ଲଜରୁ ଜବତ ଟଙ୍କା ହେରଫେର୍‌ ଘଟଣା: ଏସଡିପିଓ ମୁହଁ ଖୋଲିବା ପରେ ଛାନଭିନ ଜୋରଦାର

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପକ୍ଷରୁ ଅନ୍ନପୂର୍ଣ୍ଣା ଲଜ ଉପରେ ଚଢାଉ କରାଯିବା ପରେ ହୋଇଥିବା କରାସାଦି ଏବେ ପଦାରେ ପଡିବାରେ ଲାଗିଛି । ଦାଦନ ସର୍ଦ୍ଦାରଙ୍କୁ ଜୁଆଡି ସଜାଇ ଜାମିନ ଦେଇଥିବା କଣ୍ଟାବାଞ୍ଜି ପୁଲିସ ଏବେ କାଠଗଡାରେ ଛିଡା ହୋଇଛି । ଜବତ ଟଙ୍କାକୁ ହେରାଫେରୀ କରି ଡିଏସପି ହୃଷିକେଶ ମେହେରଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସବୁ ଭିତରେ ବିଭିନ୍ନ ଦିଗ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମାନିବାରେ ଲାଗିଛି […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପକ୍ଷରୁ ଅନ୍ନପୂର୍ଣ୍ଣା ଲଜ ଉପରେ ଚଢାଉ କରାଯିବା ପରେ ହୋଇଥିବା କରାସାଦି ଏବେ ପଦାରେ ପଡିବାରେ ଲାଗିଛି । ଦାଦନ ସର୍ଦ୍ଦାରଙ୍କୁ ଜୁଆଡି ସଜାଇ ଜାମିନ ଦେଇଥିବା କଣ୍ଟାବାଞ୍ଜି ପୁଲିସ ଏବେ କାଠଗଡାରେ ଛିଡା ହୋଇଛି । ଜବତ ଟଙ୍କାକୁ ହେରାଫେରୀ କରି ଡିଏସପି ହୃଷିକେଶ ମେହେରଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସବୁ ଭିତରେ ବିଭିନ୍ନ ଦିଗ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମାନିବାରେ ଲାଗିଛି ପୁଲିସ । ଆନ୍ଧ୍ର ଯୁବକ ମାନଙ୍କୁ ଜୁଆ ମାମଲାରେ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଡକାଇ ଏବେ ପୁଣି ଜେରା ଆରମ୍ଭ ହୋଇଛି । କେବଳ ସେହି ସାତ ଜଣ ନୁହଁ ସେମାନଙ୍କ ସଂପର୍କରେ ଥିବା ଦୁଇ ସ୍ଥାନୀୟ ସର୍ଦ୍ଦାରଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ଆସନ୍ତା ୧୮ରୁ ୨୧ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା

ଗତ ଗୁରୁବାର ବିଳମ୍ବିର ରାତ୍ରୀରେ କଣ୍ଟାବାଞ୍ଜି ପୁଲିସ ସ୍ଥାନୀୟ ଅନ୍ନପୂର୍ଣ୍ଣ ଲଜରେ ଚଢାଉ କରିଥିଲା । ଏହି ଚଢାଉରେ ସାତ ଜଣ ଆନ୍ଧ୍ର ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ସେମାନେ ହେଲେ ପେଭାଲୁରୀ ଭେଙ୍ଗାଇଲର, ପି. ଗୋପୀ ନାଏଡୁ, ବି. ରମେଶ ନାଏକ, କେ. ଭେଙ୍କଟେଶ୍ୱର ରାଓ, ଏନ. ଲକ୍ଷ୍ମଣ, ପି. ଶ୍ରୀ ନିବାସ ରାଓ, ଏନ. ବାବୁଦାସ ନାଏକ । ଏମାନଙ୍କ ଠାରୁ ପୁଲିସ ପ୍ରାୟ କୋଟିଏରୁ ଅଧିକ ଜଗଦ ଟଙ୍କା ଜବତ କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ମାତ୍ର ୫୮ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଥିଲା । ଏପରିକି ଏହି ଯୁବକ ମାନେ ଜୁଆ ଖେଲୁଥିବା ଅଭିଯୋଗରେ ଚଢାଉ ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ । ଯାହାକି ସନ୍ଦେହ ଘେରରେ ରହିଥିଲା । ବି

ଭିନ୍ନ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ,ସଂପୃକ୍ତ ଅଧିକାରୀ ଜଣକ ବଳକା ଟଙ୍କା ଲୁଚାଇଥିବା ଚର୍ଚ୍ଚା ହେବା ପରେ ପୁଣି ତନାଘନା ହୋଇଥିଲା । ଥାନାରୁ ଅଧିକ ପ୍ରାୟ ୧୩ ଲକ୍ଷ ଟଙ୍କା ଜବତ ହେବା ପରେ ପୁଲିସ ପାଇଁ ଅଡୁଆ ସୃଷ୍ଟି ହୋଇଥିଲା । ଗତ ଶୁକ୍ରବାର ସକାଳ ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି ଘଟଣା ସଂପର୍କିତ ଯାହା କିଛି ଆଲୋଚନା ହୋଇଛି ସେ ସବୁକୁ ଏବେ ପୁଲିସ ଗ୍ରହଣ କରିବାରେ ଲାଗିଛି । ମିଲିଥିବା ସୂଚନା ଅନୁସାରେ ମଙ୍ଗଳବାର ଏସପି ଜୁଆ ମାମଲାରେ ଗିରଫ ହୋଇଥିବା ସମସ୍ତ ସାତ ଜଣ ଯୁବକଙ୍କୁ ଡାକି ପଚରାଉଚୁରା କରିଥିବା ଜଣାପଡିଛି । ତାଙ୍କ ସହିତ ସ୍ଥାନୀୟ ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ମଧ୍ୟ ଏସପି ଡକାଇ ପଚରାଉଚୁରା କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ସୋମବାର ଏସପି କାର୍ଯ୍ୟାଳୟରେ ଯୋଗ ଦେଇଥିବା କଣ୍ଟାବାଞ୍ଜି ଏସଡିପିଓ ମୁହଁ ଖୋଲି ପରୋକ୍ଷରେ ତାଙ୍କୁ ମୁଣ୍ଡରେ ଅଠା ବୋଲିଦିଆଯାଉଥିବା କହି ଉପରିସ୍ଥ ଅଧିକାରୀଙ୍କ ଆଡକୁ ଆକ୍ଷେପ କରିଛନ୍ତି । ଯାହାକି ଏବେ ତାଙ୍କ ପାଇଁ ଆଡୁଆ ସୃଷ୍ଟି କରିଛି । ମୁହଁ ଖୋଲିବା ପରେ ଏବେ ଏସପି ନୀତିନ କୁଶଳକର ଜବତ ଟଙ୍କା ଓ ଦାଦନ କାରବାର ଆଡକୁ ମୁହାଁଇଛନ୍ତି । ଏସଡିପିଓଙ୍କ ସହ ସର୍ଦ୍ଦାର ମାନଙ୍କ କଥାବର୍ତ୍ତା ହୋଇଥିଲା କି! ସ୍ଥାନୀୟ ସର୍ଦ୍ଦାର ମାନେ ମାମଲା କୁ ରଫାଦଫା କରିବା ପାଇଁ ଏସଡିପିଓଙ୍କ ଯୋଜନା କରିଥିଲେ କି! ଏମିତି ଅନେକ କିଛି ଦିଗକୁ ନେଇ ପୁଲିସ ପଚରାଉଚୁରା କରିଛି । ଯଦି ସଂପୃକ୍ତ ଯୁବକ ମାନଙ୍କ ବିରୋଧରେ ଦାଦନ ମାମଲା ରୁଜୁ ହୁଏ ଓ ନଗଦ କୋଟି କୋଟି ଟଙ୍କା କାରବାରକୁ ନେଇ ମଧ୍ୟ ମାମଲା ରୁଜୁ ହୁଏ ତେବେ ଏସଡିପିଓଙ୍କ ପାଇଁ ଏହା ଆହୁରି ଜଟିଲ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ମାମଲାକୁ ପାଞ୍ଚ ଦିନ ବିତିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଏସଡିପିଓ କିମ୍ବା କୈାଣସି ପୁଲିସ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

20 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର