ବିଜେଡି ନିରାଡ଼ମ୍ବରରେ ପାଳିବ ବିଜୁ ଜୟନ୍ତୀ ଓ ମହିଳା ଦିବସ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୬ତମ ଜୟନ୍ତୀ ପ୍ରତି ନିର୍ବାଚନମଣ୍ଡଳୀରେ ନିରାଡ଼ମ୍ବର ଭାବେ ପାଳନ କରାଯିବ। ପ୍ରତି ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପରିଚାଳିତ ବିଜେଡ଼ିର ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ। ଅନୁରୂପ ଭାବରେ ମାର୍ଚ୍ଚ ୮ ତାରିଖରେ ବିଜେଡି ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯିବ। ପ୍ରତି ନିର୍ବାଚନମଣ୍ଡଳୀରେ […]

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୬ତମ ଜୟନ୍ତୀ ପ୍ରତି ନିର୍ବାଚନମଣ୍ଡଳୀରେ ନିରାଡ଼ମ୍ବର ଭାବେ ପାଳନ କରାଯିବ। ପ୍ରତି ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପରିଚାଳିତ ବିଜେଡ଼ିର ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ। ଅନୁରୂପ ଭାବରେ ମାର୍ଚ୍ଚ ୮ ତାରିଖରେ ବିଜେଡି ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯିବ। ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ମହିଳା ସଶକ୍ତୀକରଣ ଦିଗରେ ବିଜୁବାବୁଙ୍କ ଅମୂଲ୍ୟ ଅବଦାନ ସହ ଏଦିଗରେ ବିଜେଡି ସରକାରର ପ୍ରତିବଦ୍ଧତା ଓ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। କୋଭିଡ ନିୟମ କଡ଼ାକଡ଼ି ପାଳନପୂର୍ବକ ବିଜୁ ବାବୁଙ୍କ ଜୟନ୍ତୀ ଓ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯିବ। ଏନେଇ ଦଳୀୟ କର୍ମକର୍ତ୍ତା, ପଦାଧିକାରୀଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ବିଜୁ ବାବୁ ଓଡ଼ିଶାର ସଫଳ ବିକାଶ ଯାତ୍ରାର ମହାନାୟକ। ତାଙ୍କ ନୀତି ଏବଂ ଆଦର୍ଶକୁ ଆଧାର କରି ବିଜେଡି ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖିଛି। ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା-ଯୁବକ-କୃଷକ ସଶକ୍ତୀକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଶାସନକୁ ଅଧିକ ଉତ୍ତରଦାୟୀ, ସ୍ୱଚ୍ଛ, ପ୍ରଗତିଶାଳୀ ଏବଂ ଲୋକାଭିମୁଖୀ କରିବା ପାଇଁ ୫-ଟି ମନ୍ତ୍ର ସହ ‘ମୋ ସରକାର’ ଭଳି ଅନୁକରଣୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଶାସନିକ ତଥା ବିକାଶ ପ୍ରକ୍ରିୟାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ନୂଆ ଓଡ଼ିଶା ଗଠନରେ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜୁ ବାବୁଙ୍କ ଜୟନ୍ତୀରେ ବିଜେଡି ପକ୍ଷରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଏହି ଅସମାନ୍ୟ ଉପଲବ୍ଧି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ। ବିଜୁ ବାବୁଙ୍କ ଜୟନ୍ତୀରେ ବିଜେଡି ପକ୍ଷରୁ ଦଳର ପ୍ରତି ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ସହ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ପୂର୍ବକ ପ୍ରତିବଦ୍ଧ ହେବା ପାଇଁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର