ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ଯୁବକଙ୍କ ମୃତ୍ଯୁ, ବସ୍ ଚାଳକ ଅଟକ

The Sakala Picture
Published On

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦଦ୍ରା ଛକ ଠାରେ ଏକ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ବାଇକ ଆରୋହୀଙ୍କର ମୃତ୍ଯୁ ଘଟିଛି। ମୃତ ଯୁବକଙ୍କ ନାଁ ରାଧେଶ୍ଯାମ ପୌଢ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜ ଖଡିଆଳ ଥାନା ଲାଞ୍ଜି ଗାଁର ରାଧେଶ୍ଯାମ ପୌଢ ନାମକ ଜଣେ ଯୁବକ କୌଣସି କାମ ପାଇଁ ବାଇକ ଯୋଗେ କଣ୍ଟାବାଞ୍ଜି ପଟେ ଆସିଥିଲେ। ହେଲେ ଦଦ୍ରା ଛକ ଠାରେ ଏକ […]

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦଦ୍ରା ଛକ ଠାରେ ଏକ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ବାଇକ ଆରୋହୀଙ୍କର ମୃତ୍ଯୁ ଘଟିଛି। ମୃତ ଯୁବକଙ୍କ ନାଁ ରାଧେଶ୍ଯାମ ପୌଢ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସୂଚନା ଅନୁଯାୟୀ, ରାଜ ଖଡିଆଳ ଥାନା ଲାଞ୍ଜି ଗାଁର ରାଧେଶ୍ଯାମ ପୌଢ ନାମକ ଜଣେ ଯୁବକ କୌଣସି କାମ ପାଇଁ ବାଇକ ଯୋଗେ କଣ୍ଟାବାଞ୍ଜି ପଟେ ଆସିଥିଲେ। ହେଲେ ଦଦ୍ରା ଛକ ଠାରେ ଏକ ବସ୍ ସହ ତାଙ୍କ ବାଇକ ଧକ୍କା ହୋଇଥିଲେ। ଗୁରୁତର ଅବସ୍ଥା ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକଙ୍କୁ ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବାବେଳେ ଚିକିତ୍ସିଆଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଅଧିକ ତଦନ୍ତ କରି ବସ୍ ଓ ବାଇକକୁ ଜବତ କରିବାସହ ବସ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର