ବିଷ ପିଇ ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ
ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି। ସେ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ ବୋଲି ଖବର ମିଳିଛି। ସୂଚନାଯୋଗ୍ୟ ଯେ ସଇଁତଲା ଥାନାରେ ଟ୍ରେନି […]
ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି। ସେ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ ବୋଲି ଖବର ମିଳିଛି।
ଆହୁରି ପଢ଼ନ୍ତୁ: ଡେଲାଙ୍ଗରେ ଜଣ୍ଡିସ ଆତଙ୍କ: ୧୭ରୁ ଅଧିକ ପିଲା ଆକ୍ରାନ୍ତ, ଘଣ୍ଟ ଓ ମାଇକ୍ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ
ସୂଚନାଯୋଗ୍ୟ ଯେ ସଇଁତଲା ଥାନାରେ ଟ୍ରେନି ସବ ଇନିସ୍ପେକ୍ଟର ଭାବରେ କାର୍ଯ୍ୟ କରୁଥିବା ମହିଳା ପୁଲିସ ଜଣକ ନିଜ କାମ ସାରିବା ନିଜ କ୍ୱାଟରରେ ରହିଥିଲେ। କିନ୍ତୁ ସକାଳୁ ସେ ଠିକ ସମୟରେ ନ ଉଠିବାରୁ ପାଖ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ | ଚର୍ଚ୍ଚା ମୁତାବକ ମହିଳା ଅଧିକାରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ଯୋଗୁଁ ବିଷପାନ କରି ଗୁରୁତର ହୋଇପଡିଛନ୍ତି।
ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ





