ହୋମଯଜ୍ଞରେ କମ୍ପିଲା କୁମ୍ଭମେଳା: ସାଧୁମୟ ହେଉଛି ଖଣ୍ଡଗିରି ପାଦଦେଶ, ଏକାଠି ହେଲେ ଦେଶବିଦେଶର ୨ ଶହ ସାଧୁସନ୍ଥ
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା। ଏହିକ୍ରମରେ ଖଣ୍ଡଗିରି ପାଦଦେଶରେ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି। ଦେଶ ବିଦେଶରୁ ଆସିଥିବା ୨ ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆଜି ନିଜନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ସାରାବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗ ଦେଇସାରିଲେଣି। ଏଥର ମହାମାରୀ କରୋନା କଟକଣା ଯୋଗୁଁ କମ୍ ସଂଖ୍ୟକ ବାବାଙ୍କ ସମାଗମ ହୋଇଛି। ଅଧିକାଂଶ ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଆସି ପହଞ୍ଚିଯାଇଥିଲେ। ଏଥିପାଇଁ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା […]
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା। ଏହିକ୍ରମରେ ଖଣ୍ଡଗିରି ପାଦଦେଶରେ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି। ଦେଶ ବିଦେଶରୁ ଆସିଥିବା ୨ ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆଜି ନିଜନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ସାରାବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗ ଦେଇସାରିଲେଣି। ଏଥର ମହାମାରୀ କରୋନା କଟକଣା ଯୋଗୁଁ କମ୍ ସଂଖ୍ୟକ ବାବାଙ୍କ ସମାଗମ ହୋଇଛି। ଅଧିକାଂଶ ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଆସି ପହଞ୍ଚିଯାଇଥିଲେ। ଏଥିପାଇଁ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜାଗମରା ଗ୍ରାମର ଆରାଧ୍ୟ ଦେବ ଅନନ୍ତ କେଶରୀଙ୍କ ଯାତ୍ରା।
ଦିଅଁଙ୍କ ଯାତ୍ରାପାଇଁ ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହିଅବସରରେ ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୂଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ବାଜାବାଣ, ରୋସଣୀ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀ ହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା। ମା’ ବାରଭୂଜାଙ୍କ ଖଣ୍ଡଖିିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ କରିଥିଲେ। ମା’ ବାରଭୂଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ଅନୁଷ୍ଠିତ ହେବ। ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିଛନ୍ତି। କିଏ ମା’ ବାରଭୂଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତକୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଏହି ମେଳା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାମଧ୍ୟକୁ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ବୟସ୍କ ଲୋକ, ଶିଶୁ, ଗର୍ଭବତୀ ମହିଳାଙ୍କୁ ଆସିବା ପାଇଁ ବାରଣ କରାଯାଇଛି। ଏହି ଅବସରରେ ପୂର୍ଣ୍ଣକୁମ୍ଭରେ ଜଳ ଆମ୍ବଡାଳ ଦିଆଯାଇ କୁମ୍ଭମେଳା ଆରମ୍ଭ କରାଯାଇଥିଲା। ଖଣ୍ଡଗିରିସ୍ଥତ ହରିଓଁ ପୀଠ ପକ୍ଷରୁ ୧୦୮ଟି କୁମ୍ଭ ବସା ଯାଇ ପୂଜାବିଧି ଆରମ୍ଭ କରାଯାଇଥିଲା। ଏହାସହିତ ଅନ୍ୟ ସାଧୁସନ୍ଥମାନେ ସମୁଦାୟ ୨୪୪ଟି କଳସ ବସାଇ ଘଟସ୍ଥାପନ କରିଥିଲେ ବୋଲି ହରିଓଁ ବାବା ଶିଶୁ ଛବି ସୂଚନା ଦେଇଛନ୍ତି। ମେଳାକୁ ବିଭିନ୍ନ ଦିଗରୁ ସାଧୁସନ୍ଥମାନେ ଅହୋରାତ୍ର ତପସ୍ୟା ରତ ରହିଛନ୍ତି।