ବାହାନଗା ଟ୍ରେନ୍‌ ଟ୍ରାଜେଡି : ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

The Sakala Picture
Published On

ଭୁବନେଶ୍ବର :ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି  ତଦନ୍ତକାରୀ ସଂସ୍ଥା ସିବିଆଇ । ସୂଚନା ଅନୁଯାୟୀ ଏହି ତିନି ରେଳ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗ ରୁଜୁ ହୋଇଛି । ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ସିନିୟର ସେକ୍ସନ […]

ଭୁବନେଶ୍ବର :ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି  ତଦନ୍ତକାରୀ ସଂସ୍ଥା ସିବିଆଇ । ସୂଚନା ଅନୁଯାୟୀ ଏହି ତିନି ରେଳ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗ ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସି ଦଫା ୩୦୪ ଏବଂ ୨୦୧ ଅଧୀନରେ ଗିରଫ କରିଥିଲା । ଟ୍ରେନ୍ ଦୁର୍ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସିଗନାଲ୍ ଏବଂ ଯୋଗାଯୋଗ ବିଭାଗର କର୍ମଚାରୀଙ୍କ ଭୁଲ ଏବଂ ଅବହେଳା ଯୋଗୁଁ ଜୁନ୍ ୨ରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଚଳିତ ବର୍ଷ ଜୁନ୍ ୨ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ବାହାନାଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ହଠାତ୍ ଲୁପଲାଇନରେ ପଶି ସେଠାରେ ଠିଆ ହୋଇଥିବା ଏକ ମାଲ୍ ଗାଡ଼ିକୁ ଧକ୍କା ଦେଇଥିଲା। ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସର ଶେଷ ଦୁଇ କୋଚ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର କୋଚ୍‌ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ଟ୍ରେନ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର