ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

The Sakala Picture
Published On

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ପଡିଲା ରକ୍ତଛିଟା । ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ଅବକାଶ ନୀତି ପରେ ବଡ଼ ମହାସ୍ନାନ କରାଯାଇଛି । ତେବେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆ ସାଆନ୍ତଙ୍କ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଛି । ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ୱାଭାବିକ ହେବ। ତେବେ […]

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ପଡିଲା ରକ୍ତଛିଟା । ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ଅବକାଶ ନୀତି ପରେ ବଡ଼ ମହାସ୍ନାନ କରାଯାଇଛି । ତେବେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆ ସାଆନ୍ତଙ୍କ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଛି । ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ୱାଭାବିକ ହେବ। ତେବେ ରକ୍ତ କେଉଁଠୁ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ସେବାୟତ କି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡେ କିମ୍ବା ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର