ଟାଟା ନିଯୁକ୍ତି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି ଇଡି

The Sakala Picture
Published On

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଛନ୍ତି। ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଛନ୍ତି। ବର୍ତ୍ତମାନ ଇଡି ବେଆଇନ ଅର୍ଥ କାରବାର ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି। ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀ […]

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଛନ୍ତି। ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଛନ୍ତି। ବର୍ତ୍ତମାନ ଇଡି ବେଆଇନ ଅର୍ଥ କାରବାର ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା । ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରୁଛି ବୋଲି କୁହାଯାଉଛି। ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି। ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଜମି, ଘର, ସୁନା ଆଦି ଦାମୀ ଜିନିଷ କିଣାକିଣି କରିବାର କାଗଜପତ୍ର ସହ ବ୍ୟାଙ୍କ ପାସ୍ ବୁକ, କ୍ରେଡିଟ ଓ ଡେବିଟ୍ କାର୍ଡ, ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା । ତେବେ ମୋଟ ୮ କୋଟି ଟଙ୍କା ବେଆଇନ ଭାବେ କାରବାର ହୋଇଥିବା ଇଡି ହାତରେ ପ୍ରମାଣ ଲାଗିଥିଲା । ସେଥିରୁ କିଛି ଅର୍ଥ ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସେ କେତେ ନେଇଛନ୍ତି ତାହା ଜଣାପଡ଼ିନଥିଲା । ପୂର୍ବରୁ ଉକ୍ତ ପ୍ରମାଣକୁ ଆଧାର କରି ପ୍ରଥମେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରାଯାଇଥିଲା । ତେବେ ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯିବ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

29 Nov 2021 By The Sakala

ଟାଟା ନିଯୁକ୍ତି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି ଇଡି

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଛନ୍ତି। ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଛନ୍ତି। ବର୍ତ୍ତମାନ ଇଡି ବେଆଇନ ଅର୍ଥ କାରବାର ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛି।

ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା । ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରୁଛି ବୋଲି କୁହାଯାଉଛି। ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି। ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଜମି, ଘର, ସୁନା ଆଦି ଦାମୀ ଜିନିଷ କିଣାକିଣି କରିବାର କାଗଜପତ୍ର ସହ ବ୍ୟାଙ୍କ ପାସ୍ ବୁକ, କ୍ରେଡିଟ ଓ ଡେବିଟ୍ କାର୍ଡ, ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା । ତେବେ ମୋଟ ୮ କୋଟି ଟଙ୍କା ବେଆଇନ ଭାବେ କାରବାର ହୋଇଥିବା ଇଡି ହାତରେ ପ୍ରମାଣ ଲାଗିଥିଲା । ସେଥିରୁ କିଛି ଅର୍ଥ ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସେ କେତେ ନେଇଛନ୍ତି ତାହା ଜଣାପଡ଼ିନଥିଲା । ପୂର୍ବରୁ ଉକ୍ତ ପ୍ରମାଣକୁ ଆଧାର କରି ପ୍ରଥମେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରାଯାଇଥିଲା । ତେବେ ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯିବ ।

https://www.thesakala.in/latest-odisha-news/gopalpur-mla-pradeep-panigrahi-is-being-questioned-by-the-ed-in-connection-about-money-laundering/article-7237
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର