ବଲାଙ୍ଗିରରେ ସେଫ ସିଟି ଯୋଜନାର ଶୁଭାରମ୍ଭ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ

The Sakala Picture
Published On

ବଲାଙ୍ଗିର: ସହରରେ ଟ୍ରାଫିକର ସୁପରିଚାଳନା ଓ ଅପରାଧ ନିୟନ୍ତ୍ରଣ ପାଇଁ ସେଫସିଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ସମଗ୍ର ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କାର୍ଯ୍ଯକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବଲାଙ୍ଗିର ସହରରେ କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଜିଲ୍ଲାପାଳ […]

ବଲାଙ୍ଗିର: ସହରରେ ଟ୍ରାଫିକର ସୁପରିଚାଳନା ଓ ଅପରାଧ ନିୟନ୍ତ୍ରଣ ପାଇଁ ସେଫସିଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ସମଗ୍ର ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କାର୍ଯ୍ଯକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବଲାଙ୍ଗିର ସହରରେ କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ପ୍ରକାଶ ଯେ, ବଲାଙ୍ଗିର ସହରରେ ଲାଗିଥିବା ଏହି ହାଇ ସିକ୍ୟୁରୁଟି କ୍ୟାମେରା ଅତି ସହଜରେ ଜଣେ ବ୍ୟକ୍ତିଙ୍କ ମୁହଁ ଓ କୌଣସି ଗାଡ଼ିର ନମ୍ବର ପ୍ଲେଟ ଚିହ୍ନଟ କରିପାରୁଛି । ଦିନକୁ ଦିନ ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ଏହି କ୍ୟାମେରା ଅପରାଧୀଙ୍କ ଧରିବାରେ ସହାୟକ ହେବ। ସେହିଭଳି ଆଗାମୀ ଦିନରେ ଏହି ପ୍ରକଳ୍ପ ମଧ୍ୟରେ ଇ- ଚାଲାଣ କରିବାର ଯୋଜନା ମଧ୍ୟ ରହିଛି । ଫଳରେ ଟ୍ରାଫିକ ନିୟମ ଅବମାନନା କରିଥିବା ବ୍ୟକ୍ତି ଙ୍କ ମୋବାଇଲ କୁ ସଙ୍ଗେ ସଙ୍ଗେ ଫାଇନ ପଠାଯିବ ବୋଲି ଏସପି ନୀତିନ କୁଶଲକର ସୂଚନା ଦେଇଥିଲେ। ଆଗାମୀ ଦିନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆହୁରି ଅଧିକ କ୍ୟାମେରା ଲଗାଯିବ ବୋଲି ସେ ପ୍ରକାଶ କରିଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

21 Dec 2022 By The Sakala

ବଲାଙ୍ଗିରରେ ସେଫ ସିଟି ଯୋଜନାର ଶୁଭାରମ୍ଭ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗିର: ସହରରେ ଟ୍ରାଫିକର ସୁପରିଚାଳନା ଓ ଅପରାଧ ନିୟନ୍ତ୍ରଣ ପାଇଁ ସେଫସିଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ସମଗ୍ର ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କାର୍ଯ୍ଯକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବଲାଙ୍ଗିର ସହରରେ କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମଧ୍ୟ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ବଲାଙ୍ଗିର ସହରରେ ଲାଗିଥିବା ଏହି ହାଇ ସିକ୍ୟୁରୁଟି କ୍ୟାମେରା ଅତି ସହଜରେ ଜଣେ ବ୍ୟକ୍ତିଙ୍କ ମୁହଁ ଓ କୌଣସି ଗାଡ଼ିର ନମ୍ବର ପ୍ଲେଟ ଚିହ୍ନଟ କରିପାରୁଛି । ଦିନକୁ ଦିନ ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ଏହି କ୍ୟାମେରା ଅପରାଧୀଙ୍କ ଧରିବାରେ ସହାୟକ ହେବ। ସେହିଭଳି ଆଗାମୀ ଦିନରେ ଏହି ପ୍ରକଳ୍ପ ମଧ୍ୟରେ ଇ- ଚାଲାଣ କରିବାର ଯୋଜନା ମଧ୍ୟ ରହିଛି । ଫଳରେ ଟ୍ରାଫିକ ନିୟମ ଅବମାନନା କରିଥିବା ବ୍ୟକ୍ତି ଙ୍କ ମୋବାଇଲ କୁ ସଙ୍ଗେ ସଙ୍ଗେ ଫାଇନ ପଠାଯିବ ବୋଲି ଏସପି ନୀତିନ କୁଶଲକର ସୂଚନା ଦେଇଥିଲେ। ଆଗାମୀ ଦିନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆହୁରି ଅଧିକ କ୍ୟାମେରା ଲଗାଯିବ ବୋଲି ସେ ପ୍ରକାଶ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର