କୋଭିଡ କଟକଣାକୁ ଫୁ: ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ

The Sakala Picture
Published On

ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା ଭୁତାଣୁ ସଂକ୍ରମଣ କାରଣରୁ ବଡ଼ଦିନ ଓ ନୂଆବର୍ଷରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କଟକଣା ଲଗାଇଥିବା ବେଳେ ଏଠାରେ କଟକଣାକୁ ପର୍ଯ୍ୟଟକ […]

ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା ଭୁତାଣୁ ସଂକ୍ରମଣ କାରଣରୁ ବଡ଼ଦିନ ଓ ନୂଆବର୍ଷରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କଟକଣା ଲଗାଇଥିବା ବେଳେ ଏଠାରେ କଟକଣାକୁ ପର୍ଯ୍ୟଟକ ମାନେ ଫୁ କରି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୂଚନାଯୋଗ୍ୟ ଯେ ଆଜି ବଡ଼ଦିନ ଅବସରରେ ତାଳସାରୀ ବେଳାଭୂମି ସଂଲଗ୍ନ ସୁବର୍ଣ୍ଣ ଦୀପ ଝାଉଁ ଜଙ୍ଗଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବଣଭୋଜି କରିଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ସମୁଦ୍ରରେ ଦୀର୍ଘ ସମୟ ଗାଧୋଇବା ସହିତ ଏକତ୍ର ବଶି ଭୋଜି ଖାଇବାର ବଡ଼ଦିନ ପର୍ବର ଅସଲ ମଜା ବୋଲି କେତେକ ପର୍ଯ୍ୟଟକ ପ୍ରକାଶ କରିଛନ୍ତି l ଉଦୟପୁର ଠାରୁ ତାଳସାରୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ସମୁଦ୍ର ତଟ ରେ ବହୁ ସଂଖ୍ୟାର ଲୋକ ବଣ ଭୋଜି କରିଥିଲେ। ଅନ୍ୟପକ୍ଷରେ ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ଚନ୍ଦନେଶ୍ୱର, ଉଦୟପୁର,ତାଳସାରିରେ ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡା କଡ଼ି ତାଗିଦ କରାଯାଉଥିବା ଦେଖି ବାକୁ ମିଳିଥିଲା l ପର୍ଯ୍ୟଟକଙ୍କ ଭିଡ଼ କୁ ଲକ୍ଷ୍ୟ ରଖି ଦୋକାନି ମାନେ ଛେଳି, ଓ କୁକୁଡ଼ା ମାଂସ ଦରକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି l ଭୋଜି ନିମନ୍ତେ ବେଳାଭୂମିରେ ପାନୀୟ ଜଳର ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ଘୋର ଦୁର୍ଦଶା ଭୋଗିବାକୁ ପଡିଥିଲା। ତେବେ ପଶ୍ଚିମବଙ୍ଗ ଦିଘା ସହର ପବିତ୍ର ବଡ଼ଦିନ ପାଇଁ ସଜେଇ ହୋଇଥିବା ବେଳେ ଉଦୟପୁର, ତାଳସାରୀ ବେଳାଭୂମିରେ ପର୍ଯ୍ୟଟକ ମାନଙ୍କ ପାଇଁ ଏପର୍ଯ୍ୟନ୍ତ କୋୖଣସି ସୁବିଧା ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

25 Dec 2021 By The Sakala

କୋଭିଡ କଟକଣାକୁ ଫୁ: ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ

ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା ଭୁତାଣୁ ସଂକ୍ରମଣ କାରଣରୁ ବଡ଼ଦିନ ଓ ନୂଆବର୍ଷରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କଟକଣା ଲଗାଇଥିବା ବେଳେ ଏଠାରେ କଟକଣାକୁ ପର୍ଯ୍ୟଟକ ମାନେ ଫୁ କରି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଆଜି ବଡ଼ଦିନ ଅବସରରେ ତାଳସାରୀ ବେଳାଭୂମି ସଂଲଗ୍ନ ସୁବର୍ଣ୍ଣ ଦୀପ ଝାଉଁ ଜଙ୍ଗଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବଣଭୋଜି କରିଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ସମୁଦ୍ରରେ ଦୀର୍ଘ ସମୟ ଗାଧୋଇବା ସହିତ ଏକତ୍ର ବଶି ଭୋଜି ଖାଇବାର ବଡ଼ଦିନ ପର୍ବର ଅସଲ ମଜା ବୋଲି କେତେକ ପର୍ଯ୍ୟଟକ ପ୍ରକାଶ କରିଛନ୍ତି l ଉଦୟପୁର ଠାରୁ ତାଳସାରୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ସମୁଦ୍ର ତଟ ରେ ବହୁ ସଂଖ୍ୟାର ଲୋକ ବଣ ଭୋଜି କରିଥିଲେ। ଅନ୍ୟପକ୍ଷରେ ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ଚନ୍ଦନେଶ୍ୱର, ଉଦୟପୁର,ତାଳସାରିରେ ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡା କଡ଼ି ତାଗିଦ କରାଯାଉଥିବା ଦେଖି ବାକୁ ମିଳିଥିଲା l ପର୍ଯ୍ୟଟକଙ୍କ ଭିଡ଼ କୁ ଲକ୍ଷ୍ୟ ରଖି ଦୋକାନି ମାନେ ଛେଳି, ଓ କୁକୁଡ଼ା ମାଂସ ଦରକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି l ଭୋଜି ନିମନ୍ତେ ବେଳାଭୂମିରେ ପାନୀୟ ଜଳର ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ଘୋର ଦୁର୍ଦଶା ଭୋଗିବାକୁ ପଡିଥିଲା। ତେବେ ପଶ୍ଚିମବଙ୍ଗ ଦିଘା ସହର ପବିତ୍ର ବଡ଼ଦିନ ପାଇଁ ସଜେଇ ହୋଇଥିବା ବେଳେ ଉଦୟପୁର, ତାଳସାରୀ ବେଳାଭୂମିରେ ପର୍ଯ୍ୟଟକ ମାନଙ୍କ ପାଇଁ ଏପର୍ଯ୍ୟନ୍ତ କୋୖଣସି ସୁବିଧା ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବାର ଦେଖିବାକୁ ମିଳିଛି।

https://www.thesakala.in/latest-odisha-news/thousands-of-tourists-on-the-beach-on-christmas-eve/article-7886
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର