ଚିଲିକାରେ ଚାଲିଛି ଡଲଫିନ ଗଣନା

The Sakala Picture
Published On

ବ୍ରହ୍ମଗିରି: ଆଜି ଚିଲିକାରେ ଡ଼ଲଫିନ ଗଣନା ଚାଲିଛି। ଏହି ଗଣନା ପାଇଁ ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରି ସକାଳ ୬ଟାରୁ ଆରମ୍ଭ ହୋଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି। ଡ଼ଲଫିନ ଗଣନାରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀମାନେ […]

ବ୍ରହ୍ମଗିରି: ଆଜି ଚିଲିକାରେ ଡ଼ଲଫିନ ଗଣନା ଚାଲିଛି। ଏହି ଗଣନା ପାଇଁ ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରି ସକାଳ ୬ଟାରୁ ଆରମ୍ଭ ହୋଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି। ଡ଼ଲଫିନ ଗଣନାରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି।  ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ଡ଼ଲଫିନ ଗଣନା ପାଇଁ ଆଜି ମଧ୍ୟାହ୍ନ ୧୨ ପର୍ଯ୍ଯନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

09 Jan 2022 By The Sakala

ଚିଲିକାରେ ଚାଲିଛି ଡଲଫିନ ଗଣନା

ବ୍ରହ୍ମଗିରି: ଆଜି ଚିଲିକାରେ ଡ଼ଲଫିନ ଗଣନା ଚାଲିଛି। ଏହି ଗଣନା ପାଇଁ ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରି ସକାଳ ୬ଟାରୁ ଆରମ୍ଭ ହୋଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି। ଡ଼ଲଫିନ ଗଣନାରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି।  ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ଡ଼ଲଫିନ ଗଣନା ପାଇଁ ଆଜି ମଧ୍ୟାହ୍ନ ୧୨ ପର୍ଯ୍ଯନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/dolphin-counting-continues-in-chilika/article-8265
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର