଆର-୦୧ଏଏନ-୯୧୯୬) କୁ ନିଜେ ଚଳାଇ ଦେଉଳା ହାଟକୁ ଯାଉଥିଲେ। ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ଠାରେ ପଛପଟୁ ଦ୍ରୃତଗତିରେ ଆସୁଥିବା ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ପଛରୁ ଧକ୍କା ଦେଇ ତାଙ୍କ ଉପରେ ମାଡ଼ି ଯାଇଥିଲା। ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ସାରଥୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଥିଲା। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ବାଇକ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଶବ ଜବତ କରି ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଅନ୍ୟପକ୍ଷରେ ଚମ୍ପଟ ମାରିଥିବା ନମ୍ବର ବିହୀନ ଟ୍ରାକ୍ଟରକୁ ପୁଲିସ ଟିମ ଖୋଜି ବାହାର କରିବା ସହିତ ଜବତ କରି ଥାନାକୁ ନେଇଥିଲା । ତେବେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଭୋଗରାଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

https://www.thesakala.in/latest-odisha-news/balasore/accident-between-scooty-and-tractor-one-died/article-20378
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର