ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ: ଦିନ ୧ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧ ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ ଶେଷ ହୋଇଛି । କେବଳ ଯାଜପୁର ଜିଲ୍ଲାର କେତେକ ବୁଥରେ ଉତ୍ତେଜନା ଦେଖାଦେଇଛି । ଅନ୍ୟ ସବୁଠି ଶୃଙ୍ଖଳାର ସହିତ ଭୋଟିଂ ହୋଇଛି […]

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧ ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ ଶେଷ ହୋଇଛି । କେବଳ ଯାଜପୁର ଜିଲ୍ଲାର କେତେକ ବୁଥରେ ଉତ୍ତେଜନା ଦେଖାଦେଇଛି । ଅନ୍ୟ ସବୁଠି ଶୃଙ୍ଖଳାର ସହିତ ଭୋଟିଂ ହୋଇଛି । ଯେଉଁଠି ଉତ୍ତେଜନା ଦେଖାଦେଇଛି ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଆଜି ତୃତୀୟ ପର୍ୟ୍ୟାୟରେ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡିଛି ଭୋଟ୍ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇ ଗୋଟାଏରେ ଶେଷ ହୋଇଛି । ମହିଳାଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ତେବେ ପୂର୍ବ ଦୁଇଟି ପର୍ଯ୍ଯାୟ ଅପେକ୍ଷା ତୃତୀୟ ପର୍ଯ୍ଯା ୟରେ ବିସେଷ ହିଂସା ଦେଖିବାକୁ ମିଳିନାହିଁ । ତେବେ ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ଯାଳୟ ପକ୍ଷରୁ ପ୍ରକାଶ ପାଇଥିଲା ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୂଚନା ଯୋଗ୍ୟ ଯେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮, ୯, ୧୦ ଓ ୧୧ନଂ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏହାକୁ ନେଇ ୪ଟି ବୁଥରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

20 Feb 2022 By The Sakala

ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ: ଦିନ ୧ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ତୃତୀୟ ପର୍ଯ୍ଯାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧ ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ ଶେଷ ହୋଇଛି । କେବଳ ଯାଜପୁର ଜିଲ୍ଲାର କେତେକ ବୁଥରେ ଉତ୍ତେଜନା ଦେଖାଦେଇଛି । ଅନ୍ୟ ସବୁଠି ଶୃଙ୍ଖଳାର ସହିତ ଭୋଟିଂ ହୋଇଛି । ଯେଉଁଠି ଉତ୍ତେଜନା ଦେଖାଦେଇଛି ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଆଜି ତୃତୀୟ ପର୍ୟ୍ୟାୟରେ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡିଛି ଭୋଟ୍ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇ ଗୋଟାଏରେ ଶେଷ ହୋଇଛି । ମହିଳାଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ତେବେ ପୂର୍ବ ଦୁଇଟି ପର୍ଯ୍ଯାୟ ଅପେକ୍ଷା ତୃତୀୟ ପର୍ଯ୍ଯା ୟରେ ବିସେଷ ହିଂସା ଦେଖିବାକୁ ମିଳିନାହିଁ । ତେବେ ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ଯାଳୟ ପକ୍ଷରୁ ପ୍ରକାଶ ପାଇଥିଲା ।

ସୂଚନା ଯୋଗ୍ୟ ଯେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮, ୯, ୧୦ ଓ ୧୧ନଂ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏହାକୁ ନେଇ ୪ଟି ବୁଥରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର