ସରିଲା ଦ୍ୱାଦଶ ଜଉ କଣ୍ଢେଇ ବାହାଘର ଉତ୍ସବ

The Sakala Picture
Published On

ବାଲେଶ୍ୱର:ରବିବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ଚାଲିଥିବା ଦ୍ୱାଦଶ ବାଲେଶ୍ୱରୀ ଗଣପର୍ବ ଜଉ କଣ୍ଢେଇ ବାହାଘର। ବାଲେଶ୍ଵରର ଆଇଟିଆଇ ପଡିଆରେ ଦୁଇଶହରୁ ଅଧିକ ଦୋକାନ ସହ ମିନାବଜାର ବେଶ ଆକର୍ଷଣୀୟ ହୋଇଥିଲା। ଆଇଟିଆଇ ପଡ଼ିଆର ମଧ୍ୟଭାଗରେ ଏକ ସୁସଜ୍ଜିତ ବେଦୀ ଉପରେ ଜୟଦେବ ଓ ପଦ୍ମାବତୀଙ୍କୁ ଲୋକେ ଦର୍ଶନ କରୁଥିଲେ। ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ […]

ବାଲେଶ୍ୱର:ରବିବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ଚାଲିଥିବା ଦ୍ୱାଦଶ ବାଲେଶ୍ୱରୀ ଗଣପର୍ବ ଜଉ କଣ୍ଢେଇ ବାହାଘର। ବାଲେଶ୍ଵରର ଆଇଟିଆଇ ପଡିଆରେ ଦୁଇଶହରୁ ଅଧିକ ଦୋକାନ ସହ ମିନାବଜାର ବେଶ ଆକର୍ଷଣୀୟ ହୋଇଥିଲା। ଆଇଟିଆଇ ପଡ଼ିଆର ମଧ୍ୟଭାଗରେ ଏକ ସୁସଜ୍ଜିତ ବେଦୀ ଉପରେ ଜୟଦେବ ଓ ପଦ୍ମାବତୀଙ୍କୁ ଲୋକେ ଦର୍ଶନ କରୁଥିଲେ। ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରୁଥିଲେ ଯାହା ଓଡିଶା ସରକାରଙ୍କର ସାଂସ୍କୃତିକ ବିଭାଗ ସୌଜନ୍ୟରେ ଅନୁଷ୍ଠିତ ହେଉଥିଲା। ଏହାଛଡା ସରକାରଙ୍କର କଳା ଓ ସଂସ୍କୃତିର ଷ୍ଟଲମାନ ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଥିଲା। ଶେଷ ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ଗିରି ବାଲେଶ୍ଵରର ଜଉ କଣ୍ଢେଇ ସଂସ୍କୃତି ଓ ଶିଳ୍ପ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ କବି ପ୍ରଶାନ୍ତ ଦାସ, ଯୁବ ଉଦ୍ୟୋଗୀ ସଂଗ୍ରାମ ଦାସ,ଆଇଟିଆଇ ବାଲେଶ୍ଵରର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପରିଡା, ବର ପିତା ମାତା କୈଳାଶ ଚନ୍ଦ୍ର ପରିଡା ଓ ସୁପ୍ରିୟା ପରିଡା, କନ୍ୟା ପିତାମାତା ମଦନ ସରାଓଗି ଓ ଅଞ୍ଜୁ ସରାଓଗି, ଲୋକ ସମ୍ପର୍କ ପଦାଧିକାରୀ ମନୋଜ କୁମାର ପାଢି ଯୋଗଦେଇ ଜଉ କଣ୍ଢେଇ ବାହାଘରର ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ଜଉ କଣ୍ଢେଇ ଉତ୍ସବ ସମିତିର ସଭାନେତ୍ରୀ ସୁବାସିନୀ ଜେନା ପୌରହିତ୍ୟ କରି ଏହି ସବୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କର ସେବା ଓ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ସମିତିର ଉପଦେଷ୍ଟା ଇଂ ହୃଷିକେଶ ସାହୁ ପ୍ରାକ କଥନ ରଖିଥିଲାବେଳେ ସହ ସମ୍ପାଦକ ରାଜେଶ କୁମାର ଗିରି ଶେଷକଥା ରଖିଥିଲେ। ଏହି ଅବସରରେ ଆଟିଆଇର ଅଧ୍ୟକ୍ଷ କୃଷ୍ଣ ଚରଣ ରାଉତ ଓ ରାଧାନାଥ ରଥଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ସନ୍ଧ୍ୟାର ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ବାଲେଶ୍ୱରବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପାଞ୍ଚଦିନବ୍ୟାପି ସମାରୋହକୁ ଶିଳ୍ପୀ କେଶୁଦାସ, ବ୍ରହ୍ମ ରଥ, ରାଜେଶ ଗିରି, ରଘୁନାଥ ଲେଙ୍କା, ପରେଶ ଦାସ, ଉପେନ୍ଦ୍ର କୁମାର ପାତ୍ର, ବ୍ୟୋମ ରଥ, କୁମାର ଗୋପାଳ, ରାଧାକୃଷ୍ଣ ଦାସ, ହୃଷିକେଶ ସାହୁ, ରାଧାନାଥ ରଥ, ଆଲୋକ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟଙ୍କ ସହଯୋଗରେ ସଫଳ ହୋଇଛି। ଏହାବ୍ୟତୀତ ମାରୁଆଡ଼ି ମହିଳା ସମ୍ମେଳନର ସଭାନେତ୍ରୀ ପ୍ରିୟା ଅଗ୍ରଓ୍ବାଲଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ମାରୁଆଡ଼ି ସମାଜର ଲୋକଙ୍କ ଅବଦାନ ଏହି ମହୋତ୍ସବର ସଫଳତା ପାଇଁ ବେଶ ସହାୟ ହୋଇଥିଲା।

29 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର