କୋଟିଆ ପାଇଁ ଗୋଟିଏ ନେତା: ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନୋମିନେସନ ଭରିଲେ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ

The Sakala Picture
Published On

କୋରାପୁଟ: କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରକୁ ମୁକାବିଲା ଲାଗି ଏକାଠି ହୋଇଛନ୍ତି ସବୁ ରାଜନୈତିକ ଦଳ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ରହିଛି ଶେଷ ତାରିଖ। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପ୍ରାର୍ଥୀ ଓ ନେତାଙ୍କ ଭିଡ ଜମିଛି ।  ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଜାନୀ। ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ସର୍ବଦଳୀୟ […]

କୋରାପୁଟ: କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରକୁ ମୁକାବିଲା ଲାଗି ଏକାଠି ହୋଇଛନ୍ତି ସବୁ ରାଜନୈତିକ ଦଳ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ରହିଛି ଶେଷ ତାରିଖ। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପ୍ରାର୍ଥୀ ଓ ନେତାଙ୍କ ଭିଡ ଜମିଛି ।  ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଜାନୀ। ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ସର୍ବଦଳୀୟ ନେତା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପୋଡାଲ ଉପସ୍ଥିତ ଥିଲେ। ଦଳମତ ନିର୍ବିଶେଷରେ କୋଟିଆ ଲଢ଼େଇ ଏକାଠି ଲଢ଼ାଯିବ। କୋରାପୁଟରେ ତିନି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ନେତାମାନେ ଏପରି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ପଟାଙ୍ଗୀ ବ୍ଲକର ଜିଲ୍ଲା ପରିଷଦ ଜୋନ୍‍ ୧ ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ତେଣୁ ଏକ ଅଣ ରାଜନୈତିକ ପରିବାରର ଶିକ୍ଷିତା ଯୁବତୀଙ୍କୁ ଏଠାରେ ପ୍ରାର୍ଥୀ କରାଯିବ ବୋଲି ବୈଠକରେ ତିନି ଦଳର ନେତାମାନେ ସହମତ ହୋଇଥିଲେ। ସେହିପରି ପ୍ରତି ୱାର୍ଡ଼ରେ ଜଣେ ଲେଖାଏଁ ୱାର୍ଡ଼ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ଭାବରେ ମଧ୍ୟ ଜଣେ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦିଆଯିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କୋଟିଆ ଗ୍ରାମପୁଞ୍ଜର ୧୧ଟି ଗାଁରେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ଏପରି ନିଷ୍ପତ୍ତି ନେଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ୨୦୦୬ମସିହାରୁ ସ୍ଥିତାବସ୍ଥା ଜାରି କରିବା ସତ୍ତ୍ବେ ଗତ ବର୍ଷ ଆନ୍ଧ୍ର ପ୍ରଶାସନ କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିଲା। ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ବହୁ ଐତିହାସିକ ଦସ୍ତାବିଜ୍‍ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହି ମାମଲା ବିଚାରାଧୀନ ଥିବାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଓ ଦୁଇ ରାଜ୍ୟ ମୁଖ୍ୟ ସଚିବସ୍ତରରେ ଆଲୋଚନା ଅନୁଷ୍ଠିତ ହୋଇଛି।ଏହି ସ୍ଥିତିରେ ରାଜ୍ୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ କୋଟିଆକୁ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ଦଳ କୋଟିଆ ଲଢ଼େଇ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟାଙ୍ଗୀ ବିଧାୟକ ପିତମ୍‍ ପାଡ଼ି, ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ, ଡ଼ିସିସି ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପଟାଙ୍ଗୀ ପୂର୍ବତନ ବିଦାୟକ ରାମଚନ୍ଦ୍ର କାଡ଼ାମ, ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ କୋଟିଆରେ ସର୍ବସମ୍ମଦ ଭାବରେ ପ୍ରାର୍ଥୀ ଦେବାକୁ ଏକମତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର