ଏସ୍‍ଏଚ୍‍ଜି ମହିଳାଙ୍କ ନିଆରା ପ୍ରୟାସ: ସ୍ୱାବଲମ୍ବୀ କରିଛି ନଡ଼ିଆ କତା

The Sakala Picture
Published On

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ। ଆଜିର ଦିନରେ ମା’ମାନେ ରୋଜଗାରକ୍ଷମ ହେବା ସହ ନିଜ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। କେବଳ ପାରଦର୍ଶିତା ନୁହେଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ଦେଶବିଦେଶରେ ବିକ୍ରି କରାଯାଉଛି। ନଡ଼ିଆ କତାରୁ ପ୍ରସ୍ତୁତ କରାଯାଉଛି ବିଭିନ୍ନ […]

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ। ଆଜିର ଦିନରେ ମା’ମାନେ ରୋଜଗାରକ୍ଷମ ହେବା ସହ ନିଜ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। କେବଳ ପାରଦର୍ଶିତା ନୁହେଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ଦେଶବିଦେଶରେ ବିକ୍ରି କରାଯାଉଛି। ନଡ଼ିଆ କତାରୁ ପ୍ରସ୍ତୁତ କରାଯାଉଛି ବିଭିନ୍ନ ହସ୍ତଶିଳ୍ପ। ରାଜଧାନୀ ଭୁବନେଶ୍ୱରର ଜୀବନରେଖା ଆଞ୍ଚଳିକ ମହାସଂଘ ଅଧୀନରେ ଥିବା ମାତୃଶ୍ରୀ ଓ ତ୍ରିଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନଡ଼ିଆ କତାରୁ ହସ୍ତଶିଳ୍ପ ପ୍ରସ୍ତୁତ କରୁଛନ୍ତି। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏହି ମହାସଂଘର ମହିଳାମାନେ ଏହି ନିଆରା ପଦକ୍ଷେପ ନେଇଛନ୍ତି। ଏହି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୨୦ଜଣ ମହିଳା ନଡ଼ିଆ କତାରୁ ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦେଶୀୟ ପଦ୍ଧତିରେ ତିଆରି ହୋଇଥିବା ଏହି ହସ୍ତଶିଳ୍ପ ସାମଗ୍ରୀ ବେଶ୍‍ ଆଦୃତ ହେଉଛି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

କତାରୁ ପ୍ରସ୍ତୁତ ହୋଇଛି ଦଉଡ଼ି, ପାପୋଛ ଏବଂ ଡୋର୍‍ ମ୍ୟାଟ୍‍ ଆଦି। ନୂଆ ଟେକ୍ନୋଲୋଜି ଓ ପ୍ରଣାଳୀକୁ ଆପଣାଇ ନିଆରା ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି। ମିଶନ ଶକ୍ତି ପକ୍ଷରୁ ପ୍ରଶିକ୍ଷଣ ନେବାପରେ ମହିଳାମାନେ ଏସବୁ ହସ୍ତଶିଳ୍ପ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଘର କାମଧନ୍ଦା ସାରି ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ତଶିଳ୍ପ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ସାକ୍ଷୀଗୋପାଳରୁ ନଡ଼ିଆ କତା ଆଣି ତାକୁ ପରିଷ୍କାର କରି ଶୁଖାଇ ଦିଅନ୍ତି। ଏହାପରେ ସେସବୁ ନେଇ ହାତରେ ଦଉଡ଼ି ପ୍ରସ୍ତୁତ କରିବା ସହ ପାପୋଛ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯାଇଛି ବୋଲି ଆତ୍ମନିର୍ଭରଶୀଳ ହୋଇଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଏହି ସ୍ୱୟଂ ସହାୟକ ମହାସଂଘରେ ୨୦ଜଣ ମହିଳା ଅଛନ୍ତି। ଏବେସୁଦ୍ଧା ସେମାନେ ୩ପ୍ରକାରରୁ ଊର୍ଦ୍ଧ୍ବ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଏମିତିକି ମହାମାରୀ କରୋନା ସମୟରେ ବି ମହିଳାମାନେ କାମ ଜାରି ରଖି ଅର୍ଡର ରଖି ବିଭିନ୍ନ ସ୍ଥାନକୁ ପଠାଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ହସ୍ତଶିଳ୍ପର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୧ଶହଟଙ୍କା ପର୍ଯ୍ୟନ୍ତ ରହିଛି। ଆଗକୁ ନଡ଼ିଆ କତାରେ କଣ୍ଢେଇ ସାଙ୍ଗକୁ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ନେବେ। ଏହାସହିତ କତାକୁ ଫିନିସିଂ କରି ସେଥିରୁ ବାହାରୁ ଥିବା କତାଗୁଣ୍ଡରେ ମଧ୍ୟ ନିଆରା ଢଙ୍ଗରେ କଣ୍ଢେଇ ତିଆରି କରିବା ସହ ନଡ଼ିଆ ଷଢ଼େଇ କିଣିକରି ଆଣି ସେଥିରୁ ବିଭିନ୍ନ ଘରସଜା କିଣିବା ପାଇଁ ଯୋଜନା କରାଯାଇଛି। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ବଟା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଷ୍ଟଲ୍‍ ଖୋଲି ବିକ୍ରିବଟା କରୁଛନ୍ତି। ପ୍ରତ୍ୟେକଦିନ ୨ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିକ୍ରି ହେଉଥିବା ଗୋଷ୍ଠୀର ସଭାପତି ପୁଷ୍ପାଞ୍ଜଳି ପାଣି ଓ ପ୍ରଭାତି ବସନ୍ତରା ସୂଚନା ଦେଇଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ନଡ଼ିଆ କତା ସାମଗ୍ରୀର ବିକ୍ରିବଟାକୁ ବଢ଼଼ାଇବା ପାଇ: ଫ୍ଲିପ୍‍କାର୍ଟ ସହ ଚକ୍ତି କରିବାକୁ ଯୋଜନା ରଖାଯାଇଛି। ରାଜ୍ୟସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦିଆଯାଇଥିଲା। ମହାସଂଘ ମାଧ୍ୟମରେ ଆଖପାଖ ଅଞ୍ଚଳର ମହିଳାଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

08 Jan 2022 By The Sakala

ଏସ୍‍ଏଚ୍‍ଜି ମହିଳାଙ୍କ ନିଆରା ପ୍ରୟାସ: ସ୍ୱାବଲମ୍ବୀ କରିଛି ନଡ଼ିଆ କତା

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ। ଆଜିର ଦିନରେ ମା’ମାନେ ରୋଜଗାରକ୍ଷମ ହେବା ସହ ନିଜ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। କେବଳ ପାରଦର୍ଶିତା ନୁହେଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ଦେଶବିଦେଶରେ ବିକ୍ରି କରାଯାଉଛି। ନଡ଼ିଆ କତାରୁ ପ୍ରସ୍ତୁତ କରାଯାଉଛି ବିଭିନ୍ନ ହସ୍ତଶିଳ୍ପ। ରାଜଧାନୀ ଭୁବନେଶ୍ୱରର ଜୀବନରେଖା ଆଞ୍ଚଳିକ ମହାସଂଘ ଅଧୀନରେ ଥିବା ମାତୃଶ୍ରୀ ଓ ତ୍ରିଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନଡ଼ିଆ କତାରୁ ହସ୍ତଶିଳ୍ପ ପ୍ରସ୍ତୁତ କରୁଛନ୍ତି। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏହି ମହାସଂଘର ମହିଳାମାନେ ଏହି ନିଆରା ପଦକ୍ଷେପ ନେଇଛନ୍ତି। ଏହି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୨୦ଜଣ ମହିଳା ନଡ଼ିଆ କତାରୁ ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦେଶୀୟ ପଦ୍ଧତିରେ ତିଆରି ହୋଇଥିବା ଏହି ହସ୍ତଶିଳ୍ପ ସାମଗ୍ରୀ ବେଶ୍‍ ଆଦୃତ ହେଉଛି।

କତାରୁ ପ୍ରସ୍ତୁତ ହୋଇଛି ଦଉଡ଼ି, ପାପୋଛ ଏବଂ ଡୋର୍‍ ମ୍ୟାଟ୍‍ ଆଦି। ନୂଆ ଟେକ୍ନୋଲୋଜି ଓ ପ୍ରଣାଳୀକୁ ଆପଣାଇ ନିଆରା ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି। ମିଶନ ଶକ୍ତି ପକ୍ଷରୁ ପ୍ରଶିକ୍ଷଣ ନେବାପରେ ମହିଳାମାନେ ଏସବୁ ହସ୍ତଶିଳ୍ପ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଘର କାମଧନ୍ଦା ସାରି ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ତଶିଳ୍ପ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ସାକ୍ଷୀଗୋପାଳରୁ ନଡ଼ିଆ କତା ଆଣି ତାକୁ ପରିଷ୍କାର କରି ଶୁଖାଇ ଦିଅନ୍ତି। ଏହାପରେ ସେସବୁ ନେଇ ହାତରେ ଦଉଡ଼ି ପ୍ରସ୍ତୁତ କରିବା ସହ ପାପୋଛ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯାଇଛି ବୋଲି ଆତ୍ମନିର୍ଭରଶୀଳ ହୋଇଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଏହି ସ୍ୱୟଂ ସହାୟକ ମହାସଂଘରେ ୨୦ଜଣ ମହିଳା ଅଛନ୍ତି। ଏବେସୁଦ୍ଧା ସେମାନେ ୩ପ୍ରକାରରୁ ଊର୍ଦ୍ଧ୍ବ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ଏମିତିକି ମହାମାରୀ କରୋନା ସମୟରେ ବି ମହିଳାମାନେ କାମ ଜାରି ରଖି ଅର୍ଡର ରଖି ବିଭିନ୍ନ ସ୍ଥାନକୁ ପଠାଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ହସ୍ତଶିଳ୍ପର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୧ଶହଟଙ୍କା ପର୍ଯ୍ୟନ୍ତ ରହିଛି। ଆଗକୁ ନଡ଼ିଆ କତାରେ କଣ୍ଢେଇ ସାଙ୍ଗକୁ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ନେବେ। ଏହାସହିତ କତାକୁ ଫିନିସିଂ କରି ସେଥିରୁ ବାହାରୁ ଥିବା କତାଗୁଣ୍ଡରେ ମଧ୍ୟ ନିଆରା ଢଙ୍ଗରେ କଣ୍ଢେଇ ତିଆରି କରିବା ସହ ନଡ଼ିଆ ଷଢ଼େଇ କିଣିକରି ଆଣି ସେଥିରୁ ବିଭିନ୍ନ ଘରସଜା କିଣିବା ପାଇଁ ଯୋଜନା କରାଯାଇଛି। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ବଟା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଷ୍ଟଲ୍‍ ଖୋଲି ବିକ୍ରିବଟା କରୁଛନ୍ତି। ପ୍ରତ୍ୟେକଦିନ ୨ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିକ୍ରି ହେଉଥିବା ଗୋଷ୍ଠୀର ସଭାପତି ପୁଷ୍ପାଞ୍ଜଳି ପାଣି ଓ ପ୍ରଭାତି ବସନ୍ତରା ସୂଚନା ଦେଇଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ନଡ଼ିଆ କତା ସାମଗ୍ରୀର ବିକ୍ରିବଟାକୁ ବଢ଼଼ାଇବା ପାଇ: ଫ୍ଲିପ୍‍କାର୍ଟ ସହ ଚକ୍ତି କରିବାକୁ ଯୋଜନା ରଖାଯାଇଛି। ରାଜ୍ୟସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦିଆଯାଇଥିଲା। ମହାସଂଘ ମାଧ୍ୟମରେ ଆଖପାଖ ଅଞ୍ଚଳର ମହିଳାଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର