ପଞ୍ଚାୟତ ନିର୍ବାଚନ ପାଇଁ ଖୁବ ଶୀଘ୍ର ବସିବ ସର୍ବ ଦଳୀୟ ବୈଠକ

The Sakala Picture
Published On

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଖୁବ ଶୀଘ୍ର ବସିବ ସର୍ବ ଦଳୀୟ ବୈଠକ। ବୈଠକ ପରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ଶେଷ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଡିସେମ୍ବର ୪ତାରିଖରେ ଜିଲ୍ଲା ସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଗତଥର ଅପେକ୍ଷା ଏଥର ୱାର୍ଡ ସଂଖ୍ୟା କମିବା ସହ ଭୋଟରଙ୍କ ସଂଖ୍ୟା […]

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଖୁବ ଶୀଘ୍ର ବସିବ ସର୍ବ ଦଳୀୟ ବୈଠକ। ବୈଠକ ପରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେ କହିଛନ୍ତି ଯେ, ଡିସେମ୍ବର ଶେଷ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଡିସେମ୍ବର ୪ତାରିଖରେ ଜିଲ୍ଲା ସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଗତଥର ଅପେକ୍ଷା ଏଥର ୱାର୍ଡ ସଂଖ୍ୟା କମିବା ସହ ଭୋଟରଙ୍କ ସଂଖ୍ୟା ବଢିଛି। ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୯୧ହଜାର ୯୧୩ ୱାର୍ଡ଼ରେ ଭୋଟ ଗ୍ରହଣ କରାଯିବ। ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ଲକ୍ଷ ଥିବା ବେଳେ ଏଥର ୨ କୋଟି ୬୩ ଲକ୍ଷ ହେବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର