ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ

The Sakala Picture
Published On

ଭୁବନେଶ୍ବର : ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହି ବୈଠକରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ଚାକିରୀ ପାଇଁ ଆବେଦନର ବୟସ ସୀମାକୁ ବୃଦ୍ଧି ପାଇଁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ […]

ଭୁବନେଶ୍ବର : ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହି ବୈଠକରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ଚାକିରୀ ପାଇଁ ଆବେଦନର ବୟସ ସୀମାକୁ ବୃଦ୍ଧି ପାଇଁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି। ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗ ମାନେ ୪୩ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ।  ସେହିପରି ମହିଳାଙ୍କ ପାଇଁ  ମଧ୍ୟ ୫ ବର୍ଷ କୋହଳ କରାଯାଇଛି । ଅର୍ଥାତ୍‌ ମହିଳାମାନେ ୪୩ ବର୍ଷ ପର୍ଯ୍ୟନ୍ତ ଚାକିରୀ ପାଇଁ ଆବେଦନ କରିପାରିବେ ।ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ନିଷ୍ପତ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଅନ୍ୟପଟେ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାନୀୟ ପ୍ରକଳ୍ପକୁ କ୍ୟାବିନେଟ ମାରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପକୁ ମୋହର ବାଜିଛି।ଏହା ଦ୍ବାରା ମୟୁରଭଞ୍ଜ, ଶ୍ୟାମାଘୁଣ୍ଟା ଓ ବାରିପଦାର ୨୨୨ଟି ଗାଁର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୯୦ କୋଟି ଖର୍ଚ୍ଚ ହେବ । ୨ବର୍ଷରେ କାମ ସାରିବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏଥି ସହିତ ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର