କଳାକାଚ ଭିତରେ କଳା କାରନାମା, ସପ୍ତାହରେ ଧରାପଡ଼ିଲାଣି ୧୫ ଗାଡ଼ି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ବୁଲୁଛି ମାଳମାଳ କଳାକାଚ (କଳାଫିଲ୍ମ) ଗାଡ଼ି। ଗାଡ଼ିରେ କଳାକାଚ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଗାଡ଼ି ଚାଳକ ଏହାକୁ ଖାତିର କରୁନାହାନ୍ତି। କାର୍‍ ରେ କଳାକାଚ ଲଗାଇ ଅପରାଧୀ କରୁଛନ୍ତି ବ୍ଲୁ-ପ୍ରିଣ୍ଟ୍‍। କାର୍‍ ରେ କଳାକାଚ ଲଗାଇ ଚାଲୁଛି ଅନୈତିକ କାର୍ଯ୍ୟକଳାପ। କଳାକାଚ ଲଗାଇ ଯୁବତୀଙ୍କୁ ଚାଲାଣ କରାଯିବା ସହ ବଡ଼ଧରଣର ଅପହରଣ ଯୋଜନା ମଧ୍ୟ ସଫଳ ହୋଇଥିବାର ଉଦାହରଣ ମଧ୍ୟ ରହିଛି। ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ କଳାକାଚ ଥିବା […]

ଭୁବନେଶ୍ୱର : ରାଜଧାନୀରେ ବୁଲୁଛି ମାଳମାଳ କଳାକାଚ (କଳାଫିଲ୍ମ) ଗାଡ଼ି। ଗାଡ଼ିରେ କଳାକାଚ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଗାଡ଼ି ଚାଳକ ଏହାକୁ ଖାତିର କରୁନାହାନ୍ତି। କାର୍‍ ରେ କଳାକାଚ ଲଗାଇ ଅପରାଧୀ କରୁଛନ୍ତି ବ୍ଲୁ-ପ୍ରିଣ୍ଟ୍‍। କାର୍‍ ରେ କଳାକାଚ ଲଗାଇ ଚାଲୁଛି ଅନୈତିକ କାର୍ଯ୍ୟକଳାପ। କଳାକାଚ ଲଗାଇ ଯୁବତୀଙ୍କୁ ଚାଲାଣ କରାଯିବା ସହ ବଡ଼ଧରଣର ଅପହରଣ ଯୋଜନା ମଧ୍ୟ ସଫଳ ହୋଇଥିବାର ଉଦାହରଣ ମଧ୍ୟ ରହିଛି। ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ କଳାକାଚ ଥିବା କାର୍‍ ଭିତରେ ଅନୈତିକ କାରବାର ଚାଲିଥିବା ସମ୍ପର୍କରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ତାଗିଦା କରି ଛାଡି ଦେଇଥିଲା। ସେହିଭଳି ବିଗତ ଦିନରେ ରାଜଧାନୀର ବହୁ ଅପରାଧ କଳାକାଚ ଲଗା କାର୍‍ ରେ ହିଁ ଘଟିଥିବା ନଜିର ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର RI, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସେହିପରି ଶୋ’ରୁମରେ ଗାଡ଼ି କ୍ରୟ ସମୟରେ ଗାଡ଼ିରେ କଳା କାଚ ବା ଫିଲ୍ମ ଲଗାଇବାର ବ୍ୟବସ୍ଥା ନାହିଁ। କିନ୍ତୁ ଗାଡ଼ି କିଣୁଥିବା ବ୍ୟକ୍ତିମାନେ ବଜାରରୁ ବିଭିନ୍ନ କାର୍‍ ସାମଗ୍ରୀ ଶୋ’ରୁମରେ କଳା ଫିଲ୍ମ ଲଗାଉଥିବା ଦେଖାଯାଉଛି। ରାଜଧାନୀର ବଡବଡ଼ ଗାଡ଼ିରେ କଳାକାଚ ଲାଗିଥିବା ଉଦାହରଣ ଢେର। ସବୁଠାରୁ ବିଡ଼ମ୍ୱନା ହେଉଛି ଏପରି କଳା କାଚ ଗାଡ଼ି କେବଳ ଅପରାଧୀ ବ୍ୟବହାର କରୁନାହାନ୍ତି, ବହୁ କ୍ଷମତାଶାଳୀ ଲୋକଙ୍କ ପତ୍ନୀ ଓ ପରିବାରର ଲୋକମାନେ କଳା ଫିଲ୍ମ ଲାଗିଥିବା ବଡ଼ବଡ଼ ଗାଡ଼ିମାନଙ୍କରେ ଯାତାୟାତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

୫ ଲକ୍ଷକୁ ଯେତିକି, ୫୦ ଲକ୍ଷକୁ ସେତିକି

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ତେବେ କମିସନରେଟ୍‍ ପୁଲିସ କାର୍‍ ରେ କଳାକାଚ ହଟାଇବା ଲାଗି ଏକ ସ୍ୱତନ୍ତ୍ର ଡ୍ରାଇଭ୍‍ କରୁଛି। ସହରର ବିଭିନ୍ନ ଛକରେ ନାକାବନ୍ଦୀ କରି କଳାକାଚ ଲଗାଇଥିବା ଗାଡ଼ିଗୁଡିକ ଠାରୁ କଳାକାଚକୁ କାଢ଼଼ିଦେଉଛି। ଏଥିସହିତ ଚାଳକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରୁଛି। କିନ୍ତୁ ଯେତିକି ଗାଡ଼ିରେ କଳାକାଚ ବ୍ୟବହାର କରୁ୍‍ଛନ୍ତି, ତତ୍‍ମଧ୍ୟରେ ଅଧିକ ବ୍ୟକ୍ତି ବଡ଼ବଡ଼ିଆ ଓ ଦାମୀ କାର୍‍ ବ୍ୟବହାର କରୁଛନ୍ତି। ସବୁଠୁ ବଡ଼ ଅନିୟମିତତା ହେଉଛି ପୁଲିସ ୫ ଲକ୍ଷ ଟଙ୍କିଆ କାର୍‍ ରେ କଳାକାଚ ପାଇଁ ଯେତିକି ଜରିମାନା ଆଦାୟ କରୁଛି ୫୦ ଲକ୍ଷ ଟଙ୍କିଆ ଗାଡ଼ିଠାରୁ ବି ସେତିକି ଟଙ୍କା ଜରିମାନା ଆଦାୟ କରୁଛି। ଫଳରେ ଅଧିକାଂଶ ଦାମୀ ଗାଡ଼ିଗୁଡିକରେ କଳାକାଚ ବ୍ୟବହାର କରାଯାଉଥିବା ଲକ୍ଷ୍ୟ କରାଯାଇଛି। ବିଶେଷକରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ମାତ୍ର ୫୦୦ ଟଙ୍କା ଜରିମାନା ଆଦୌ ବାଧୁନାହିଁ କହିଲେ ଚଳେ। ସେମାନେ ପରବର୍ତ୍ତୀ ସମୟରେ କଳା କାଚ ଲଗାଇ ପୁଣି ସହରସାରା ବୁଲୁଛନ୍ତିି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନିୟମ ମାନୁ ନ ଥିବା ଅଭିଯୋଗ ହେଉଛି।

ସେପଟେ ପୂର୍ବରୁ କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ୍‍ ଜରିଆରେ ୧୦୦ରୁ ଊର୍ଦ୍ଧ୍ବ କଳାକାଚ ଲଗା ଗାଡ଼ି ଠାରୁ ଜରିମାନା ଆଦାୟ କରିବା ସହ କଳାକାଚ ଖୋଲିଥିଲା। କିନ୍ତୁ କରୋନା ମହାମାରୀ ଲାଗି ଏଭଳି ଧରପଗଡ଼କୁ ବନ୍ଦ କରିଦିଆଯାଇଥିଲା। ମାତ୍ର ପୁଣି ସହରରେ କଳାକାଚ ଗାଡ଼ି ବୁଲିବାରୁ ଚଢ଼ଉ ଆରମ୍ଭ କରାଯାଇଛି। ଗୋଟିଏ ସପ୍ତାହରେ ସହରରୁ ୧୫ଟି ଗାଡ଼ିରୁ କଳାକାଚ କଢ଼ାଯିବା ସହ ଜରିମାନା ଆଦାୟ କରାଯାଇଛି। ଯେତିକି ଗାଡ଼ିରୁ କାଚ ଖୋଲାଯାଉଛି ସବୁ ପ୍ରାୟ ଦାମୀ କାର୍‍। ତେଣୁ କାର ଚାଳକଙ୍କୁ ତାଗିଦ୍‍ କରାଯାଇଛି। ଆଗକୁ ଏହି ଧରପଗଡ଼ ଜୋରଦାର କରାଯିବ ବୋଲି ଟ୍ରାଫିକ୍‍ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

କଳାକାଚ ଲଗାଇବା ଧର୍ତ୍ତବ୍ୟ ଅପରାଧ

ଚାରିଚକିଆ ଗାଡ଼ି ଝରକାରେ ‘କଳାକାଚ’ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ। କେବଳ ପରିବହନ ଆଇନ ନୁହେଁ, ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ରୁଲିଂ ଦେଇଛନ୍ତି। ୨୦୧୧ରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ କେବଳ ବିଶିଷ୍ଟ ବ୍ୟକ୍ତି ବା ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଭିନ୍ନ ଅନ୍ୟ କେହି ନିଜ କାର ଝରକାରେ କଳା କାଚ ବା କଳା ଫିଲ୍ମ ବ୍ୟବହାର କରିପାରିବେ ନାହିଁ ବୋଲି ୨୦୨୦ରେ ରାୟ ପ୍ରଦାନ କରିଛନ୍ତି। କଳା ଫିଲ୍ମ ଲଗା ଗାଡ଼ିର ଅଭ୍ୟନ୍ତର ଦୃଶ୍ୟମାନ ହେଉ ନ ଥିବାରୁ ଅପରାଧୀମାନେ ଯାତାୟାତ ସମୟରେ ବା ଅପରାଧ କରିବା ନିମନ୍ତେ କଳାକାଚ ଥିବା ଗାଡ଼ିକୁ ବ୍ୟବହାର କରୁଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପ୍ରିମକୋର୍ଟ ୨୦୧୨ ମସିହାରେ ନିର୍ଦ୍ଦେଶ ଦେଇଥିଲେ।

କ’ଣ ରହିଛି ନିୟମ

କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଧାରା ୧୦୦ (୨) ଅନୁସାରେ ଗାଡ଼ିର ସମ୍ମୁଖ ଓ ପଛ କାଚ ୩୦ପ୍ରତିଶତରୁ ଅଧିକ ଓ ଝରକା କାଚ ୫୦ ପ୍ରତିଶତରୁ ଅଧିକ କଳାରଙ୍ଗର ଫିଲ୍ମ ବା କୋଟିଂରେ ଆଚ୍ଛାଦିତ କରାଯାଇ ପାରିବ ନାହିଁ। ଭିଏଲଟି (ଭିଜୁଆଲ ଲାଇଟ୍‍ ଟ୍ରାନ୍ସମିଶନ) ମାନଦଣ୍ଡ ଅନୁସାରେ ସାଧାରଣତଃ କୌଣସି କାଚ ୮୯ପ୍ରତିଶତ ଆଲୋକଗ୍ରାହୀ ଅର୍ଥାତ ଆଭ୍ୟନ୍ତର ଦୃଶ୍ୟକ୍ଷମ। ତେଣୁ ଗାଡ଼ି ଝରକାରେ କଳା କାଚ ଲଗାଇବାକୁ ଅପରାଧ ଭାବରେ ବିବେଚନା କରାଯାଇଛି। ୨୦୧୯ ମୋଟର ଯାନ ଆଇନ ସଂଶୋଧନ ହେବା ପରେ ପରିବହନ ଆଇନର ଅନୁରୂପ ଉଲ୍ଲଂଘନ ନିମନ୍ତେ ୨୫ଶହ ଟଙ୍କା ଜରିମାନା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର