ଆଜିଠୁ ବଢ଼ିବ ଶୀତ, ବଢ଼ିବ କୁହୁଡ଼ି

The Sakala Picture
Published On

ଭୁବନେଶ୍ବର: ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ରାଜ୍ୟକୁ ଶୀତ ଫେରିବ | ବଙ୍ଗୋପସାଗର ଲଘୁଚାପ ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ହୋଇପାରୁ ନ ଥିଲା । ତେଣୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହୋଇପାରି ନ ଥିଲା । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ତାପମାତ୍ରା […]

ଭୁବନେଶ୍ବର: ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ରାଜ୍ୟକୁ ଶୀତ ଫେରିବ | ବଙ୍ଗୋପସାଗର ଲଘୁଚାପ ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ହୋଇପାରୁ ନ ଥିଲା । ତେଣୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହୋଇପାରି ନ ଥିଲା । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ତାପମାତ୍ରା ହ୍ରାସ ଏହା ଦ୍ବାରା ଶୀତ ବଢ଼ିବ। ସେହିପରି ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଯିବ। ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ଵାସ କହିଛନ୍ତି। କୁହୁଡ଼ି ଯୋଗୁଁ ଅନେକ ଜିଲ୍ଲାରେ ରାତି ଓ ସକାଳ ସମୟରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବୁଧବାର ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ପରଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖୁଲା ରହିବ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

24 Nov 2021 By The Sakala

ଆଜିଠୁ ବଢ଼ିବ ଶୀତ, ବଢ଼ିବ କୁହୁଡ଼ି

ଭୁବନେଶ୍ବର: ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ରାଜ୍ୟକୁ ଶୀତ ଫେରିବ | ବଙ୍ଗୋପସାଗର ଲଘୁଚାପ ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ହୋଇପାରୁ ନ ଥିଲା । ତେଣୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହୋଇପାରି ନ ଥିଲା । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ତାପମାତ୍ରା ହ୍ରାସ ଏହା ଦ୍ବାରା ଶୀତ ବଢ଼ିବ। ସେହିପରି ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଯିବ। ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ଵାସ କହିଛନ୍ତି। କୁହୁଡ଼ି ଯୋଗୁଁ ଅନେକ ଜିଲ୍ଲାରେ ରାତି ଓ ସକାଳ ସମୟରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବୁଧବାର ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ପରଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖୁଲା ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର