ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଝାରସୁଗୁଡା, ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ହିତାଧିକାରୀ

The Sakala Picture
Published On

ଝାରସୁଗୁଡା :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାରସୁଗୁଡା ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡର ସୁବିଧା ପାଇବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି […]

ଝାରସୁଗୁଡା :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାରସୁଗୁଡା ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡର ସୁବିଧା ପାଇବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏହି ଅବସରରେ  ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ। ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଉଛି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ବିକାଶାର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ସୁଦ୍ଧ ପାଣି ପହଞ୍ଚାଇବାର ସ୍ୱପ୍ନକୁ ପୁରା କରିଛନ୍ତି। ସେନେଇ ଝାରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଚାଷ କାର୍ଯ୍ୟ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେଥିପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟି ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲିଛି। ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ସ୍ମାର୍ଟ ହେଲ୍‌ଥ କାର୍ଡ ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ । ୯୬.୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବାବେଳେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଆୟୁଷ୍ମାନ ଯୋଜନା ବୀମା ବ୍ୟବସ୍ଥା ହୋଇଥିବାରୁ ରୋଗୀଟିଏ ଚିକିତ୍ସା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡ଼ିବ ହେଲେ ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସ ସୁବିଧା ରହିଛି । ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।

15 Nov 2021 By The Sakala

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଝାରସୁଗୁଡା, ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ହିତାଧିକାରୀ

ଝାରସୁଗୁଡା :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାରସୁଗୁଡା ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡର ସୁବିଧା ପାଇବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା ।

ଏହି ଅବସରରେ  ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ। ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଉଛି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ବିକାଶାର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ସୁଦ୍ଧ ପାଣି ପହଞ୍ଚାଇବାର ସ୍ୱପ୍ନକୁ ପୁରା କରିଛନ୍ତି। ସେନେଇ ଝାରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଚାଷ କାର୍ଯ୍ୟ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେଥିପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟି ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲିଛି। ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ସ୍ମାର୍ଟ ହେଲ୍‌ଥ କାର୍ଡ ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ । ୯୬.୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବାବେଳେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଆୟୁଷ୍ମାନ ଯୋଜନା ବୀମା ବ୍ୟବସ୍ଥା ହୋଇଥିବାରୁ ରୋଗୀଟିଏ ଚିକିତ୍ସା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡ଼ିବ ହେଲେ ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସ ସୁବିଧା ରହିଛି । ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।

https://www.thesakala.in/latest-odisha-news/jharsuguda-district-included-bsky-smart-health-card-scheme/article-6873
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର