ଡିମ୍ପଲ -ସୁମିତ ବିବାଦ: ଡିମ୍ପଲଙ୍କ ଅଭିଯୋଗ ପରେ ସୁମିତ ଛାଡିଲେ ଅଡିଓ, ପଚାରିଲେ ପ୍ରଶ୍ନ ….

The Sakala Picture
Published On

ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି।ଗତକାଲି ଛାଡପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଡିମ୍ପଲ । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା । ଆଜି ସୁମିତ ମଧ୍ଯ ଏକ ଅଡିଓ ରିଲିଜ କରିଛନ୍ତି। ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନ […]

ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି।ଗତକାଲି ଛାଡପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଡିମ୍ପଲ । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଆଜି ସୁମିତ ମଧ୍ଯ ଏକ ଅଡିଓ ରିଲିଜ କରିଛନ୍ତି। ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବ କହିବା ସହ ଡିମ୍ପଲଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମିଛ କହୁଥିବାକୁ ନେଇ ବହୁତ କିଛି କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଏଥିରେ ସୁମିତ କହିଛନ୍ତି, ତପସ୍ବନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋ ମାନସିକ ସ୍ଥିତି ଭଲ ନାହିଁ । ଏତେ ଘଟଣା ପରେ ମୁଁ ଭିଡିଓ ବନାଇବାକୁ ବାଧ୍ୟ ହେଲି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଡିମ୍ପଲ । ସେ ଭିଡିଓରେ ନିଜେ ଥିବା ସେ ମାନୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । କୋର୍ଟରେ କେସ୍ ଥିବାରୁ ଆଉ ଭିଡିଓ ପ୍ରୁଫ୍ ଦେଇହେବନି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସେ ଆହୁରି କହିଛନ୍ତି, ତପସ୍ବିନୀ ଆଗରୁ ମିଛ କହୁଥିଲେ, ଏବେ ବି କହୁଛନ୍ତି । ତାଙ୍କ ପରିବାର ପାଖରୁ ଟଙ୍କାଟେ ନେଇନୁ କି ମାଗିନୁ । ଗୋଟେ ମିଛ ଲୁଚାଇବାକୁ ସେ ମିଛ କହି ଚାଲିଛନ୍ତି । ଭିଡିଓରେ ଆପଣମାନେ ଦେଖନ୍ତୁ ତାଙ୍କ ଆଚରଣ ଓ ଉଚ୍ଚାରଣ । ପଇସା ମାଗିବାର ଆଚରଣ ଆଗରୁ ଥିଲା ଏବେ ବି ଅଛି । ମୋ ପାଖରେ ପ୍ରମାଣ ଅଛି, ସେ ଆଉ କାହା ସହ କଥା ହେଉଥିଲେ । ମୋତେ ବଦନାମ୍ ଓ ପବ୍ଲିସିଟି ନେବାକୁ ଏମିତି କରୁଛନ୍ତି । ସେ ନିଜେ କହୁଛନ୍ତି ପରିବାରକୁ ବରବାଦ୍ କରିଦେବେ ଏବେ କରୁଛନ୍ତି ମଧ୍ୟ । ନିଜକୁ ଶିକ୍ଷିତ କହୁଛନ୍ତି, ତାଙ୍କ ମେଡିକାଲ ଏଣ୍ଟ୍ରାନ୍ସର ସ୍କୋର କାର୍ଡ ଦେଖନ୍ତୁ । ନିଜେ ବିଚାର କରନ୍ତୁ ସେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି ।

ଏହାସହ ଅଡିଓ ମାଧ୍ୟରେ ସେ ଡିମ୍ପଲଙ୍କୁ ପ୍ରଶ୍ନ କରିଛନ୍ତି ଆଉ କେତେ ମିଛ କହିବେ ମ୍ୟାଡାମ୍ ? କେତେ ହାରାସ୍ କରିବେ ? ତପସ୍ବିନୀ ଯାହା କରୁଛନ୍ତି ତାହା ସମାଜକୁ ଖରାପ ମେସେଜ୍ ଦେଉଛି । କୋର୍ଟ ଓ ଆଇନର ବିରୋଧରେ କାମ କରୁଛନ୍ତି ତପସ୍ବିନୀ ।

ଅନ୍ୟପଟେ ଆଜି ଡିମ୍ପଲ-ସୁମିତ ବିବାଦ ମାମଲାର ଶୁଣାଣିS DJM କୋର୍ଟରେ ହେବ।

20 Dec 2021 By The Sakala

ଡିମ୍ପଲ -ସୁମିତ ବିବାଦ: ଡିମ୍ପଲଙ୍କ ଅଭିଯୋଗ ପରେ ସୁମିତ ଛାଡିଲେ ଅଡିଓ, ପଚାରିଲେ ପ୍ରଶ୍ନ ….

ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି।ଗତକାଲି ଛାଡପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଡିମ୍ପଲ । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା ।

ଆଜି ସୁମିତ ମଧ୍ଯ ଏକ ଅଡିଓ ରିଲିଜ କରିଛନ୍ତି। ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବ କହିବା ସହ ଡିମ୍ପଲଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମିଛ କହୁଥିବାକୁ ନେଇ ବହୁତ କିଛି କହିଛନ୍ତି ।

ଏଥିରେ ସୁମିତ କହିଛନ୍ତି, ତପସ୍ବନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋ ମାନସିକ ସ୍ଥିତି ଭଲ ନାହିଁ । ଏତେ ଘଟଣା ପରେ ମୁଁ ଭିଡିଓ ବନାଇବାକୁ ବାଧ୍ୟ ହେଲି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଡିମ୍ପଲ । ସେ ଭିଡିଓରେ ନିଜେ ଥିବା ସେ ମାନୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । କୋର୍ଟରେ କେସ୍ ଥିବାରୁ ଆଉ ଭିଡିଓ ପ୍ରୁଫ୍ ଦେଇହେବନି ।

ସେ ଆହୁରି କହିଛନ୍ତି, ତପସ୍ବିନୀ ଆଗରୁ ମିଛ କହୁଥିଲେ, ଏବେ ବି କହୁଛନ୍ତି । ତାଙ୍କ ପରିବାର ପାଖରୁ ଟଙ୍କାଟେ ନେଇନୁ କି ମାଗିନୁ । ଗୋଟେ ମିଛ ଲୁଚାଇବାକୁ ସେ ମିଛ କହି ଚାଲିଛନ୍ତି । ଭିଡିଓରେ ଆପଣମାନେ ଦେଖନ୍ତୁ ତାଙ୍କ ଆଚରଣ ଓ ଉଚ୍ଚାରଣ । ପଇସା ମାଗିବାର ଆଚରଣ ଆଗରୁ ଥିଲା ଏବେ ବି ଅଛି । ମୋ ପାଖରେ ପ୍ରମାଣ ଅଛି, ସେ ଆଉ କାହା ସହ କଥା ହେଉଥିଲେ । ମୋତେ ବଦନାମ୍ ଓ ପବ୍ଲିସିଟି ନେବାକୁ ଏମିତି କରୁଛନ୍ତି । ସେ ନିଜେ କହୁଛନ୍ତି ପରିବାରକୁ ବରବାଦ୍ କରିଦେବେ ଏବେ କରୁଛନ୍ତି ମଧ୍ୟ । ନିଜକୁ ଶିକ୍ଷିତ କହୁଛନ୍ତି, ତାଙ୍କ ମେଡିକାଲ ଏଣ୍ଟ୍ରାନ୍ସର ସ୍କୋର କାର୍ଡ ଦେଖନ୍ତୁ । ନିଜେ ବିଚାର କରନ୍ତୁ ସେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି ।

ଏହାସହ ଅଡିଓ ମାଧ୍ୟରେ ସେ ଡିମ୍ପଲଙ୍କୁ ପ୍ରଶ୍ନ କରିଛନ୍ତି ଆଉ କେତେ ମିଛ କହିବେ ମ୍ୟାଡାମ୍ ? କେତେ ହାରାସ୍ କରିବେ ? ତପସ୍ବିନୀ ଯାହା କରୁଛନ୍ତି ତାହା ସମାଜକୁ ଖରାପ ମେସେଜ୍ ଦେଉଛି । କୋର୍ଟ ଓ ଆଇନର ବିରୋଧରେ କାମ କରୁଛନ୍ତି ତପସ୍ବିନୀ ।

ଅନ୍ୟପଟେ ଆଜି ଡିମ୍ପଲ-ସୁମିତ ବିବାଦ ମାମଲାର ଶୁଣାଣିS DJM କୋର୍ଟରେ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର