ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସ୍ଥିତି ଦେଖି କଟକଣା ଲାଗୁ କରିବାକୁ ଜିଲ୍ଲାପାଳ-ମୁନିସିପାଲ କମିସନରଙ୍କୁ ଦାୟିତ୍ବ

The Sakala Picture
Published On

ଭୁବନେଶ୍ବର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି। ଓମିକ୍ରନ ଚିନ୍ତା ବଢାଇଥିବା ସମୟରେ ନୂଆବର୍ଷ ସହ ପିକ୍‌ନିକ୍‌ର ଋତୁ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ସୃଷ୍ଟି କରିଛି। ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ […]

ଭୁବନେଶ୍ବର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି। ଓମିକ୍ରନ ଚିନ୍ତା ବଢାଇଥିବା ସମୟରେ ନୂଆବର୍ଷ ସହ ପିକ୍‌ନିକ୍‌ର ଋତୁ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ସୃଷ୍ଟି କରିଛି। ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ତେବେ ଏ ନେଇ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା କଟକଣାକୁ ବଢାଇବାକୁ ସବୁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା ଲାଗୁ କରିପାରିବେ। ସେହିପରି ସର୍ଭେଲାନ୍ସ ବଢାଇପାରିବେ। ରାଜ୍ୟରେ ଏବେ ବି ବହୁତ ଲୋକ କରୋନା ଟିକା ନେଇ ନାହାନ୍ତି। ତେଣୁ ବାକି ଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ନିର୍ଦେଶ ଦେଇଛନ୍ତି। ଜିନମ ସିକ୍ୟୁସ୍ବିଂ ବଢାଇବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଆରଟିପିସିଆର ପଜିଟିଭ ଓ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନମ ସିକ୍ୟୁଏନ୍ସ କରାଯିବ। ସେହିପରି ନୂଆବର୍ଷ ପାଇଁ ମଧ୍ୟ ଗାଇଡଲାଇନ୍‌ ଆସିପାରେ। ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦେଶ ହୋଇଛି। ଅନ୍ୟପଟେ  ନୂଆ ବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନବଢୁ ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

22 Dec 2021 By The Sakala

ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସ୍ଥିତି ଦେଖି କଟକଣା ଲାଗୁ କରିବାକୁ ଜିଲ୍ଲାପାଳ-ମୁନିସିପାଲ କମିସନରଙ୍କୁ ଦାୟିତ୍ବ

ଭୁବନେଶ୍ବର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି। ଓମିକ୍ରନ ଚିନ୍ତା ବଢାଇଥିବା ସମୟରେ ନୂଆବର୍ଷ ସହ ପିକ୍‌ନିକ୍‌ର ଋତୁ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ସୃଷ୍ଟି କରିଛି। ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ତେବେ ଏ ନେଇ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା କଟକଣାକୁ ବଢାଇବାକୁ ସବୁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା ଲାଗୁ କରିପାରିବେ। ସେହିପରି ସର୍ଭେଲାନ୍ସ ବଢାଇପାରିବେ। ରାଜ୍ୟରେ ଏବେ ବି ବହୁତ ଲୋକ କରୋନା ଟିକା ନେଇ ନାହାନ୍ତି। ତେଣୁ ବାକି ଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ନିର୍ଦେଶ ଦେଇଛନ୍ତି। ଜିନମ ସିକ୍ୟୁସ୍ବିଂ ବଢାଇବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଆରଟିପିସିଆର ପଜିଟିଭ ଓ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନମ ସିକ୍ୟୁଏନ୍ସ କରାଯିବ। ସେହିପରି ନୂଆବର୍ଷ ପାଇଁ ମଧ୍ୟ ଗାଇଡଲାଇନ୍‌ ଆସିପାରେ। ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦେଶ ହୋଇଛି। ଅନ୍ୟପଟେ  ନୂଆ ବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନବଢୁ ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର