ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍ ନାମଲେଖା କାର୍ଯ୍ୟସୂଚୀ, ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା

The Sakala Picture
Published On

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫେବୃଆରୀ ୨ ତାରିଖ ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିପାରିବେ। ସେହିପରି ଫେବୃଆରୀ ୩ ତାରିଖ ବଦଳରେ ୫ […]

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫେବୃଆରୀ ୨ ତାରିଖ ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିପାରିବେ। ସେହିପରି ଫେବୃଆରୀ ୩ ତାରିଖ ବଦଳରେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ପରିବର୍ତ୍ତିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର