ଭକ୍ତଙ୍କ ପାଇଁ ଖୁସି ଖବର: ଫେବୃଆରୀ ୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୧୨ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ […]

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୧୨ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ । ଭୋଗ ଲାଗିବା ଉପରେ ବି ରୋକ ଲଗାଯାଇଛି । ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି। କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ବିଏମସି କମିଶନର ଏହି ନୋଟିସ ଜାରି କରିଛନ୍ତି। ମସଜିଦ୍/ ଚର୍ଚ୍ଚ/ଗୁରୁଦ୍ୱାରା ଗୁଡ଼ିକ ମଧ୍ୟ ଆସନ୍ତା ୧୨ରୁ ଖୋଲିବ ବୋଲି ଜଣାପଡ଼ିଛି । ଫେବୃଆରୀ ଶେଷ ପର୍ଯ୍ଯନ୍ତ ଏହି ନିୟମ ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

08 Feb 2022 By The Sakala

ଭକ୍ତଙ୍କ ପାଇଁ ଖୁସି ଖବର: ଫେବୃଆରୀ ୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୧୨ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ । ଭୋଗ ଲାଗିବା ଉପରେ ବି ରୋକ ଲଗାଯାଇଛି । ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି। କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ବିଏମସି କମିଶନର ଏହି ନୋଟିସ ଜାରି କରିଛନ୍ତି। ମସଜିଦ୍/ ଚର୍ଚ୍ଚ/ଗୁରୁଦ୍ୱାରା ଗୁଡ଼ିକ ମଧ୍ୟ ଆସନ୍ତା ୧୨ରୁ ଖୋଲିବ ବୋଲି ଜଣାପଡ଼ିଛି । ଫେବୃଆରୀ ଶେଷ ପର୍ଯ୍ଯନ୍ତ ଏହି ନିୟମ ବଳବତ୍ତର ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର