ମିଶନ ଶକ୍ତିର ଗୌରବ ଲିଭାଇବାକୁ ସରକାରଙ୍କ ଉଦ୍ୟମ: ବିଜେଡି
ମିଶନ ଶକ୍ତି ୱେବସାଇଟରୁ ନବୀନଙ୍କ ଫଟୋ ଅପସାରଣ ଉଦ୍ୟମ ଦୁର୍ଭାଗ୍ୟଜନକ
ଭୁବନେଶ୍ୱର: ମିଶନ ଶକ୍ତି ସମ୍ୱନ୍ଧୀୟ ସରକାରୀ ୱେବସାଇଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ତଥ୍ୟ ହଟାଇବାର ପ୍ରୟାସକୁ କଟୁ ସ୍ୱରରେ ସମାଲୋଚନା କରିଛି ବିଜେଡି। ନବୀନ ସରକାରଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ମିଶନ ଶକ୍ତିର ଗୌରବମୟ ଇତିହାସକୁ ବିଜେପି ଲିଭାଇବାର ବୃଥା ପ୍ରୟାସ କରୁଛି ଓ ଏହା ବର୍ତ୍ତମାନର ସରକାରଙ୍କ ଅସୁରକ୍ଷିତ ମନୋଭାବକୁ ପ୍ରଦର୍ଶିତ କରିଛି ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ବିଧାନସଭାରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ରାଜ୍ୟ ମହିଳା କମିସନର ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ମିଶନଶକ୍ତି ସମ୍ପର୍କରେ ରାଜ୍ୟସରକାରଙ୍କ ହୀନମନ୍ୟତାକୁ କଟୁ ସମାଲୋଚନା କରିଛନ୍ତି । ଏହି ନେତ୍ରୀମାନେ କହିଛନ୍ତି ଯେ ଯେଉଁ ସରକାର ଇତିହାସ ସୃଷ୍ଟି କରିବାର କ୍ଷମତା ରଖନ୍ତି, ସେ ଇତିହାସକୁ ସଂରକ୍ଷଣ କରନ୍ତି। ମାତ୍ର ଇତିହାସ ସୃଷ୍ଟି କରିବାରେ ଅକ୍ଷମ ସରକାର ଇତିହାସକୁ ଲିଭାଇବାର କରିଥାଏ। ବର୍ତ୍ତମାନର ସରକାର ଇତିହାସକୁ ଲିଭାଇବାକୁ ଅପଚେଷ୍ଟା କରୁଛନ୍ତି । ଯେଉଁ ସରକାର ନିଜ କାର୍ଯ୍ୟଦକ୍ଷତା ଓ ସଫଳତାକୁ ଲୋକଙ୍କ ସାମ୍ନାରେ ରଖିବା ପରିବର୍ତ୍ତେ ପୂର୍ବତନ ସରକାରଙ୍କ କାର୍ଯ୍ୟର ଚିହ୍ନଗୁଡ଼ିକୁ ଲିଭାଇବାରେ ବ୍ୟସ୍ତ ରହେ, ସେ ପ୍ରକୃତରେ ନିଜ ବିଫଳତାକୁ ସ୍ୱୀକାର କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସ୍ପଷ୍ଟ କରୁଛି ଯେ ବର୍ତ୍ତମାନ ସରକାର ପୂର୍ବତନ ସରକାରଙ୍କ ଉତ୍ତରାଧିକାର ସହ ପ୍ରତିସ୍ପର୍ଦ୍ଧା କରିବାରେ ଅସମର୍ଥ।
ମିଶନ ଶକ୍ତି କୌଣସି ଦଳୀୟ ପ୍ରକଳ୍ପ ନୁହେଁ; ଏହା ଓଡ଼ିଶାର ଲକ୍ଷ ଲକ୍ଷ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷେତ୍ରସ୍ତରୀୟ କର୍ମୀଙ୍କ ଦୀର୍ଘ ବର୍ଷର ପରିଶ୍ରମ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ଏକ ଜନ ଆନ୍ଦୋଳନ। ଏହି ଇତିହାସକୁ ଲିଭାଇବାର ଅର୍ଥ ହେଉଛି ଓଡ଼ିଶାର ମହିଳାମାନଙ୍କ ଅବଦାନକୁ ଅସ୍ୱୀକାର କରିବା। ଫଟୋ ହଟାଇଦେଲେ ଲୋକଙ୍କ ସ୍ମୃତି ମଧ୍ୟ ଲିଭିଯିବ ବୋଲି ବିଜେପି ସରକାର ସମ୍ଭବତଃ ମନେ କରୁଛନ୍ତି। କିନ୍ତୁ ଓଡ଼ିଶାର ମହିଳାମାନଙ୍କୁ କିଏ ସଶକ୍ତ କରିଥିଲେ, କିଏ ମିଶନ ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ, କିଏ ଲକ୍ଷ ଲକ୍ଷ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରି ସମ୍ମାନ ଓ ସଶକ୍ତ କରିଥିଲେ; ସେ କଥା ରାଜ୍ୟର ମହିଳାମାନେ ଭଲଭାବରେ ଜାଣିଛନ୍ତି । ରାଜ୍ୟର ମହିଳାମାନଙ୍କ ସଫଳତା ଓଡ଼ିଶାର ଇତିହାସରେ ଚିରସ୍ଥାୟୀ ହୋଇ ରହିବ। ସରକାରୀ ବିଭାଗ ଓ ପ୍ଲାଟଫର୍ମ ଗୁୃଡ଼ିକ କୌଣସି ରାଜନୈତିକ ଦଳର ସମ୍ପତ୍ତି ନୁହେଁ; ସେଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ସମ୍ପତ୍ତି। ସେଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସଂସ୍ଥାଗତ ଇତିହାସକୁ ସଂରକ୍ଷଣ କରିବା, ଦଳୀୟ ପ୍ରଚାରର ମାଧ୍ୟମ ହେବା ଆଦୌ ନୁହେଁ।
ବର୍ତ୍ତମାନ ସରକାରଙ୍କର ଯଦି ନିଜ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ଅଛି, ତେବେ ସେମାନେ ନିଜ ସଫଳତାକୁ ଲୋକଙ୍କ ସାମ୍ନାରେ ରଖନ୍ତୁ, ଅନ୍ୟମାନଙ୍କ ସଫଳତାକୁ ଲିଭାଇବାର ବୃଥା ଚେଷ୍ଟା କରନ୍ତୁ ନାହିଁ । ତେବେ ମିଶନ ଶକ୍ତିର ଇତିହାସକୁ ଲିଭାଇବାର ଏହି ପ୍ରୟାସ ଅନ୍ୟଏକ ଦିଗକୁ ଇଙ୍ଗିତ କରିଥି। ନବୀନଙ୍କ ଫଟୋକୁ ବି ଶାସକ ବିଜେପି ଭୟକରୁଛି । ତେବେ ଯେଉଁ ମହାନ ବ୍ୟକ୍ତିଙ୍କ ଛବି ରାଜ୍ୟର କୋଟିକୋଟି ମହିଳାଙ୍କ ହୃଦୟରେ ଅଛି, ସେ ଛବି ସରକାର କିପରି ସରକାର ହଟାଇବେ ବୋଲି ବିଜେଡି ନେତ୍ରୀମାନେ କହିଛନ୍ତି।