ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ ବିଜେଡିର ଚେତାବନୀ: ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ

The Sakala Picture
Published On

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା […]

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି।

25 Nov 2021 By The Sakala

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ ବିଜେଡିର ଚେତାବନୀ: ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର