ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ: ସ୍ମାର୍ଟ ସ୍ବାସ୍ଥ୍ଯ ସେବାରେ ଯୋଡ଼ି ହେବ ବାଲେଶ୍ବର, ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ହେବ ଶୁଭ ଉଦଘାଟନ

The Sakala Picture
Published On

ବାଲେଶ୍ଵର: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ତାରିଖ ଅର୍ଥାତ ଶୁକ୍ରବାର ଦିନ ବାଲେଶ୍ଵର ଗସ୍ତରେ ଆସୁଛନ୍ତି। ସେଥିପାଇଁ ଜିଲ୍ଲାପ୍ରଶାସନ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ ଆସି ବାଲେଶ୍ଵର ସହରସ୍ଥ ପୁଲିସ ଲାଇନ୍ ପଡ଼ିଆରେ ଓହ୍ଲାଇବା ପରେ ସେଠାରେ ସମାବେତ ଜନତାଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଦେବେ। ଯେଉଁଥିପାଇଁ ଏହି ପଡିଆର ଚତୁର୍ପାର୍ଶ୍ୱରେ ପୁଲିସ ସୁରକ୍ଷା ବଳୟ ତିଆରି କରିଛି। ତେବେ ଏହି କାର୍ଯ୍ଯକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ […]

ବାଲେଶ୍ଵର: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ତାରିଖ ଅର୍ଥାତ ଶୁକ୍ରବାର ଦିନ ବାଲେଶ୍ଵର ଗସ୍ତରେ ଆସୁଛନ୍ତି। ସେଥିପାଇଁ ଜିଲ୍ଲାପ୍ରଶାସନ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ ଆସି ବାଲେଶ୍ଵର ସହରସ୍ଥ ପୁଲିସ ଲାଇନ୍ ପଡ଼ିଆରେ ଓହ୍ଲାଇବା ପରେ ସେଠାରେ ସମାବେତ ଜନତାଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଦେବେ। ଯେଉଁଥିପାଇଁ ଏହି ପଡିଆର ଚତୁର୍ପାର୍ଶ୍ୱରେ ପୁଲିସ ସୁରକ୍ଷା ବଳୟ ତିଆରି କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ତେବେ ଏହି କାର୍ଯ୍ଯକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସ୍ମାର୍ଟ କାର୍ଡ ବିତରଣ କରିବା ସହିତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବାଲେଶ୍ଵର ଜିଲ୍ଲାର ୧୯,୩୧,୯୭୭ ଉପଭୋକ୍ତା ସ୍ମାର୍ଟକାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ବେଳେ ପ୍ରଥମ ପର୍ଯ୍ଯାୟରେ ୫,୨୧,୦୪୫ ଜଣ ଉପଭୋକ୍ତାଙ୍କୁ ବିତରଣ କରାଯିବ। ଏହି କାର୍ଡ ବିତରଣ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେବାପରେ ପଞ୍ଚାୟତ ସ୍ତରରେ ଅଙ୍ଗନୱାଡ଼ି ୱାର୍କରଙ୍କ ଜରିଆରେ ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସେହିଭଳି ଏହି ଜିଲ୍ଲାର ୧୧୮୬ କୋଟି ଟଙ୍କା ଅଟକଳରେ ୧୦୯ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ପକାଇବା ସହିତ ୩୬୬ କୋଟି ଟଙ୍କା ଅଟକଳରେ ୭୭ ଟି ପ୍ରକଳ୍ପର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ କହିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଙ୍କ ଏହି କାର୍ଯ୍ଯକ୍ରମ ପାଇଁ ପୁଲିସ ବିଭାଗ ପକ୍ଷରୁ ୩ଜଣ ଆଡିସନାଲ ଏସପି, ୧୩ ଜଣ ଡିଏସପି, ୨୨ ଜଣ ଇନ୍ସପେକ୍ଟର, ୯୪ ଜଣ ଏସଆଇ ଓ ଏଏସଆଇ ସହିତ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଉଛି ବୋଲି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହାବାଦ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଓଟି ରୋଡ଼ର ଆଇଟିଆଇ ଛକରୁ ଫକୀର ମୋହନ ଗୋଲାଇ ପର୍ଯ୍ଯନ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଆଇଟିଆଇ ପଡ଼ିଆରେ ଭାରି ଯାନ ରଖିବାର ବ୍ୟବସ୍ଥା କରାଯାଇ ଥିଲା ବେଳେ ଅନ୍ୟାନ୍ୟ ଯାନବାହାନ ମିଶନ ସ୍କୁଲ ପଡ଼ିଆରେ ରଖିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଥିବା ଜଣାପଡିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲା ବିଜେଡ଼ି ପକ୍ଷରୁ ଶତାଧିକ କର୍ମୀ ପ୍ରସ୍ତୁତ ହୋଇ ରହିଥିବା ସଂପୃକ୍ତ ଦଳୀୟ ସୂତ୍ରରୁ ଜଣାପଡିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଓ ଏସପି ଙ୍କ ସହିତ ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର