ସତ୍ୟବାଦୀର ୬ ଜୋନ୍‌ରେ ନାହାନ୍ତି କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ

The Sakala Picture
Published On

ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୈତିକ ପାଣିପାଗ ବେଶ୍‍ ସରଗରମ ହେଲାଣି। ଗାଁ ଚାନ୍ଦିନୀଠାରୁ ସହରର ଚା’ ଖଟି ସବୁଠି ହାର୍‍ଜିତ୍‍ର ଅଙ୍କକଷା ଯାଉଛି। ରାଜନୀତିର ଧାର୍‍ ଧରୁ ନ ଥିବା ଲୋକଙ୍କ ମୁହଁରେ ଏବେ ନିର୍ବାଚନ ଚର୍ଚ୍ଚା। ରାଜନୈତିକ ଦଳଗୁଡ଼ିକ ମଧ୍ୟ ବେଶ୍‍ ସକ୍ରିୟ ହୋଇପଡ଼ିଛନ୍ତି। ନିଜ ସମର୍ଥିତ ପ୍ରାର୍ଥୀମାନେ କିପରି ସଫଳତା ପାଇବେ ସେଥିପାଇଁ ଗୋଟିଚାଳନା କରୁଛନ୍ତି। କୋଭିଡ଼ କଟକଣା ପାଇଁ ଯଦିଓ ପ୍ରଚାର ଶୋଭାଯାତ୍ରା ବାରଣ କରାଯାଇଛି କିନ୍ତୁ […]

ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୈତିକ ପାଣିପାଗ ବେଶ୍‍ ସରଗରମ ହେଲାଣି। ଗାଁ ଚାନ୍ଦିନୀଠାରୁ ସହରର ଚା’ ଖଟି ସବୁଠି ହାର୍‍ଜିତ୍‍ର ଅଙ୍କକଷା ଯାଉଛି। ରାଜନୀତିର ଧାର୍‍ ଧରୁ ନ ଥିବା ଲୋକଙ୍କ ମୁହଁରେ ଏବେ ନିର୍ବାଚନ ଚର୍ଚ୍ଚା। ରାଜନୈତିକ ଦଳଗୁଡ଼ିକ ମଧ୍ୟ ବେଶ୍‍ ସକ୍ରିୟ ହୋଇପଡ଼ିଛନ୍ତି। ନିଜ ସମର୍ଥିତ ପ୍ରାର୍ଥୀମାନେ କିପରି ସଫଳତା ପାଇବେ ସେଥିପାଇଁ ଗୋଟିଚାଳନା କରୁଛନ୍ତି। କୋଭିଡ଼ କଟକଣା ପାଇଁ ଯଦିଓ ପ୍ରଚାର ଶୋଭାଯାତ୍ରା ବାରଣ କରାଯାଇଛି କିନ୍ତୁ କିପରି ଭୋଟରଙ୍କୁ ମନେଇ ହେବ ସେ ନେଇ ଚାଲୁଛି ଗୁପ୍ତ ମନ୍ତ୍ରଣା। ହେଲେ ଏ ସବୁଥିରେ ପଛରେ ପଡ଼ିଛି ପୁରୀ ଜିଲ୍ଲା କଂଗ୍ରେସ। ଏଥର ପଞ୍ଚାୟତ ନିର୍ବାଚନ ଲାଗି ଦଳରେ ଏତେଟା ଉତ୍ସାହ ନାହିଁ। ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ସବୁଠି ଜିଲ୍ଲା କଂଗ୍ରେସରେ ନୀରବତା ବାରି ହୋଇପଡ଼ିଥିବା ବେଳେ ଏଥିରୁ ଫାଇଦା ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଜେଡି ଓ ବିଜେପି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

କଂଗ୍ରେସର ନେତୃତ୍ୱ ନେବା ଏବଂ ପ୍ରାର୍ଥୀ ହେବା ପାଇଁ ଏକଦା ପ୍ରତିଦ୍ୱନ୍ଦ୍ୱିତା ଲାଗୁଥିଲା। ପୁରୀ ଜିଲ୍ଲାରେ ବି ଏଭଳି ସ୍ଥିତି ରହିଥିଲା। ଏବେ ବି ଅନେକ କର୍ମୀ ଅଛନ୍ତି ଯେଉଁମାନେ ପୋଖତ କଂଗ୍ରେସିଆ ବୋଲି ନିଜକୁ ଗର୍ବ ଅନୁଭବ କରନ୍ତି। କିନ୍ତୁ ଦଳୀୟ ନେତୃତ୍ୱ ସଂକଟ ଏବେ ଜିଲ୍ଲା କଂଗ୍ରେସକୁ ଏକପ୍ରକାର ଦେବାଳିଆ କରିଦେଇଥିବା ଆଲୋଚନା ହେଉଛି। ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲା କଂଗ୍ରେସ ମଧ୍ୟରେ ସେମିତି ଉତ୍ସାହ ନାହିଁଁ। ପ୍ରାୟ ବର୍ଷେ ହେବ ଜିଲ୍ଲା ସଭାପତି ନାହାନ୍ତି। ଫଳରେ ମୁରବି ବିହୀନ ହୋଇପଡ଼ିଛି ଜିଲ୍ଲା କଂଗ୍ରେସ। କୌଣସି ନିଷ୍ପତ୍ତି ନେବା ପାଇଁ କେହି କାହାକୁ ପଚାରୁ ନାହାନ୍ତି କି ଦଳୀୟ ସଙ୍ଗଠନ କିପରି ମଜବୁତ୍‍ ହେବ ସେଥିପ୍ରତି କାହାର ଆଗ୍ରହ ଥିବା ଭଳି ଜଣାପଡୁନି। ପଞ୍ଚାୟତ ନିର୍ବାଚନ ଲାଗି ଏକାଧିକ ଜୋନରୁ କୌଣସି କଂଗ୍ରେସ ପ୍ରାର୍ଥୀ ଛିଡା ନ ହେବା ଏବଂ ଗୋଟିଏ ଜୋନରୁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ଏ ସବୁକୁ ସ୍ପଷ୍ଟ କରୁଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସର ୩ଟି ଜୋନ ଏବଂ ସତ୍ୟବାଦୀର ୩ଟି ଜୋନ ରହିଛି। ହେଲେ ଏଥର ଏହି ନିର୍ବାଚନମଣ୍ଡଳୀର ୫ଟି ଜୋନରୁ କଂଗ୍ରେସ କେହି ପ୍ରାର୍ଥୀ ନାହାନ୍ତି। ୫ ନଂ. ଜୋନ (କଣାସ-୩)ରୁ ପ୍ରସନ୍ନ କୁମାର ପାଇକରାୟ ନାମାଙ୍କନର ଅନ୍ତିମ ଦିବସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଦଳୀୟ ଟିକେଟ ଦେଇ ନ ଥିଲେ। ଶନିବାର ଯାଞ୍ଚ ଦିନ ଦଳୀୟ ଟିକେଟ ଦେଇଥିଲେ ମଧ୍ୟ ବିଳମ୍ବ ଯୋଗୁ ତାଙ୍କ ଟିକେଟ ଗ୍ରହଣ କରାଯାଇ ନାହିଁ। ତେଣୁ ପ୍ରସନ୍ନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଗ୍ରହଣ କରିଛି ପ୍ରଶାସନ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି ପ୍ରସନ୍ନ। ସେହିପରି ଗୋପ ଜୋନ ନଂ.୪ରୁ ଦୁଇଜଣ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ଦଳ ଜଣଙ୍କୁ ଟିକଟ ଦେବା ପରେ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି।
ପୂର୍ବତନ ପିସିସି ସଭାପତିଙ୍କ ନିର୍ବାଚନମଣ୍ଡଳୀରେ ଯଦି ପ୍ରାର୍ଥୀ ଦିଆଯାଇ ପାରୁନାହିଁ ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ବିନାୟକ ଦାସ ମହାପାତ୍ର। ସେହିପରି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବା ଦରକାର। ସଭାପତିଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ନିର୍ବାଚନରେ କିପରି ଦଳୀୟ ପ୍ରାର୍ଥୀ ଏବଂ ସମର୍ଥିତ ପ୍ରାର୍ଥୀ ଭଲ ଫଳାଫଳ କରିବେ ସେ ନେଇ ରୋଡ୍‍ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଛନ୍ତି ବିନାୟକ। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ସ୍ଥିତିରୁ ଫାଇଦା ନେବା ପାଇଁ ଉଭୟ ବିଜେଡି ଏବଂ ବିଜେପି ଲକ୍ଷ୍ୟ ରଖିଛନ୍ତି।

24 Jan 2022 By The Sakala

https://www.thesakala.in/latest-odisha-news/no-congress-district-council-candidate-in-satyabadi-assembly-constituency-6-zone/article-8705
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର