ଶୀତରେ ଥରୁଛି ମୟୂରଭଞ୍ଜ, ଶିମିଳିପାଳରେ ପାରଦ ୭ଡିଗ୍ରୀ ତଳେ

The Sakala Picture
Published On

ବାରିପଦା : ଶୀତରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ ପଶ୍ଚିମ ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୭ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ଚବିଶଘଣ୍ଟା (ରବିବାର ସନ୍ଧ୍ୟାରୁ ସୋମବାର ସକାଳ) ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ର ତଳକୁ ଖସି ୯.୫ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ଏହି ସମୟ ମଧ୍ୟରେ ନହଣା ଓ ଉପରବାରହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ସେଲିସିୟସ […]

ବାରିପଦା : ଶୀତରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ ପଶ୍ଚିମ ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୭ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ଚବିଶଘଣ୍ଟା (ରବିବାର ସନ୍ଧ୍ୟାରୁ ସୋମବାର ସକାଳ) ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ର ତଳକୁ ଖସି ୯.୫ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ଏହି ସମୟ ମଧ୍ୟରେ ନହଣା ଓ ଉପରବାରହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ସେଲିସିୟସ ରେକ୍‍ଡର଼୍ କରାଯାଇଛି । ଯାହାକି ଚଳିତ ବର୍ଷର ଏଯାଏଁ ସର୍ବନିମ୍ନ ତାପମାତ୍ରା ଅଟେ । ଜିଲ୍ଲାର ଅନେକ ଅଞ୍ଚଳରେ ସନ୍ଧ୍ୟା ସମୟରେ ରସ୍ତାଘାଟ ଶୂନଶାନ ହୋଇପଡୁଛି । ସହରାଞ୍ଚଳରେ ମଧ୍ୟ ସନ୍ଧ୍ୟା ୮ଟା ପରେ ବଜାରଘାଟ ଜନଶୂନ୍ୟ ହୋଇପଡୁଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଅନୁଯାୟୀ ଶୀତ ପ୍ରବାହ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବୋହୁ ଥିବାରୁ ଶୀତ ବଢିବାରେ ଲାଗିଛି । ପବନ ପାଇଁ ଦିନ ବେଳେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଗ୍ରାମାଞ୍ଚଳରେ ନିଆଁ ଜାଳି ସେକ ନେବା ଦୃଶ୍ୟ ସବୁ ଆଡେ଼ ଦେଖିବାକୁ ମିଳୁଛି । ବଜାରରେ ଥିବା ଚାହା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ରାତିରେ କୁହୁଡ଼ି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ପିକ୍‍ନିକ୍‍ ଋତୁରେ ଶିମିଳିପାଳ ସମେତ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିମିଳିପାଳ ଆଭ୍ୟନ୍ତରଣରେ ଅପରାହ୍ନ ୨ଟା ପରେ ଶୀତ ଅନୁଭବ ଅସହ୍ୟ ହେଉଛି । ଏଣୁ ମୟୂରଭଞ୍ଜ ଜିଲ୍ଲାକୁ ବର୍ଷ ଶେଷ ଓ ନୂତନବର୍ଷ ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସଙ୍ଗରେ ଶୀତବସ୍ତ୍ର ନେଇ ଆସିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ୨/୩ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ଡିଗ୍ରୀ ସେଲିସୟସ କମ ରହିବ । ନୂଆବର୍ଷ ପର୍ଯ୍ୟନ୍ତ ପ୍ରାୟତଃ ଜିଲ୍ଲାର ତାପମାତ୍ରା ବୃଦ୍ଧିରେ ସେଭଳି ଉଲ୍ଲେଖନୀୟ ପରିବର୍ତ୍ତନ ନଥିବା କୁହାଯାଇଛି । ତେଣୁ ଜିଲ୍ଲାର ଜନସାଧାରଣ ତଦନୁଯାୟୀ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ପାଇଁ ବିଶେଷ ଭାବରେ ବୟସ୍କ ଲୋକଙ୍କୁ ବାରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

20 Dec 2021 By The Sakala

ଶୀତରେ ଥରୁଛି ମୟୂରଭଞ୍ଜ, ଶିମିଳିପାଳରେ ପାରଦ ୭ଡିଗ୍ରୀ ତଳେ

ବାରିପଦା : ଶୀତରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ ପଶ୍ଚିମ ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୭ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ଚବିଶଘଣ୍ଟା (ରବିବାର ସନ୍ଧ୍ୟାରୁ ସୋମବାର ସକାଳ) ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ର ତଳକୁ ଖସି ୯.୫ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ଏହି ସମୟ ମଧ୍ୟରେ ନହଣା ଓ ଉପରବାରହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ସେଲିସିୟସ ରେକ୍‍ଡର଼୍ କରାଯାଇଛି । ଯାହାକି ଚଳିତ ବର୍ଷର ଏଯାଏଁ ସର୍ବନିମ୍ନ ତାପମାତ୍ରା ଅଟେ । ଜିଲ୍ଲାର ଅନେକ ଅଞ୍ଚଳରେ ସନ୍ଧ୍ୟା ସମୟରେ ରସ୍ତାଘାଟ ଶୂନଶାନ ହୋଇପଡୁଛି । ସହରାଞ୍ଚଳରେ ମଧ୍ୟ ସନ୍ଧ୍ୟା ୮ଟା ପରେ ବଜାରଘାଟ ଜନଶୂନ୍ୟ ହୋଇପଡୁଛି ।

ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଅନୁଯାୟୀ ଶୀତ ପ୍ରବାହ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବୋହୁ ଥିବାରୁ ଶୀତ ବଢିବାରେ ଲାଗିଛି । ପବନ ପାଇଁ ଦିନ ବେଳେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଗ୍ରାମାଞ୍ଚଳରେ ନିଆଁ ଜାଳି ସେକ ନେବା ଦୃଶ୍ୟ ସବୁ ଆଡେ଼ ଦେଖିବାକୁ ମିଳୁଛି । ବଜାରରେ ଥିବା ଚାହା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ରାତିରେ କୁହୁଡ଼ି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ପିକ୍‍ନିକ୍‍ ଋତୁରେ ଶିମିଳିପାଳ ସମେତ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିମିଳିପାଳ ଆଭ୍ୟନ୍ତରଣରେ ଅପରାହ୍ନ ୨ଟା ପରେ ଶୀତ ଅନୁଭବ ଅସହ୍ୟ ହେଉଛି । ଏଣୁ ମୟୂରଭଞ୍ଜ ଜିଲ୍ଲାକୁ ବର୍ଷ ଶେଷ ଓ ନୂତନବର୍ଷ ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସଙ୍ଗରେ ଶୀତବସ୍ତ୍ର ନେଇ ଆସିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ୨/୩ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ଡିଗ୍ରୀ ସେଲିସୟସ କମ ରହିବ । ନୂଆବର୍ଷ ପର୍ଯ୍ୟନ୍ତ ପ୍ରାୟତଃ ଜିଲ୍ଲାର ତାପମାତ୍ରା ବୃଦ୍ଧିରେ ସେଭଳି ଉଲ୍ଲେଖନୀୟ ପରିବର୍ତ୍ତନ ନଥିବା କୁହାଯାଇଛି । ତେଣୁ ଜିଲ୍ଲାର ଜନସାଧାରଣ ତଦନୁଯାୟୀ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ପାଇଁ ବିଶେଷ ଭାବରେ ବୟସ୍କ ଲୋକଙ୍କୁ ବାରଣ କରାଯାଇଛି ।

https://www.thesakala.in/latest-odisha-news/heavy-winter-in-mayurbhanj/article-7755
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର