ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: ଡାକ୍ତର ରମାରମଣ ମହାନ୍ତି ନୂଆ ଡିଏମ୍‍ଇଟି ନିଯୁକ୍ତ

The Sakala Picture
Published On

ଭୁବନେଶ୍ବର : ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ […]

ଭୁବନେଶ୍ବର : ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟକାଳ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ତେବେ ବାରିପଦା ପିଆରଏମ୍‍ ମେଡିକାଲ କଲେଜର ଭାରପ୍ରାପ୍ତ ଡିନ୍‍ ଓ ଅଧ୍ୟକ୍ଷ ଡାକ୍ତର ରମାରମଣ ମହାନ୍ତି ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମ୍‍ଇଟି) ନିଯୁକ୍ତ ହୋଇଛନ୍ତି। ଏବେ ଡିଏମ୍‍ଇଟି ଭାବେ କାର୍ଯ୍ୟରତ ଡିଏମଇଟି ଡାକ୍ତର ସିବିକେ ମହାନ୍ତଙ୍କ ଠାରୁ ଡା. ରମାରମଣ ମହାନ୍ତି ଚଳିତ ମାସ ୩୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଡିଏମ୍‍ଇଟି ଡା ସିବିକେ ମହାନ୍ତି ଗତ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତେବେ କୋଭିଡ୍‍ ମହାମାରୀ ସକ୍ରିୟ ଥିବା ଦୃଷ୍ଟିରୁ ରାଜ୍ୟ ସରକାର ଦୁଇ ଦଫାରେ ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। କୋଭିଡ୍‍ ମହାମାରୀ ପରଠାରୁ ଆଜି ପର୍ଯ୍ୟନ୍ତ ଡା ମହାନ୍ତି ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ସବୁଦିନ ବିବୃତ୍ତି ରଖି ଆସୁଥିଲେ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

30 Oct 2021 By The Sakala

ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: ଡାକ୍ତର ରମାରମଣ ମହାନ୍ତି ନୂଆ ଡିଏମ୍‍ଇଟି ନିଯୁକ୍ତ

ଭୁବନେଶ୍ବର : ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।

କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟକାଳ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।

ତେବେ ବାରିପଦା ପିଆରଏମ୍‍ ମେଡିକାଲ କଲେଜର ଭାରପ୍ରାପ୍ତ ଡିନ୍‍ ଓ ଅଧ୍ୟକ୍ଷ ଡାକ୍ତର ରମାରମଣ ମହାନ୍ତି ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମ୍‍ଇଟି) ନିଯୁକ୍ତ ହୋଇଛନ୍ତି। ଏବେ ଡିଏମ୍‍ଇଟି ଭାବେ କାର୍ଯ୍ୟରତ ଡିଏମଇଟି ଡାକ୍ତର ସିବିକେ ମହାନ୍ତଙ୍କ ଠାରୁ ଡା. ରମାରମଣ ମହାନ୍ତି ଚଳିତ ମାସ ୩୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଡିଏମ୍‍ଇଟି ଡା ସିବିକେ ମହାନ୍ତି ଗତ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତେବେ କୋଭିଡ୍‍ ମହାମାରୀ ସକ୍ରିୟ ଥିବା ଦୃଷ୍ଟିରୁ ରାଜ୍ୟ ସରକାର ଦୁଇ ଦଫାରେ ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। କୋଭିଡ୍‍ ମହାମାରୀ ପରଠାରୁ ଆଜି ପର୍ଯ୍ୟନ୍ତ ଡା ମହାନ୍ତି ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ସବୁଦିନ ବିବୃତ୍ତି ରଖି ଆସୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର