ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର : ପଞ୍ଚାୟତ ପରାଜୟ ଅବସାଦରୁ ମୁକୁଳିନାହାନ୍ତି ବିରୋଧୀ

The Sakala Picture
Published On

ଭୁବନେଶ୍ୱର : ଆଜି(ସୋମବାର) ଚୂଡ଼ାନ୍ତ ହେବ ପୌର ପ୍ରାର୍ଥୀ ତାଲିକା। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୦୬ ପୌର ପରିଷଦ ଓ ୩ ମହାନଗରରେ ପୌର ଲଢ଼େଇରେ ଅବତୀର୍ଣ୍ଣ ହେବେ ବିଭିନ୍ନ ଦଳର ପ୍ରାର୍ଥୀ। ଅନ୍ୟ ପୌରାଞ୍ଚଳ ଅପେକ୍ଷା ମହାନଗର ମେୟର ପଦ ଉପରେ ସମସ୍ତଙ୍କ ନଜର। ପୌରାଞ୍ଚଳର ବିଭିନ୍ନ ଯୋଜନାର ପରିଚାଳନାରେ, ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବା କ୍ଷେତ୍ରରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୌର ପ୍ରଶାସନକୁ କେନ୍ଦ୍ର ଓ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା ଓ […]

ଭୁବନେଶ୍ୱର : ଆଜି(ସୋମବାର) ଚୂଡ଼ାନ୍ତ ହେବ ପୌର ପ୍ରାର୍ଥୀ ତାଲିକା। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୦୬ ପୌର ପରିଷଦ ଓ ୩ ମହାନଗରରେ ପୌର ଲଢ଼େଇରେ ଅବତୀର୍ଣ୍ଣ ହେବେ ବିଭିନ୍ନ ଦଳର ପ୍ରାର୍ଥୀ। ଅନ୍ୟ ପୌରାଞ୍ଚଳ ଅପେକ୍ଷା ମହାନଗର ମେୟର ପଦ ଉପରେ ସମସ୍ତଙ୍କ ନଜର। ପୌରାଞ୍ଚଳର ବିଭିନ୍ନ ଯୋଜନାର ପରିଚାଳନାରେ, ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବା କ୍ଷେତ୍ରରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୌର ପ୍ରଶାସନକୁ କେନ୍ଦ୍ର ଓ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା ଓ ପ୍ରଶସ୍ତିରେ ପୋତି ପକାଇଛନ୍ତି। ଏ ସବୁ ବିଜେଡି ପାଇଁ ଲାଭଦାୟକ ହେଉଥିବା ବେଳେ କଂଗ୍ରେସ ଅପେକ୍ଷା ଅଧିକ ଅଡ଼ୁଆରେ ପଡ଼ିଛି ବିଜେପି। ଯେଉଁଠି କେନ୍ଦ୍ରରେ ଥିବା ବିଜେପି ସରକାର ଏଠାକାର ପ୍ରଶାସନକୁ ପ୍ରଶଂସା କରୁଛନ୍ତି ସେଠାରେ କେଉଁ ପ୍ରସଂଗ ନେଇ ଭୋଟରଙ୍କ ପାଖକୁ ଯିବେ ତାହା ରାଜ୍ୟର ବିଜେପି ନେତାମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଭୋଟର କେମିତି ବିଶ୍ୱାସ କରିବେ ସେ ନେଇ ସନ୍ଦେହରେ ପଡ଼ିଯାଇଛନ୍ତି। ରାଜ୍ୟର ପୌରାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟାକୁ ଆଧାର କରି ଶାସକ ଦଳ ବିପକ୍ଷରେ ଲଢିବ ପାଇଁ ବିଜେପି ଚିନ୍ତା କରୁଛି। ତେବେ ପୌର ଓ ମହାନଗର ନିର୍ବାଚନରେ ବିଜେପି ଶାସକ ବିଜେଡ଼ି ବିରୋଧରେ ଲଢ଼ିବାକୁ ସକ୍ଷମ ହେବ ନା ପଞ୍ଚାୟତ ପରି ଆତ୍ମସମର୍ପଣ କରିବ ତାହା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। ସେପଟେ କଂଗ୍ରେସ ମଧ୍ୟ କିଛି ଭଲ ସ୍ଥିତିରେ ନାହିଁ। କଂଗ୍ରେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଯିବା ସହିତ ଭୋଟ୍‍ ଭାଗ ମଧ୍ୟ କମିବାରେ ଲାଗିଛି। ଏ ପରିସ୍ଥିତିରେ ବିଜେଡି, କଂଗ୍ରେସ ଓ ବିଜେପି ତୁଳନାରେ ବହୁତ ସହଜ ସ୍ଥିତିରେ ଅଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାରା ରାଜ୍ୟର ପୌରାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରେ ନିର୍ବାଚନ ଅଧିକ ସାମାନ୍ୟ ଉଷ୍ମ ରହିଛି। ନିୟମିତ ବ୍ୟବଧାନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ବିଭିନ୍ନ କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ପ୍ରଶଂସା କରିଛି। ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଏକାଧିକଥର ଜାତୀୟସ୍ତରରେ ପୁରସ୍କାର ଲାଭ କରିଛି। ଗତବର୍ଷ ଏହି ସମୟରେ ଭୁବନେଶ୍ୱରକୁ ଦେଶର ରହିବା ପାଇଁ ଦ୍ୱିତୀୟ ଅନୁକୂଳ କ୍ଷୁଦ୍ର ସହର ଭାବେ ମାନ୍ୟତା ମିଳିଥିଲା। ଇଜ୍‍ ଅଫ୍‍ ଲିଭିଙ୍ଗ୍‍ ଇଣ୍ଡେକ୍ସ-୨୦୨୦ରେ ଖୋଦ୍‍ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ପକ୍ଷରୁ ଏହି ମାନ୍ୟତା ମିଳିଥିଲା। ସେହିବର୍ଷ ଓଡ଼ିଶା ନିଜ ପୂର୍ବ ର‍୍ୟାଙ୍କ ଠାରୁ ୧୬ଟି ସ୍ଥାନ ଉପରକୁ ଉଠି ପାରିଥିଲା। ସେହିପରି ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାରେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ କେନ୍ଦ୍ରୀୟ ଅଧିକାରୀ ନିକଟରେ ଉଚ୍ଚ ପ୍ରଶଂସା କରି ଯାଇଛନ୍ତି। ଓଡ଼ିଶାର ଏହି ମଡ଼େଲ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି ମଧ୍ୟ ନୀତି ଆୟୋଗ ପ୍ରତିନିଧିମାନେ ମନ୍ତବ୍ୟ ରଖିଛନ୍ତି। କେନ୍ଦ୍ରୀୟ ପ୍ରତିନିଧି ଦଳର କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ଡକ୍ଟର କେ ରାଜେଶ୍ୱର ରାଓ ଶୁକ୍ରବାର ବିଭିନ୍ନ ୱାର୍ଡ ଏବଂ ସୈନିକ ସ୍କୁଲ ନିକଟସ୍ଥ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରିଥିଲେ। ବିଶେଷ କରି ବସ୍ତି ରୂପାନ୍ତରଣରେ ମା ମଙ୍ଗଳା ଆଦର୍ଶ କଲୋନୀ ଏବଂ ଜାଗା ମିଶନ ଅଂଶଗ୍ରହଣ ସମ୍ପର୍କରେ ଅବଗତ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଗତବର୍ଷ ଜାତୀୟସ୍ତରରେ ପ୍ରଦାନ କରାଯାଇଥିବା ୩ଟି ପୁରସ୍କାର ଓଡ଼ିଶା ହାତେଇ ପାରିଛି। ରାଜ୍ୟ ସରକାରଙ୍କ ସଂସ୍ଥା ୱାଟକୋ, କଟକ ମହାନଗର ନିଗମ(ସିଏମସି)ର ବହୁଚରାମାତା ଏସଏଚଜିର ସଦସ୍ୟା କିନ୍ନର ଶୀତଲ ବସ୍ତିଆ ଏବଂ ଢେଙ୍କାନାଳ ପୌରପାଳିକା ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ସାମଗ୍ରିକ ଭାବେ ସାରା ଦେଶର ପୌରସଂସ୍ଥା ଗୁଡିକର ପରିମଳ ବ୍ୟବସ୍ଥାକୁ ନେଇ ଏହି ସମ୍ମାନ ୫ମ ଥର ପାଇଁ ପ୍ରଦାନ କରାଯାଇଛି। ‘ଗାରିମା’ ଯୋଜନାକୁ ସାରା ରାଜ୍ୟରେ ସଫଳତାର ସହ ଲାଗୁ କରିବାରେ ୱାଟକୋ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏହା ସିଧାସଳଖ ଭାବେ ପରିମଳ କର୍ମଚାରୀଙ୍କ ସହଭାଗିତା ବୃଦ୍ଧି କରିବାରେ ସହାୟକ ହେଉଛି। ଗାରିମା ଯୋଜନା ଦ୍ୱାରା ପରିମଳ କର୍ମଚାରୀଙ୍କ ସ୍ୱାଭିମାନ ବୃଦ୍ଧି ପାଇଛି। ଏହି ଯୋଜନା ଲାଗୁ ହେବା ପରେ ପରିମଳ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି ପାଇଛି। ସେମାନେ ଯେପରି ଅତି ସହଜରେ କାମ କରିପାରିବେ, ସେଥିପାଇଁ ଏକାଧିକ ସୁରକ୍ଷା ସରଞ୍ଜାମ ଉପଲବ୍ଧ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ କର୍ତ୍ତବ୍ୟରତ ଥିବା ବେଳେ ଯେପରି ଅଘଟଣ ନ ଘଟେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସୁରୁଖୁରରେ କାର୍ଯ୍ୟ କରିବା ପାଇଁ ନିୟମିତ ବ୍ୟବଧାନରେ ସେମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ପରିମଳ କର୍ମଚାରୀମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଋଣ ପ୍ରଦାନ କରାଯାଉଛି। ଗାରିମା ଭଳି ଯୋଜନାରେ ଏସବୁକୁ ଉପଲବ୍ଧ କରାଯାଇ ଥିବାରୁ ଏହା ଜାତୀୟସ୍ତରରେ ଆଦୃତ ହୋଇପାରିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସେହିପରି ସହରାଞ୍ଚଳ ଘରଗୁଡିକର ମଳ ପରିଚାଳନା ପାଇଁ ଫାଏସଲ ସ୍ଲଜ ଏବଂ ସେପ୍ଟେଜ ମ୍ୟାନେଜମେଣ୍ଟ ମଡେଲ(ଅର୍ବାନ) କ୍ଷେତ୍ରରେ ମଧ୍ୟ ଓଡ଼ିଶା ସଫଳତା ପାଇଛି। ଏହି ବର୍ଗରେ ଓଡ଼ିଶାର ଢେଙ୍କାନାଳ ପୌରସଂସ୍ଥା ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଏଥିସହ ୫ମ ଆଇଏସସି-ଏଫଆଇସିସିଆଇ ପୁରସ୍କାର ଲାଭ କରିଥିଲା। ଅନୁରୂପ ଭାବେ ସିଏମସିର ପରିମଳ କର୍ମଚାରୀ ଶୀତଳ ବସ୍ତିଆଙ୍କୁ ମଧ୍ୟ ‘ୱମେନ୍‍ ଚେଞ୍ଜ ମେକର୍‍ ଇନ୍‍ ସାନିଟେସନ୍‍’ ପୁରସ୍କାର ମଧ୍ୟ ଗତବର୍ଷ ପ୍ରଦାନ କରାଯାଇଥିଲା। କଟକ ମହାନଗର ନିଗମ ଅନ୍ତର୍ଗତ ବିଛରାମାତା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ଶୀତଲଙ୍କୁ ଏହି ପୁରସ୍କାର ମିଳିଛି। ରାଜ୍ୟ ସରକାରଙ୍କ ସହରାଞ୍ଚଳ ପାଇଁ ସବୁଠୁ ଉପାଦେୟ ଯୋଜନା ଭାବେ ଜାଗା ମିଶନ ଉଭା ହୋଇଛି। ଏହି ଯୋଜନା ସାରା ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଲାଗୁ କରାଯାଇଛି। ଏହା ସହରାଞ୍ଚଳରେ ବସ୍ତିବାସିନ୍ଦା, ଖଟିଖିଆ ମେହନତୀ ମଣିଷକୁ ଆବାସ ଖଣ୍ଡେ ପ୍ରଦାନ କରିପାରିଛି। ଗତବର୍ଷ ଐତିହ୍ୟ ନଗରୀ କୋଣାର୍କ ସହରାଞ୍ଚଳ ନିକଟସ୍ଥ ନୋଳିଆ ବସ୍ତିର ରୂପାନ୍ତରଣରେ ମଧ୍ୟ ଜାଗା ମିଶନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଜାଗା ମିଶନ୍‍ କାର୍ଯ୍ୟକ୍ରମକୁ ୱାଲ୍ଡ ହାବିଟାଟ୍‍ ଆୱାର୍ଡ-୨୦୧୯ ଏବଂ ଏସିଆ-ପାସିଫିକ୍‍ ହାଉସିଂ ଆୱାର୍ଡ-୨୦୨୧ ଦ୍ୱାରା ସମ୍ମାନିତ କରାଯାଇଥିଲା।

14 Mar 2022 By The Sakala

https://www.thesakala.in/latest-odisha-news/municipal-elections-odisha/article-9962
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର