ଧାନ ବୋଝେଇ ଗାଡିକୁ ଧକ୍କା ଦେଲା ଡ଼ମ୍ପର, କାକା ଓ ପୁତୁରା ମୃତ

The Sakala Picture
Published On

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ଅମ୍ବଳିଆଠା ବାରାହାଗଡିଆ ଛକ ଠାରେ ସିରିଜ ଦୁର୍ଘଟଣା। ଡମ୍ପର ଧକ୍କାରେ ଧାନ ବୋଝେଇ ଗାଡ଼ି ଓ ଅଲଟୋ କାର ଦୁର୍ଘଟଣା ଗ୍ରସ୍ତ। ଧାନ ବୋଝେଇ ଗାଡ଼ିର ଡ୍ରାଇଭର ଓ ସମ୍ପର୍କୀୟଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ସିଦ୍ଧେଶ୍ୱର ବେହେରା (କାକା) ଯାହାର ବୟସ (୫୨) ଓ କୁଳମଣି ବେହେରା (ପୁତୁରା)ଉଭୟେ ଏକ ମହେନ୍ଦ୍ରା […]

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ଅମ୍ବଳିଆଠା ବାରାହାଗଡିଆ ଛକ ଠାରେ ସିରିଜ ଦୁର୍ଘଟଣା। ଡମ୍ପର ଧକ୍କାରେ ଧାନ ବୋଝେଇ ଗାଡ଼ି ଓ ଅଲଟୋ କାର ଦୁର୍ଘଟଣା ଗ୍ରସ୍ତ। ଧାନ ବୋଝେଇ ଗାଡ଼ିର ଡ୍ରାଇଭର ଓ ସମ୍ପର୍କୀୟଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ସିଦ୍ଧେଶ୍ୱର ବେହେରା (କାକା) ଯାହାର ବୟସ (୫୨) ଓ କୁଳମଣି ବେହେରା (ପୁତୁରା)ଉଭୟେ ଏକ ମହେନ୍ଦ୍ରା ଜିତ ଗାଡ଼ିରେ ଅମ୍ବଳିଅଠା ଧାନ ଖଟିକୁ  ଧାନ ବୁଝେଇ କରି ଆସୁଥିଲା ସମୟରେ ଜଳେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ବାରାଗଡିଆ ଠାରେ ଚନ୍ଦନେଶ୍ୱର ଆଡୁ ଜଳେଶ୍ୱର ଆଡକୁ ଆସୁଥିବା ଡମ୍ପର ମହେନ୍ଦ୍ରା ଜିତ ଓ ଏକ ଅଲଟୋ କାରକୁ ଧକ୍କା ଦେଇଥିଲା।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ମହେନ୍ଦ୍ରା ଜିତ ଓ ଡମ୍ପର ମୁହାଁ ମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣାଟି ଏତେ ଜୋରରେ  ଘଟିଥିଲା ଯେ ମହେନ୍ଦ୍ରା ଜିତ ଡମ୍ପର ଇଂଜିନ  ମଧ୍ୟକୁ ପଶି ଯାଇଥିଲା।ମହେନ୍ଦ୍ରା ଜିତରେ ଥିବା ଡ୍ରାଇଭର କୁଳମଣି ବେହେରା ଓ ସମ୍ପର୍କୀୟ କାକା ସିଧେଶ୍ୱର ବେହେରା ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଅଲଟ କାରର  ଡ୍ରାଇଭର ଗୁରୁତj ହୋଇ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଥିଲେ। ତେବେ କ୍ଷତି ପୂରଣ ଦାବିରେ ସମ୍ପର୍କୀୟ ଲୋକମାନେ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ  ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ଜଳେଶ୍ବର ତହସିଲଦାର ଶଙ୍କର ପଟ୍ଟନାୟକ, ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇଆସି ପର୍ଶୁରାମ ସାହୁ,ଏସ ଆଇ ଦିଲ୍ଲୀପ ସାମଲ,ନଗରଦୀପ ସେଠୀ, ଏ ଏସ ଆଇ ସତ୍ୟନାରାୟନ ବଳ, ରମାକାନ୍ତ ସେଠୀ, ପ୍ରଫୁଲ୍ଲ ଅଟବୁଧି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ରେଡ଼କ୍ରସରୁ ଉଭୟ ପରିବାରକୁ ଦଶ ଦଶ ହଜାର କରି ଟଙ୍କା ଦିଆଯିବା ପରେ ରାସ୍ତା ରୋକ ଉଠିଥିଲା

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

04 Jun 2021 By The Sakala

ଧାନ ବୋଝେଇ ଗାଡିକୁ ଧକ୍କା ଦେଲା ଡ଼ମ୍ପର, କାକା ଓ ପୁତୁରା ମୃତ

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ଅମ୍ବଳିଆଠା ବାରାହାଗଡିଆ ଛକ ଠାରେ ସିରିଜ ଦୁର୍ଘଟଣା। ଡମ୍ପର ଧକ୍କାରେ ଧାନ ବୋଝେଇ ଗାଡ଼ି ଓ ଅଲଟୋ କାର ଦୁର୍ଘଟଣା ଗ୍ରସ୍ତ। ଧାନ ବୋଝେଇ ଗାଡ଼ିର ଡ୍ରାଇଭର ଓ ସମ୍ପର୍କୀୟଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ସିଦ୍ଧେଶ୍ୱର ବେହେରା (କାକା) ଯାହାର ବୟସ (୫୨) ଓ କୁଳମଣି ବେହେରା (ପୁତୁରା)ଉଭୟେ ଏକ ମହେନ୍ଦ୍ରା ଜିତ ଗାଡ଼ିରେ ଅମ୍ବଳିଅଠା ଧାନ ଖଟିକୁ  ଧାନ ବୁଝେଇ କରି ଆସୁଥିଲା ସମୟରେ ଜଳେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ବାରାଗଡିଆ ଠାରେ ଚନ୍ଦନେଶ୍ୱର ଆଡୁ ଜଳେଶ୍ୱର ଆଡକୁ ଆସୁଥିବା ଡମ୍ପର ମହେନ୍ଦ୍ରା ଜିତ ଓ ଏକ ଅଲଟୋ କାରକୁ ଧକ୍କା ଦେଇଥିଲା।

ମହେନ୍ଦ୍ରା ଜିତ ଓ ଡମ୍ପର ମୁହାଁ ମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣାଟି ଏତେ ଜୋରରେ  ଘଟିଥିଲା ଯେ ମହେନ୍ଦ୍ରା ଜିତ ଡମ୍ପର ଇଂଜିନ  ମଧ୍ୟକୁ ପଶି ଯାଇଥିଲା।ମହେନ୍ଦ୍ରା ଜିତରେ ଥିବା ଡ୍ରାଇଭର କୁଳମଣି ବେହେରା ଓ ସମ୍ପର୍କୀୟ କାକା ସିଧେଶ୍ୱର ବେହେରା ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଅଲଟ କାରର  ଡ୍ରାଇଭର ଗୁରୁତj ହୋଇ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଥିଲେ। ତେବେ କ୍ଷତି ପୂରଣ ଦାବିରେ ସମ୍ପର୍କୀୟ ଲୋକମାନେ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ  ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ଜଳେଶ୍ବର ତହସିଲଦାର ଶଙ୍କର ପଟ୍ଟନାୟକ, ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇଆସି ପର୍ଶୁରାମ ସାହୁ,ଏସ ଆଇ ଦିଲ୍ଲୀପ ସାମଲ,ନଗରଦୀପ ସେଠୀ, ଏ ଏସ ଆଇ ସତ୍ୟନାରାୟନ ବଳ, ରମାକାନ୍ତ ସେଠୀ, ପ୍ରଫୁଲ୍ଲ ଅଟବୁଧି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ରେଡ଼କ୍ରସରୁ ଉଭୟ ପରିବାରକୁ ଦଶ ଦଶ ହଜାର କରି ଟଙ୍କା ଦିଆଯିବା ପରେ ରାସ୍ତା ରୋକ ଉଠିଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର