ଟ୍ରେନ୍‌ରେ ବାଣ ପରିବହନ ଉପରେ ଲାଗିଲା କଟକଣା, ନିୟମ ଭାଙ୍ଗିଲେ ୩ ବର୍ଷ ଜେଲ୍

The Sakala Picture
Published On

ଭୁବନେଶ୍ୱର: ଆସୁଛି ଦୀପାବଳି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି । ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ। ଅପରାଧୀଙ୍କୁ ୩ବର୍ଷ ପର୍ୟ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ। ଟ୍ରେନ୍ ଯାତ୍ରାକୁ ଅଧିକ […]

ଭୁବନେଶ୍ୱର: ଆସୁଛି ଦୀପାବଳି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ। ଅପରାଧୀଙ୍କୁ ୩ବର୍ଷ ପର୍ୟ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ନିଜେ ଏଭଳି ସାମଗ୍ରୀ ପରିବହନ ନ କରିବା ସହ ସହଯାତ୍ରୀଙ୍କୁ ମଧ୍ୟ ବାରଣ କରିବାକୁ କୁହାଯାଇଛି । ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ସମ୍ବଲପୁର ଓ ୱାଲ୍ଟେୟାର୍‌କୁ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

02 Nov 2021 By The Sakala

ଟ୍ରେନ୍‌ରେ ବାଣ ପରିବହନ ଉପରେ ଲାଗିଲା କଟକଣା, ନିୟମ ଭାଙ୍ଗିଲେ ୩ ବର୍ଷ ଜେଲ୍

ଭୁବନେଶ୍ୱର: ଆସୁଛି ଦୀପାବଳି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି ।

ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ। ଅପରାଧୀଙ୍କୁ ୩ବର୍ଷ ପର୍ୟ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ନିଜେ ଏଭଳି ସାମଗ୍ରୀ ପରିବହନ ନ କରିବା ସହ ସହଯାତ୍ରୀଙ୍କୁ ମଧ୍ୟ ବାରଣ କରିବାକୁ କୁହାଯାଇଛି । ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ସମ୍ବଲପୁର ଓ ୱାଲ୍ଟେୟାର୍‌କୁ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି ହୋଇଛି।

https://www.thesakala.in/latest-odisha-news/railways-bans-carrying-crackers-in-trains/article-6549
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର