ପଛୁଆବର୍ଗ ଜନଗଣନା: ନବୀନଙ୍କ ମଡେଲକୁ ଦେଶର ସମର୍ଥନ

The Sakala Picture
Published On

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ପ୍ରସ୍ତାବିତ ଜନଗଣନା-୨୦୨୦ ବର୍ତ୍ତମାନ ସ୍ଥଗିତ ରହିଛି। ଚଳିତ ବର୍ଷ ଡିସେମ୍ବର ଯାଏଁ ଜନଗଣନା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଜନଗଣନା ପାଇଁ ଯଥେଷ୍ଟ ସମୟ ଥିବାରୁ ଜାତିଭିତ୍ତିକ ଜନଗଣନା ଦାବି ଜୋର ଧରିଛି। ୨୦୨୦ ମସିହା ପ୍ରଥମାର୍ଦ୍ଧରୁ ଏହି ଦାବିକୁ ଓଡ଼ିଶା ସରକାର ସବୁ ଫୋରମରେ ଉଠାଇ ଆସିଛନ୍ତି। ଆର୍ଥିକ ପଛୁଆ ବର୍ଗ, ଜାତିଗତ ପଛୁଆ ବର୍ଗ ଓ ସାମାଜିକ ପଛୁଆ ବର୍ଗରେ ଆସୁଥିବା ଲୋକସଂଖ୍ୟା ରାଜ୍ୟ […]

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ପ୍ରସ୍ତାବିତ ଜନଗଣନା-୨୦୨୦ ବର୍ତ୍ତମାନ ସ୍ଥଗିତ ରହିଛି। ଚଳିତ ବର୍ଷ ଡିସେମ୍ବର ଯାଏଁ ଜନଗଣନା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଜନଗଣନା ପାଇଁ ଯଥେଷ୍ଟ ସମୟ ଥିବାରୁ ଜାତିଭିତ୍ତିକ ଜନଗଣନା ଦାବି ଜୋର ଧରିଛି। ୨୦୨୦ ମସିହା ପ୍ରଥମାର୍ଦ୍ଧରୁ ଏହି ଦାବିକୁ ଓଡ଼ିଶା ସରକାର ସବୁ ଫୋରମରେ ଉଠାଇ ଆସିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଆର୍ଥିକ ପଛୁଆ ବର୍ଗ, ଜାତିଗତ ପଛୁଆ ବର୍ଗ ଓ ସାମାଜିକ ପଛୁଆ ବର୍ଗରେ ଆସୁଥିବା ଲୋକସଂଖ୍ୟା ରାଜ୍ୟ ମୋଟ ଲୋକସଂଖ୍ୟାର ସିଂହଭାଗ। ଦେଢ଼ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଗଙ୍କ ଗଣନା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ନିର୍ଦ୍ଦିଷ୍ଟ ବର୍ଗଙ୍କ ସଂଖ୍ୟା ଜଣା ପଡ଼ିବା ପରେ ଏମାନଙ୍କ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସମ୍ଭବ ହୋଇପାରିବ ବୋଲି ଯୁକ୍ତି ବାଢ଼ିଥିଲେ। ଏବେ ନବୀନଙ୍କ ଏହି ଦାବି ସହ ସ୍ୱର ମିଳାଇଛନ୍ତି ବହୁ ଜାତୀୟସ୍ତରୀୟ ନେତା। ପଛୁଆ ବର୍ଗର ବିକାଶ ନିମନ୍ତେ ଏହି ବର୍ଗଙ୍କ ଜନଗଣନା ନିମନ୍ତେ ଓଡ଼ିଶା ଯେଉଁ ନେତୃତ୍ୱ ନେଇଛି ତାହାକୁ ବିଭିନ୍ନ ମହଲରେ ସମର୍ଥନ ମିଳିଛି। ଭବିଷ୍ୟତରେ ଏହା ଜାତୀୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିପାରେ ବୋଲି ସମୀକ୍ଷକ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଓଡ଼ିଶା କ୍ୟାବିନେଟ୍‍ ନିଷ୍ପତ୍ତି ସହ ବିଧାନସଭାରେ ସଂକଳ୍ପ ଗୃହୀତ କରି ରାଜ୍ୟ ସରକାର କେନ୍ଦ୍ରକୁ ଜାତି ଜନଗଣନା ପାଇଁ ଅନୁରୋଧ କରିଥିଲେ। ହେଲେ କେନ୍ଦ୍ର ଏହି ଜାତିଭିତ୍ତିକ ଜନଗଣନା ଦାବିକୁ ମନା କରିସାରିଛି। ତେଣୁ ରାଜ୍ୟ କେନ୍ଦ୍ରକୁ ଅପେକ୍ଷା ନ କରି ନିଜସ୍ୱ ଓବିସି କମିସନ କରି ଓବିସି/ଏସଇବିସି ବର୍ଗର ସର୍ଭେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଅଗଷ୍ଟ ୭ ତଥା ମଣ୍ଡଳ ଦିବସ ଅବ୍ୟବହିତ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆରଜେଡି ନେତା ତେଜସ୍ୱୀ ଯାଦବ, ବିଏସପି ନେତ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ୟୁପିର ଏକାଧିକ ରାଜନୈତିକ ଦଳ ଏହି ଦାବି ଉଠାଇଛନ୍ତି। କୌଣସି ବର୍ଗର ପ୍ରକୃତ ସଂଖ୍ୟା ଜାଣିବା ପରେ ହିଁ ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ତେଣୁ ୧୦ ବର୍ଷ ବ୍ୟବଧାନରେ ହେଉଥିବା ଜନଗଣନାରେ ଜାତିଭିତ୍ତିକ ଜନଗଣନା ଦାବି ଜୋର ଧରିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଦୁଇଦିନ ପୂର୍ବରୁ ନୀତିଶ କୁମାର ବିଶେଷ ଭାବେ ଜାତିଭିତ୍ତିକ ଜନଗଣନା ଦାବି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମୟ ମାଗିଥିଲେ। ଏପର୍ଯ୍ୟନ୍ତ ତାଙ୍କୁ ସମୟ ମିଳିନାହିଁ। ଏନଡିଏ ଅଂଶୀଦାର ଦଳ ଜେଡି(ୟୁ),ହାମ ଏବଂ ଆଞ୍ଚଳିକ ରାଜନୀତିରେ ଅନେକ ଗୁରୁତ୍ୱ ରଖୁଥିବା ବିଜେଡିର ଦାବି କେନ୍ଦ୍ର ସରକାରଙ୍କୁ ନିଜ ପୂର୍ବ ନିଷ୍ପତ୍ତିର ପୁର୍ନବିଚାର ପାଇଁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ସେହିପରି କିଛିଦିନ ପୂର୍ବରୁ ଶିଥିଳ ପଡ଼ିଯାଇଥିବା ପଛୁଆବର୍ଗ ଗଣନା ପ୍ରସଙ୍ଗକୁ ବିଜେପି ହିଁ ପରୋକ୍ଷରେ ଉଷ୍ମ କରିଛି। କିଛି ସପ୍ତାହ ପୂର୍ବରୁ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓବିସି ବର୍ଗକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ବିଜେପି ପକ୍ଷରୁ ପ୍ରଚାର କରାଯାଇଥିଲା। ତେଣୁ ବିଜେପି ଯଦି ପ୍ରକୃତରେ ପଛୁଆବର୍ଗ ପାଇଁ ଚିନ୍ତିତ ତେବେ ସେ ଜାତିଭିତ୍ତିକ ଜନଗଣନା ପାଇଁ କାହିଁକି ଅରାଜି ବୋଲି ପ୍ରଶ୍ନ ଉଠିଲାଣି। କେବଳ ଅଣବିଜେପି ନୁହେଁ, ବିଜେପି ଦଳ ମଧ୍ୟରେ ମଧ୍ୟ ଜାତିଭିତ୍ତିକ ଜନଗଣନା ଦାବି ନେଇ ସ୍ୱର ଉଠିଛି। ମହାରାଷ୍ଟ୍ରରେ ମରାଠା କୋଟା ନେଇ ରାଜନୀତି ଜୋର ଧରିଛି। ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ବର୍ଷକ ତଳେ ଟୁଇଟ୍‍ କରି ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିଥିଲେ।

କେନ୍ଦ୍ର ସରକାର ଯଦି ଜାତିଭିତ୍ତିକ ଜନଗଣନାକୁ ମନା କରନ୍ତି ତେବେ ବିହାର ଓଡ଼ିଶା ରାସ୍ତାରେ ଯାଇପାରେ ବୋଲି ଆଲୋଚନା ହେଉଛି। ଓଡ଼ିଶା ଯେପରି ନିଜସ୍ୱ ପଛୁଆବର୍ଗ କମିସନ ଗଠନ କରି, ସେମାନଙ୍କ ସ୍ଥିତି ନେଇ ସର୍ଭେକ୍ଷଣ ଆରମ୍ଭ କରିଛି। ବିହାର ସେହି ପଦ୍ଧତି ଆପଣାଇପାରେ। କିଛିଦିନ ତଳେ ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ସମ୍ପର୍କରେ ଆଲୋଚନା କରିସାରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶା ପରି ବିଜେପି ଶାସିତ କର୍ଣର୍ାଟକ ମଧ୍ୟ ନିଜସ୍ୱ ଉଦ୍ୟମରେ ପଛୁଆବର୍ଗ ଜନଗଣନା କରିବାକୁ ବିଚାର କରୁଛି।

08 Aug 2021 By The Sakala

ପଛୁଆବର୍ଗ ଜନଗଣନା: ନବୀନଙ୍କ ମଡେଲକୁ ଦେଶର ସମର୍ଥନ

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ପ୍ରସ୍ତାବିତ ଜନଗଣନା-୨୦୨୦ ବର୍ତ୍ତମାନ ସ୍ଥଗିତ ରହିଛି। ଚଳିତ ବର୍ଷ ଡିସେମ୍ବର ଯାଏଁ ଜନଗଣନା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଜନଗଣନା ପାଇଁ ଯଥେଷ୍ଟ ସମୟ ଥିବାରୁ ଜାତିଭିତ୍ତିକ ଜନଗଣନା ଦାବି ଜୋର ଧରିଛି। ୨୦୨୦ ମସିହା ପ୍ରଥମାର୍ଦ୍ଧରୁ ଏହି ଦାବିକୁ ଓଡ଼ିଶା ସରକାର ସବୁ ଫୋରମରେ ଉଠାଇ ଆସିଛନ୍ତି।

ଆର୍ଥିକ ପଛୁଆ ବର୍ଗ, ଜାତିଗତ ପଛୁଆ ବର୍ଗ ଓ ସାମାଜିକ ପଛୁଆ ବର୍ଗରେ ଆସୁଥିବା ଲୋକସଂଖ୍ୟା ରାଜ୍ୟ ମୋଟ ଲୋକସଂଖ୍ୟାର ସିଂହଭାଗ। ଦେଢ଼ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଗଙ୍କ ଗଣନା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ନିର୍ଦ୍ଦିଷ୍ଟ ବର୍ଗଙ୍କ ସଂଖ୍ୟା ଜଣା ପଡ଼ିବା ପରେ ଏମାନଙ୍କ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସମ୍ଭବ ହୋଇପାରିବ ବୋଲି ଯୁକ୍ତି ବାଢ଼ିଥିଲେ। ଏବେ ନବୀନଙ୍କ ଏହି ଦାବି ସହ ସ୍ୱର ମିଳାଇଛନ୍ତି ବହୁ ଜାତୀୟସ୍ତରୀୟ ନେତା। ପଛୁଆ ବର୍ଗର ବିକାଶ ନିମନ୍ତେ ଏହି ବର୍ଗଙ୍କ ଜନଗଣନା ନିମନ୍ତେ ଓଡ଼ିଶା ଯେଉଁ ନେତୃତ୍ୱ ନେଇଛି ତାହାକୁ ବିଭିନ୍ନ ମହଲରେ ସମର୍ଥନ ମିଳିଛି। ଭବିଷ୍ୟତରେ ଏହା ଜାତୀୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିପାରେ ବୋଲି ସମୀକ୍ଷକ ମତ ଦେଇଛନ୍ତି।

ଓଡ଼ିଶା କ୍ୟାବିନେଟ୍‍ ନିଷ୍ପତ୍ତି ସହ ବିଧାନସଭାରେ ସଂକଳ୍ପ ଗୃହୀତ କରି ରାଜ୍ୟ ସରକାର କେନ୍ଦ୍ରକୁ ଜାତି ଜନଗଣନା ପାଇଁ ଅନୁରୋଧ କରିଥିଲେ। ହେଲେ କେନ୍ଦ୍ର ଏହି ଜାତିଭିତ୍ତିକ ଜନଗଣନା ଦାବିକୁ ମନା କରିସାରିଛି। ତେଣୁ ରାଜ୍ୟ କେନ୍ଦ୍ରକୁ ଅପେକ୍ଷା ନ କରି ନିଜସ୍ୱ ଓବିସି କମିସନ କରି ଓବିସି/ଏସଇବିସି ବର୍ଗର ସର୍ଭେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଅଗଷ୍ଟ ୭ ତଥା ମଣ୍ଡଳ ଦିବସ ଅବ୍ୟବହିତ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆରଜେଡି ନେତା ତେଜସ୍ୱୀ ଯାଦବ, ବିଏସପି ନେତ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ୟୁପିର ଏକାଧିକ ରାଜନୈତିକ ଦଳ ଏହି ଦାବି ଉଠାଇଛନ୍ତି। କୌଣସି ବର୍ଗର ପ୍ରକୃତ ସଂଖ୍ୟା ଜାଣିବା ପରେ ହିଁ ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ତେଣୁ ୧୦ ବର୍ଷ ବ୍ୟବଧାନରେ ହେଉଥିବା ଜନଗଣନାରେ ଜାତିଭିତ୍ତିକ ଜନଗଣନା ଦାବି ଜୋର ଧରିଛି।

ଦୁଇଦିନ ପୂର୍ବରୁ ନୀତିଶ କୁମାର ବିଶେଷ ଭାବେ ଜାତିଭିତ୍ତିକ ଜନଗଣନା ଦାବି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମୟ ମାଗିଥିଲେ। ଏପର୍ଯ୍ୟନ୍ତ ତାଙ୍କୁ ସମୟ ମିଳିନାହିଁ। ଏନଡିଏ ଅଂଶୀଦାର ଦଳ ଜେଡି(ୟୁ),ହାମ ଏବଂ ଆଞ୍ଚଳିକ ରାଜନୀତିରେ ଅନେକ ଗୁରୁତ୍ୱ ରଖୁଥିବା ବିଜେଡିର ଦାବି କେନ୍ଦ୍ର ସରକାରଙ୍କୁ ନିଜ ପୂର୍ବ ନିଷ୍ପତ୍ତିର ପୁର୍ନବିଚାର ପାଇଁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ସେହିପରି କିଛିଦିନ ପୂର୍ବରୁ ଶିଥିଳ ପଡ଼ିଯାଇଥିବା ପଛୁଆବର୍ଗ ଗଣନା ପ୍ରସଙ୍ଗକୁ ବିଜେପି ହିଁ ପରୋକ୍ଷରେ ଉଷ୍ମ କରିଛି। କିଛି ସପ୍ତାହ ପୂର୍ବରୁ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓବିସି ବର୍ଗକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ବିଜେପି ପକ୍ଷରୁ ପ୍ରଚାର କରାଯାଇଥିଲା। ତେଣୁ ବିଜେପି ଯଦି ପ୍ରକୃତରେ ପଛୁଆବର୍ଗ ପାଇଁ ଚିନ୍ତିତ ତେବେ ସେ ଜାତିଭିତ୍ତିକ ଜନଗଣନା ପାଇଁ କାହିଁକି ଅରାଜି ବୋଲି ପ୍ରଶ୍ନ ଉଠିଲାଣି। କେବଳ ଅଣବିଜେପି ନୁହେଁ, ବିଜେପି ଦଳ ମଧ୍ୟରେ ମଧ୍ୟ ଜାତିଭିତ୍ତିକ ଜନଗଣନା ଦାବି ନେଇ ସ୍ୱର ଉଠିଛି। ମହାରାଷ୍ଟ୍ରରେ ମରାଠା କୋଟା ନେଇ ରାଜନୀତି ଜୋର ଧରିଛି। ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ବର୍ଷକ ତଳେ ଟୁଇଟ୍‍ କରି ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିଥିଲେ।

କେନ୍ଦ୍ର ସରକାର ଯଦି ଜାତିଭିତ୍ତିକ ଜନଗଣନାକୁ ମନା କରନ୍ତି ତେବେ ବିହାର ଓଡ଼ିଶା ରାସ୍ତାରେ ଯାଇପାରେ ବୋଲି ଆଲୋଚନା ହେଉଛି। ଓଡ଼ିଶା ଯେପରି ନିଜସ୍ୱ ପଛୁଆବର୍ଗ କମିସନ ଗଠନ କରି, ସେମାନଙ୍କ ସ୍ଥିତି ନେଇ ସର୍ଭେକ୍ଷଣ ଆରମ୍ଭ କରିଛି। ବିହାର ସେହି ପଦ୍ଧତି ଆପଣାଇପାରେ। କିଛିଦିନ ତଳେ ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ସମ୍ପର୍କରେ ଆଲୋଚନା କରିସାରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶା ପରି ବିଜେପି ଶାସିତ କର୍ଣର୍ାଟକ ମଧ୍ୟ ନିଜସ୍ୱ ଉଦ୍ୟମରେ ପଛୁଆବର୍ଗ ଜନଗଣନା କରିବାକୁ ବିଚାର କରୁଛି।

https://www.thesakala.in/latest-odisha-news/backward-census-countrys-support-for-naveens-model/article-4456
Join Us @ WhatsApp

About The Author

① https://www.thesakala.in/latest-odisha-news/backward-census-countrys-support-for-naveens-model/article-4456
todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର