ପଢ଼ା ବହିରେ ହଜାର ହଜାର ତ୍ରୁଟି: ବିଜେପିକୁ ଘେରିଲା ବିଜେଡି

ତ୍ରୁଟିଶୂନ୍ୟ ବହି ଛାତ୍ରଛାତ୍ରୀ ମାନଙ୍କୁ କେବେ ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦିଅ

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ବ୍ୟାପକ ତ୍ରୁଟି ହେବାକୁ ନେଇ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦେଇଥିବା ବେଳେ ବିଜେପି ପକ୍ଷାନ୍ତରେ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରିଛି। ଏହି ଘଟଣା ପ୍ରାୟ ଏକମାସ ହୋଇ ଯାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଥମ ଥର ପାଇଁ ଆଜି ପ୍ରତିକ୍ରିୟାରେ ପ୍ରକାଶିତ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରାଯାଇଛି । ବିଜେପିର ଏହି ପ୍ରତିକ୍ରିୟା ଉପରେ ବିଜୁ ଜନତା ଦଳ ବିଜେପି ଓ ରାଜ୍ୟ ସରକାରକୁ ଘେରିଛି। ତ୍ରୁଟିଶୂନ୍ୟ ବହି ଛାତ୍ରଛାତ୍ରୀମାନଙ୍କୁ କେବେ ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଶଙ୍ଖ ଭବନରେ  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ପିଲାମାନଙ୍କ ବହିରେ ବ୍ୟାପକ ତ୍ରୁଟି ଥିବା କଥାକୁ ବିଜେପି ପ୍ରବକ୍ତା ବିଳମ୍ୱରେ ହେଲେ ମଧ୍ୟ ସ୍ୱୀକାର କରିଥିବାରୁ ଆମେ ତାଙ୍କୁ ସାଧୁବାଦ ଦେଉଛୁ । କିନ୍ତୁ ତ୍ରୁଟି ସଂଶୋଧନ କରି ନୂତନ ପୁସ୍ତକ ପିଲା ମାନଙ୍କୁ କେବେ ପ୍ରଦାନ କରାଯିବ, ସେନେଇ ପ୍ରବକ୍ତା  କୌଣସି ସୂଚନା ଦେଇ ନାହାନ୍ତି। ତେଣୁ ପିଲା ମାନଙ୍କୁ କେବେ ତ୍ରୁଟିଶୂନ୍ୟ ବହି ଯୋଗାଇ ଦିଆଯିବ ତାର ସୂଚନା ତୁରନ୍ତ ପ୍ରବକ୍ତା ଦିଅନ୍ତୁ ବୋଲି ଡ.ମହାନ୍ତି ଦାବି କରିଛନ୍ତି। ବିଜେପି ପ୍ରବକ୍ତା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି ଓ ଏଥିରେ ସମ୍ପୃକ୍ତ ବାବୁ ମାନଙ୍କୁ ଛଡ଼ାଯିବ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେ କେବଳ ବାବୁ ମାନେ କାହିଁକି, ଏଥିପାଇଁ ଦାୟୀ ଅଣ ବାବୁ ତଥା କୋର କମିଟି ସଦସ୍ୟଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନାହିଁ। ସେହିପରି ବହି ଓଡ଼ିଶାରେ ନା ଓଡ଼ିଶା ବାହାରେ ପ୍ରିଣ୍ଟ କରାଯାଇଛି ତାର ମଧ୍ୟ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ରହିଛି। ଯଦି ଏହା ଓଡିଶା ବାହାରେ ପ୍ରିଣ୍ଟ କରାଯାଇଛି, ତାହେଲେ ପ୍ରଶ୍ନ ଉଠୁଛି ଯେ ଓଡ଼ିଶାରେ କଣ ପ୍ରିଣ୍ଟିଂ ବ୍ୟବସ୍ଥା ନଥିଲା କି? ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ ହାଉସରେ ପ୍ରିଣ୍ଟ ନ କରି ରାଜ୍ୟ ବାହାରର ଯଥା ଏକ ଗୁଜୁରାଟି ସଂସ୍ଥାକୁ ପ୍ରଦାନ କରିବା କାହା ନିର୍ଦ୍ଦେଶରେ ହୋଇଥିଲା, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ବିଜେପି ବିରୋଧୀ ଦଳରେ ଥିବା ସମୟରେ ସମସ୍ତ ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା। କିନ୍ତୁ ଏବେ ସିବିଆଇ ଅପେକ୍ଷା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅଧିକ ଭରସା କରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଗତ ଦୁଇ ବର୍ଷରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଦେଇଥିବା ତଦନ୍ତ ନିର୍ଦ୍ଦେଶ ମଧ୍ୟରୁ କୌଣସି ଗୋଟିଏ ମାମଲାରେ ଏପର୍ଯ୍ୟନ୍ତ ରିପୋର୍ଟ ଆସିପାରି ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର