ବିକଶିତ ହେବ ବ୍ରହ୍ମପୁର ପାଟ, ବିକ୍ରିବଟା ସହ ବୁଣାକାରଙ୍କୁ ମିଳିବ ପ୍ରୋତ୍ସାହନ

The Sakala Picture
Published On

ବ୍ରହ୍ମପୁର: ବିଶ୍ୱବିଦିତ ବ୍ରହ୍ମପୁର ପାଟର ସ୍ୱତନ୍ତ୍ର ଚାହିଦା ରହିଛି। ଆଧୁନିକତାର ଛାପରେ ଏହା ଆଜି ବି ଅନନ୍ୟ। କାଳକ୍ରମେ ଜନମାନସରୁ ଉଭେଇ ଯାଉଥିବା ଏହି ପାଟର ବିକାଶ କରିବାକୁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ମହାନଗର ନିଗମ (ବିଏମସି)। ଯଦ୍ୱାରା ବ୍ରହ୍ମପୁର ପାଟ ଏବେ ନୂଆ ପରିଚୟ ପାଇବ। ପାଟର ବିକ୍ରିବଟା ସହିତ ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ଆଗେଇ ଆସିଛି ବିଏମସି। ନୂଆ ଡ଼ିଜାଇନର ପାଟ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ ହେଉଛି ବିଏମ୍‍ସି। ଏଥିପାଇଁ ଏକ […]

ବ୍ରହ୍ମପୁର: ବିଶ୍ୱବିଦିତ ବ୍ରହ୍ମପୁର ପାଟର ସ୍ୱତନ୍ତ୍ର ଚାହିଦା ରହିଛି। ଆଧୁନିକତାର ଛାପରେ ଏହା ଆଜି ବି ଅନନ୍ୟ। କାଳକ୍ରମେ ଜନମାନସରୁ ଉଭେଇ ଯାଉଥିବା ଏହି ପାଟର ବିକାଶ କରିବାକୁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ମହାନଗର ନିଗମ (ବିଏମସି)। ଯଦ୍ୱାରା ବ୍ରହ୍ମପୁର ପାଟ ଏବେ ନୂଆ ପରିଚୟ ପାଇବ। ପାଟର ବିକ୍ରିବଟା ସହିତ ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ଆଗେଇ ଆସିଛି ବିଏମସି। ନୂଆ ଡ଼ିଜାଇନର ପାଟ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ ହେଉଛି ବିଏମ୍‍ସି। ଏଥିପାଇଁ ଏକ ବିକ୍ରୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରର କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଅଳ୍ପ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଯଦ୍ୱାରା ଏଠାରେ ପାଟ ବିକ୍ରି ପାଇଁ ବଜାର ସୃଷ୍ଟି ହେବା ସହ ଅନେକେ ବୁଣାକାର ଉପକୃତ ହୋଇପାରିବେ। ବୁଣାକାରମାନେ ଏଠାରେ ପାଟ ବୁଣିବା ସହ ବିକ୍ରିବଟା ପାଇଁ ମଧ୍ୟ ବ୍ୟବସ୍ଥା କରିବ ବିଏମ୍‍ସି। ଏଥିନିମନ୍ତେ ମାଷ୍ଟର ପ୍ଲାନ୍‍ ପ୍ରସ୍ତୁତ ରହିଛି। ସହରର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପାଟ ବିକ୍ରି ନିମନ୍ତେ ଦାୟିତ୍ୱ ଦିଆଯାଇଛି। ଏଥିଦ୍ୱାରା ପାଟର ଚାହିଦା ବୃଦ୍ଧି ହେବ ବୋଲି କୁହାଯାଇଛି। ପାଟ ବିକ୍ରି କରି ବୁଣାକରମାନେ ଭଲ ଦୁଇ ପଇସା ରୋଜଗାର କରିପାରିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ। ବୁଣାକାରମାନଙ୍କ କର୍ମଶାଳା ନିମନ୍ତେ ଗଣେଶ ନଗର ଅଞ୍ଚଳରେ ଏକ ସୋରୁମ୍‍ ଖୋଲିବାକୁ ଯୋଜନା କରିଛି ବିଏମ୍‍ସି। କମ୍‍ ଟଙ୍କାରେ ପାଟ ବିକ୍ରିପାଇଁ ରୁମ୍‍ ପ୍ରଦାନ କରାଯିବା ସହ ପୁରୁଣା ରୂପାଙ୍କନର ନୂଆ ନକ୍ସା ପାଇଁ ବୁଣାକାରଙ୍କୁ ତାଲିମ୍‍ ମଧ୍ୟ ଦିଆଯିବ। ଯଦ୍ୱାରା ସିଧାସଳଖ ଭାବେ ଗ୍ରାହକ ନିଜ ମନ ପସନ୍ଦର ଡ଼ିଜାଇନ୍‍ ଅର୍ଡ଼ର ଦେବା ସହ ସେଠାରେ ହିଁ ପାଟ ପ୍ରସ୍ତୁତ ହେବ। ଏହା ଜାଣି ଖୁସି ପ୍ରକଟ କରିଛନ୍ତି ବୁଣାକାର ଗୋଷ୍ଠୀ। ପାଟ ବୁଣିବା ପାଇଁ ସମୟ ଓ ଲୋକବଳ ମଧ୍ୟ ଆବାଶ୍ୟକ ହେଉଥିଲା। ଗୋଷ୍ଠୀଗତ କାମ କରିବା ଫଳରେ ଅନେକ ସମସ୍ୟା ଦୂରୀଭୂତ ହେବ ବୋଲି କିଛି ବୁଣାକାର କହିବା ସହ ବିଏମ୍‍ସିର ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ପ୍ରକାଶଥାଉକି, କିଛିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ଼୍‍ ପ୍ୟାକେଜ୍‍ ଘୋଷଣା କରିଥିଲେ। ଏଥିରେ ବୁଣାକାରଙ୍କ ତନ୍ତଶାଳ ଆଲୋକିତ ହେବାର ବ୍ୟବସ୍ଥା କରିଥିଲେ। ମାଟି ପିଣ୍ଡି ସିମେଣ୍ଟ ହେବା ସହ ବୁଣାକାରମାନଙ୍କୁ ସଶକ୍ତ କରିବାକୁ ପ୍ରୋତ୍ସାହନ ଯୋଗାଇଥିଲେ। ଯାଦ୍ୱାରା ବୁଣାକାରମାନଙ୍କ ମୁହଁରେ ହସ ଫୁଟିଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

15 Nov 2021 By The Sakala

https://www.thesakala.in/latest-odisha-news/weavers-will-be-encouraged-to-sell-in-berhampur-pat-sarees/article-6887
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର