ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡକୁ ଗୁଳି କରିବା ପରେ ବେକ କାଟିଦେଲେ ଦୁର୍ବୃତ୍ତ

The Sakala Picture
Published On

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ଦୁଇଜଣ ଦୁର୍ବୃତ୍ତ । ପ୍ରଥମେ ଅତି ନିକଟରୁ ମୁଣ୍ଡକୁ ଗୁଳି କଲେ ଏବଂ ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ । ମୃତ ଯୁବକ ଜଣଙ୍କ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଅଂଚଳର ବିନୋଦ ବିହାରୀ ଦାସ […]

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ଦୁଇଜଣ ଦୁର୍ବୃତ୍ତ । ପ୍ରଥମେ ଅତି ନିକଟରୁ ମୁଣ୍ଡକୁ ଗୁଳି କଲେ ଏବଂ ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ । ମୃତ ଯୁବକ ଜଣଙ୍କ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଅଂଚଳର ବିନୋଦ ବିହାରୀ ଦାସ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ହ୍ରିତିକ ରୋଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ଓଡ଼ିଶା ଖାଉଟି କମିଶନ

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବିନୋଦ ବିହାରୀ ଦାସ ବାଇକରେ ରାସ୍ତାରେ ଯାଉଥିବା ସମୟରେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିଥିଲେ । ସେ ତଳେ ପଡ଼ିଯିବା ପରେ ଭୂଜାଲିରେ ବେକକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଯୁବକଙ୍କ ମୁଣ୍ଡର ଡାହାଣ ପାଶ୍ୱର୍କୁ ଗୁଳି ମାରିବା ସହ ଭୁଜାଲିରେ ବେକକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ବିନୋଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଅଘଟଣ: ବାଣୀବିହାର ଡ୍ରେନ୍‌ରେ ଭାସି ଯୁବକ ନିଖୋଜ

ପୂର୍ବ ଶତ୍ରୁତାରୁ ବିନୋଦଙ୍କୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ରହିଛି ସେ ନେଇ ପୋଲିସ ଆରମ୍ଭ କରିଛି ତନାଘନା ।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

31 Oct 2021 By The Sakala

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡକୁ ଗୁଳି କରିବା ପରେ ବେକ କାଟିଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ଦୁଇଜଣ ଦୁର୍ବୃତ୍ତ । ପ୍ରଥମେ ଅତି ନିକଟରୁ ମୁଣ୍ଡକୁ ଗୁଳି କଲେ ଏବଂ ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ । ମୃତ ଯୁବକ ଜଣଙ୍କ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଅଂଚଳର ବିନୋଦ ବିହାରୀ ଦାସ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବିନୋଦ ବିହାରୀ ଦାସ ବାଇକରେ ରାସ୍ତାରେ ଯାଉଥିବା ସମୟରେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିଥିଲେ । ସେ ତଳେ ପଡ଼ିଯିବା ପରେ ଭୂଜାଲିରେ ବେକକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଯୁବକଙ୍କ ମୁଣ୍ଡର ଡାହାଣ ପାଶ୍ୱର୍କୁ ଗୁଳି ମାରିବା ସହ ଭୁଜାଲିରେ ବେକକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ବିନୋଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାରୁ ବିନୋଦଙ୍କୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ରହିଛି ସେ ନେଇ ପୋଲିସ ଆରମ୍ଭ କରିଛି ତନାଘନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର