ଅଗ୍ନୀପଥ ଯୋଜନାରେ ଲିଖିତ ପରୀକ୍ଷା ବାତିଲ ଜାଣି ଆତ୍ମହତ୍ୟା କଲେ ଯୁବକ

The Sakala Picture
Published On

ସୋର: ଦେଶର ବିହାର, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଅଗ୍ନୀପଥକୁ ବିରୋଧ ଚାଲିଥିବା ବେଳେ ସୋରରେ ଅଜି ଜଣେ ଯୁବକ ଏହି ଯୋଜନା ଲାଗୁ ପରେ ସେନାରେ ଭର୍ତ୍ତି ହେବା ଆଶା ଛାଡି ଆତ୍ମହତ୍ୟା କରିଛନ୍ତି। ଜଣେ ଯୁବକ ଦେଢ ବର୍ଷ ପୂର୍ବେ ପଦାତିକ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଲିଖିତ ପରୀକ୍ଷା ବାରମ୍ବାର ଘୁଞ୍ଚି ଚାଲିଥିଲା। ଆସନ୍ତା ଅଗଷ୍ଟରେ ଲିଖିତ ପରୀକ୍ଷା ହେବାକୁ ସେନା ବିଭାଗରୁ ପତ୍ର […]

ସୋର: ଦେଶର ବିହାର, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଅଗ୍ନୀପଥକୁ ବିରୋଧ ଚାଲିଥିବା ବେଳେ ସୋରରେ ଅଜି ଜଣେ ଯୁବକ ଏହି ଯୋଜନା ଲାଗୁ ପରେ ସେନାରେ ଭର୍ତ୍ତି ହେବା ଆଶା ଛାଡି ଆତ୍ମହତ୍ୟା କରିଛନ୍ତି। ଜଣେ ଯୁବକ ଦେଢ ବର୍ଷ ପୂର୍ବେ ପଦାତିକ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଲିଖିତ ପରୀକ୍ଷା ବାରମ୍ବାର ଘୁଞ୍ଚି ଚାଲିଥିଲା। ଆସନ୍ତା ଅଗଷ୍ଟରେ ଲିଖିତ ପରୀକ୍ଷା ହେବାକୁ ସେନା ବିଭାଗରୁ ପତ୍ର ଆସିଥିଲା। ଲିଖିତ ପରୀକ୍ଷା ହେବା ପୂର୍ବରୁ ସରକାରଙ୍କ ଅଗ୍ନୀପଥ ଯୋଜନା ଘୋଷଣା ହେବାରୁ ସେନାରେ ହେବାକୁ ଥିବା ଲିଖିତ ପରୀକ୍ଷା ବାତିଲ ହୋଇଯାଇଥିଲା। ଫଳରେ ଯୁବକ ଜଣକ ହତାସ ହୋଇ ଆତ୍ମହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଯୁବକର ବାପା ମା ମୃତ ପୁଅର କିଡନୀ ଓ ଆଖି ଦାନ କରିବାକୁ ଇଚ୍ଛା କରିଥିଲେ। ସୁଯୋଗ ଅଭାବରୁ ତାହା ବି ହୋଇ ପାରିନଥିଲା।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ତେଣ୍ଟେଇ ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ ଗତ ଦେଢ ବର୍ଷ ତଳେ ପଦାତିକ ବାହିନୀରେ ଭର୍ତ୍ତି ପାଇଁ ସ୍ୱାସ୍ଥ୍ୟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ। ଗତ ଦେଢ ବର୍ଷ ଧରି ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିଲେ। ଆସନ୍ତା ଅଗଷ୍ଟ ୩୦ ତାରିଖରେ ଲିଖିତ ପରୀକ୍ଷା ହେବାକୁ ପତ୍ର ଆସିଥିଲା। ଏହା ମଧ୍ୟରେ ସରକାର ଘୋଷଣା କଲେ ଅଗ୍ନୀପଥ ଯୋଜନା। ଅଗ୍ନୀପଥ ଯୋଜନା ଘୋଷଣା ପରେ ଲିଖିତ ପରୀକ୍ଷା ବାତିଲ ହୋଇଯାଇଥିବାର ଜାଣି ପାରି ଧନଞ୍ଜୟ ମାନସିକ ଭାରସାମ୍ୟ ହରାଇ ବୁଧବାର ରାତି ୩ଟାରେ ଶୋଇବା ଘରେ ଗଡାଣରେ ରଶି ଲଗାିଇ ଆତ୍ମହତ୍ୟା କରିଥିବାର ପରିବାର ଲୋକେ ଜାଣିଥିଲେ। ମରିବା ପୂର୍ବରୁ ସେ ତାର ମୋବାଇଲରୁ ଭାଇ ଓ ସାଙ୍ଗମାନଙ୍କୁ ମେସେଜ କରିଥିଲା ମୁଁ ଆସୁଛି।ବାପା ମାଆ ତମକୁ ଲାଗିଲେ।

ଲିଖିତ ପରୀକ୍ଷା ବାତିଲ ପରଠାରୁ ଧନଞ୍ଜୟ ନିଜର ମାନସିକ ଭାରସାମ୍ୟ ହରାଇଥିଲା। ନିଜର ହ୍ୱାଟସପ ଷ୍ଟାଟସରେ ବିଭିନ୍ନ ପ୍ରଦେଶରେ ଯୁବକମାନେ ପୂର୍ବରୁ ପଦାତିକ ବାହିନୀରେ ବିଭିନ୍ନ ପରୀକ୍ଷା ଦେଇ ପରୀକ୍ଷା ବାତିଲ ପରେ ଆତ୍ମହତ୍ୟା କରୁଥିବା ଯୁବକଙ୍କ ଫଟ ରଖୁଥିଲା। ଧନଞ୍ଜୟ ଅଗ୍ନୀପଥ ଯୋଜନାକୁ ବିରୋଧ କରି ବିଭିନ୍ନ ମନ୍ତବ୍ୟ ଦେଉଥିବାର ଜଣା ପଡିଛି। ଧନଞ୍ଜୟର ମୃତ୍ୟୁ ପରେ ତାର ବାପା ରଜନୀ ଓ ମାଆ ପୁଅର ଅଙ୍ଗପ୍ରତ୍ୟେଙ୍ଗ ଦାନ କରିବାକୁ ଇଛା କରଥିଲେ। ଅଙ୍ଗପ୍ରତ୍ୟେଙ୍ଗ ପ୍ରଦାନ ଏଠାରେ ସୁବିଧା ନ ଥିବାରୁ ତାଙ୍କର ଇଚ୍ଛା ପୁରଣ ହୋଇ ନ ଥିଲା। ଧନଞ୍ଜୟ ସହିତ ୭୦ରୁ ଅଧିକ ଯୁବକ ଭଦ୍ରକ ଜିଲା ଇରମ ପଡିଆରେ ସେନାରେ ଭର୍ତ୍ତି ପାଇଁ ବିଭିନ୍ନ ଅଭ୍ୟାସ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯୁବକ ସେନା ସ୍ୱାସ୍ଥ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିଲେ। ଧନଞ୍ଜୟର ମୃତ୍ୟୁ ଓ ସେନା ଲିଖିତ ପରୀକ୍ଷା ବାତିଲ ପରେ ଅଭ୍ୟାସ କରୁଥିବା ଯୁବକମାନେ ମାନସିକସ୍ତରରେ ଭାଙ୍ଗି ପଡିଥିବାର କହିଛନ୍ତି।

16 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର