ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ମୌସୁମୀରେ ଧୋଇଗଲା; ଶୀତରେ ଚାଲିବ ତ !

Deviprasad Mohanty Picture
Published On

ଭୁବନେଶ୍ୱର: ଗତ ମୌସୁମୀ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ଥିଲା; ତାହାବି  ସୁରୁଖୁରୁରେ ଚାଲି ପାରିଲା ନାହିଁ। ଗୋଟିଏ ଦିନ ଆଗରୁ ବିଧାନସଭାକୁ ମୁଲତବୀ ଘୋଷଣା କରାଗଲା।  ଆସନ୍ତା ୨୭ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିଧାନସଭା ଯେ ସୁରୁଖୁରୁରେ ଚାଲିବ, ତାହାକୁ ନେଇ ଏବେଠାରୁ  ସନ୍ଦେହ ପ୍ରକାଶ ପାଇଲାଣି। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ବିଧାନସଭା ଚାଲିବାକୁ ଥିବାବେଳେ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି। ତେବେ ବିରୋଧୀଙ୍କ ହାତରେ ସରକାରଙ୍କୁ ଘେରିବା ପାଇଁ ମାଳମାଳ ପ୍ରସଙ୍ଗ ଥିବାରୁ ଶୀତ ଅଧିବେଶନ ବେଶ୍‌ ଉଷ୍ମ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏହି ଲମ୍ବା ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ। ତେବେ ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ଯେ ମୂଳରୁ କମ୍ପମାନ ହେବ, ସେନେଇ ଆକଳନ କଲେଣି ରାଜନୈତିକ ସମୀକ୍ଷକ। ଚଳିତ ଖରିଫ୍‌ ଋତୁ ପାଇଁ ଧାନ କିଣାର ବିଭ୍ରାଟ ଘଟିବା ନେଇ ଆଶଙ୍କା ଦେଖାଦେଇଛି। ବିଶେଷକରି ମଣ୍ଡି ଖୋଲିବାରେ ବିଳମ୍ବତାକୁ ନେଇ ବିରୋଧୀ ସରକାରଙ୍କୁ ଷଣ୍ଢୁଆଷୀ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଯେପରି ନିୟମିତ ଭାବେ ତଳକୁ ତଳକୁ ଯାଉଛି, ସେନେଇ ସରକାରଙ୍କୁ ଜବାବ୍‌ ମାଗିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି ବିରୋଧୀ। ନୂଆପଡ଼ା ଉପ ନିର୍ବାଚନରେ ସରକାରୀ ଦଳ ଯେପରି ପ୍ରଶାସନକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇ ନିର୍ବାଚନ ଲଢ଼ିଲା, ଆଚରଣ ବିଧିର ଧଜ୍ଜିଆ ଉଡ଼ାଇଲା ତାହା ମଧ୍ୟ ବଡ଼ ପ୍ରସଙ୍ଗ ହେବ ବୋଲି ବିରୋଧୀ ବିଧାୟକମାନେ ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ବିଶେଷକରି ବାଲିର ବେଧଡ଼କ ଚୋରି, ପ୍ରଶ୍ନପତ୍ର ଲିକ୍‌ ମାମଲା, ଦାଦନ, ଦରଦାମ ବୃଦ୍ଧି, ମହାନଦୀ, ପୋଲାଭରମ୍‌ ଓ କୋଟିଆ ସମସ୍ୟାକୁ ନେଇ ଗୃହକୁ ସରଗରମ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏହିକ୍ରମରେ ଆସନ୍ତାକାଲି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ଅନୁଷ୍ଠିତ ହେବାକୁ ଥିବାବେଳେ ଉଭୟେ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଏପଟେ ନୂଆପଡ଼ାରେ ବିପୁଳ ବିଜୟ ପରେ ଶାସକ ଦଳ ପୂରା ଜୋଶରେ ଥିବାବେଳେ ଏହା ଗୃହକୁ ଅଧିକ ସରଗରମ କରିପାରେ ବୋଲି ଅନୁମାନ କରାଯାଉଛି। ଉଭୟ ଶାସକ ଏବଂ ବିରୋଧୀଙ୍କ ମୁଡକୁ ଦେଖିଲେ ବିଧାନସଭାରେ ଯେ କେହି କାହାରିକୁ ଛାଡ଼ିବେ ନାହିଁ, ତାହା ଏବେଠାରୁ ଜଳଜଳ ଦିଶିଲାଣି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର