ଆଜି ସଂଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

The Sakala Picture
Published On

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ +୨ ସ୍ୱତନ୍ତ୍ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସ୍ବତନ୍ତ୍ର ପରୀକ୍ଷା ଦେଇଥିବା ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀଙ୍କ ଖାତାଦେଖା ସରିଥିବାବେଳେ ଶୁକ୍ରବାର ଅପରାହ୍ନରେ ଫଳ ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା www. orissaresults.nic.in ୱେବସାଇଟରେ ଫଳ ଉପଲବ୍ଧ ହେବ । ସେ କହିଛନ୍ତି ଯେ, ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ପାଇଁ ପରିଷଦ ପକ୍ଷରୁ ୧୩ଟି ନୋଡାଲ ସେଣ୍ଟର […]

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ +୨ ସ୍ୱତନ୍ତ୍ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସ୍ବତନ୍ତ୍ର ପରୀକ୍ଷା ଦେଇଥିବା ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀଙ୍କ ଖାତାଦେଖା ସରିଥିବାବେଳେ ଶୁକ୍ରବାର ଅପରାହ୍ନରେ ଫଳ ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା www. orissaresults.nic.in ୱେବସାଇଟରେ ଫଳ ଉପଲବ୍ଧ ହେବ । ସେ କହିଛନ୍ତି ଯେ, ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ପାଇଁ ପରିଷଦ ପକ୍ଷରୁ ୧୩ଟି ନୋଡାଲ ସେଣ୍ଟର ଚିହ୍ନଟ କରାଯାଇଥିଲା । ଖାତାଦେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ବଚ୍ଛ ମୂଲ୍ୟାୟନ ଉପରେ ପରିଷଦ ଗୁରୁତ୍ବ ଦେଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ହୋଇ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ +୨ ନାମଲେଖା ପାଇଁ ପଞ୍ଜୀକରଣ କରିଥିଲେ। ଅଫଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧାରୁ ଅଧିକ। ସେହିପରି ଆସନ୍ତା ୨୩ରୁ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଫଳ ପ୍ରକାଶନ ପରେ ଏଥିରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନାଯୋଗ୍ୟ, ଏଥର ଯୁକ୍ତ ଦୁଇ କଳାରେ ମୋଟ୍ ୨, ୨୦,୦୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ଭିତରୁ ୧, ୮୯,୩୬୩ଜଣ ରେଗୁଲାର୍, ୨୬,୧୮୯ ଜଣ ଓ କରୋସ୍ପଣ୍ଡେନ୍ସ କୋର୍ସରେ ୪, ୫୨୯ଜଣ ପରୀକ୍ଷାର୍ଥୀ ଥିଲେ । ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପାସ୍ ହାର ୯୯.୧୬ ପ୍ରତିଶତ ରହିଛି । ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି, ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

19 Nov 2021 By The Sakala

ଆଜି ସଂଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ +୨ ସ୍ୱତନ୍ତ୍ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସ୍ବତନ୍ତ୍ର ପରୀକ୍ଷା ଦେଇଥିବା ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀଙ୍କ ଖାତାଦେଖା ସରିଥିବାବେଳେ ଶୁକ୍ରବାର ଅପରାହ୍ନରେ ଫଳ ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା www. orissaresults.nic.in ୱେବସାଇଟରେ ଫଳ ଉପଲବ୍ଧ ହେବ । ସେ କହିଛନ୍ତି ଯେ, ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ପାଇଁ ପରିଷଦ ପକ୍ଷରୁ ୧୩ଟି ନୋଡାଲ ସେଣ୍ଟର ଚିହ୍ନଟ କରାଯାଇଥିଲା । ଖାତାଦେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ବଚ୍ଛ ମୂଲ୍ୟାୟନ ଉପରେ ପରିଷଦ ଗୁରୁତ୍ବ ଦେଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ହୋଇ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ +୨ ନାମଲେଖା ପାଇଁ ପଞ୍ଜୀକରଣ କରିଥିଲେ। ଅଫଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧାରୁ ଅଧିକ। ସେହିପରି ଆସନ୍ତା ୨୩ରୁ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଫଳ ପ୍ରକାଶନ ପରେ ଏଥିରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବେ।

ସୂଚନାଯୋଗ୍ୟ, ଏଥର ଯୁକ୍ତ ଦୁଇ କଳାରେ ମୋଟ୍ ୨, ୨୦,୦୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ଭିତରୁ ୧, ୮୯,୩୬୩ଜଣ ରେଗୁଲାର୍, ୨୬,୧୮୯ ଜଣ ଓ କରୋସ୍ପଣ୍ଡେନ୍ସ କୋର୍ସରେ ୪, ୫୨୯ଜଣ ପରୀକ୍ଷାର୍ଥୀ ଥିଲେ । ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପାସ୍ ହାର ୯୯.୧୬ ପ୍ରତିଶତ ରହିଛି । ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି, ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା ।

https://www.thesakala.in/latest-odisha-news/results-of-plus-two-offline-exam-will-be-released-today-evening/article-6972
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର